ETV Bharat / sports

ବିଶ୍ବକପ୍‌: ଚାଲିଲା ଚହଲଙ୍କ ଯାଦୁ, 227ରେ ଅଟକିଲା ଦକ୍ଷିଣ ଆଫ୍ରିକା

author img

By

Published : Jun 5, 2019, 7:17 PM IST

Updated : Jun 5, 2019, 7:32 PM IST

ପୁଣି ଚହଳ ପକାଇଲେ ଚହଲ । 4 ୱିକେଟ ନେଇ ଦୋହଲାଇଲେ ଦଣିଣ ଆଫ୍ରିକାର ବ୍ୟାଟିଂ ଅର୍ଡର । 227ରନରେ ଦକ୍ଷିଣ ଆଫ୍ରିକାର ପାଳି ଶେଷ ହୋଇଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ICC

ସାଉଥହମ୍ପଟନ: ଶେଷ କିଛି ଓଭରରେ କ୍ରିସ ମୋରିସ ଓ କାରିସୋ ରାବଡା ଆଖିଦୃଶିଆ ବ୍ୟାଟିଂ କଲେ । 158ରନରେ 7 ୱିକେଟ ହରାଇଥିବା ଦକ୍ଷିଣ ଆଫ୍ରିକାର ପାଳିକୁ 227 ରନରେ ପହଁଞ୍ଚାଇ ଦେଲେ । ମୋରିସ 34 ବଲରେ 42 ରନ କରିଥିବା ବେଳେ ରାବଡା 31 ରନ କରି ଅପରାଜିତ ରହିଛନ୍ତି । ଭାରତ ପକ୍ଷରରୁ ଚହଲ ଚଲାଇଲେ ତାଙ୍କ ସ୍ପିନ୍‌ର ଯାଦୁ ଓ 41 ରନ ଦେଇ ହାତେଇଛନ୍ତି ସର୍ବାଧିକ 4ଟି ୱିକେଟ ।

World Cup, India vs sauth africa, match, Rabada, Morris, guide, 227/9, Chahal, heroics, ବିଶ୍ବକପ୍‌

ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକାର ଦୁଇ ଓପନରଙ୍କୁ ଆରମ୍ଭରୁ ପାଭିଲିୟନ ଫେରାଇ ଦେଇଥିଲେ ବୁମରା । ପ୍ରଥମେ ହସିମ ଆମଲା (6 ରନ) ଓ ପରେ କ୍ୱିଣ୍ଟନ ଡିକକ୍‌(10ରନ)ଙ୍କୁ ନିଜର ଶିକାର କରିଥିଲେ ବୁମରା । ଦୁଇ ପ୍ରାରମ୍ଭିକ ୱିକେଟ ପରେ ଅଧିନାୟକ ଫାଫ୍ ଡୁ ପ୍ଲେସିସ ଓ ଭାନ ଡେର ଡୁସେନ ସ୍ଥିତିକୁ ସମ୍ଭାଳିଥିଲେ । ଦୁହେଁ ତୃତୀୟ ୱିକେଟ ପାଇଁ ଯୋଡିଥିଲେ 54ରନ । ଏହାପରେ ଚହଲ ଆସି ଭାଙ୍ଗିଥିଲେ ଏହି ଯୋଡି ଓ ଉଭୟ ବ୍ୟାଟ୍ସମ୍ୟାନଙ୍କୁ 20ତମ ଓଭରରେ ପାଭିଲିୟନ ପଠାଇଥିଲେ ।

ଏହା ପରେ ଜେପି ଡୁମିନିଙ୍କୁ ଆଉଟ କରି କୁଲଦୀପ ସାମିଲ ହୋଇଥିଲେ ୱିକେଟ ନେବା ପର୍ବରେ । ଡେଭିଡ ମିଲର ଓ ଆଣ୍ଡିଲେ ଫେହଲୁକୱାୟୋ ଦୋହଲିଥିବା ବ୍ୟାଟିଂ ଅର୍ଡରକୁ ସୁଧାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଚହଲ ତାଙ୍କୁ ମଧ୍ୟ ଦେଖାଇଥିଲେ ଫଭିଲିୟନର ବାଟ । ତେବେ ମୋରିସ ଓ ରାବଡା ଶେଷରେ ପାଳି ସମ୍ଭାଳି ଦକ୍ଷିଣ ଆଫ୍ରିକାକୁ ଏକ ସମ୍ମାନଜନକ ସ୍କୋରରେ ପହଁଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

cccd

Conclusion:
Last Updated : Jun 5, 2019, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.