ETV Bharat / sports

‘99ରେ କ୍ଲୁଜନର କମାଲ କରିଥିଲେ, 19ରେ କରିପାରନ୍ତି ପାଣ୍ଡ୍ୟା’ - Steve Waugh

1999 ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଖେଳାଳି ଲାନ୍ସ କ୍ଲୁଜନର ଯେଭଳି ଦମଦାର ପ୍ରଦର୍ଶନ କରିଥିଲେ ପାଣ୍ଡ୍ୟା ମଧ୍ୟ ଚଳିତ ବିଶ୍ବକପରେ ସେଭଳି ପ୍ରଦର୍ଶନ କରିପାରନ୍ତି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ୱ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର @ICC
author img

By

Published : Jun 11, 2019, 9:54 PM IST

ଲଣ୍ଡନ: ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ୱଙ୍କ ବିଶ୍ବାସ ଯେ, ଚଳିତ ବିଶ୍ବକପରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତ ଟିମ ବିରୋଧରେ ଦମଦାର ପ୍ରଦର୍ଶନ କରିପାରନ୍ତି । 1999 ବିଶ୍ବକପରେ ଦକ୍ଷିଣ ଆଫ୍ରିକାର ଲାନ୍ସ କ୍ଲୁସନର ଯେଭଳି ଚମତ୍କାର ପ୍ରଦର୍ଶନ କରିଥିଲେ । ଷ୍ଟିଭ ୱଙ୍କ ମତରେ ପାଣ୍ଡ୍ୟା ଯେପରି ଭାବେ ଧୂଆଁଧାର ବ୍ୟାଟିଂ କରୁଛନ୍ତି, ଅନ୍ୟ ଦଳର ମୁଣ୍ଡବିନ୍ଧାର କାରଣ ନିଶ୍ଚିତ ସାଜିବେ ।

ରବିବାର ଓଭାଲ ମଇଦାନରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ଦର୍ଶନୀୟ ବ୍ୟାଟିଂ ପ୍ରହର୍ଶନ କରିଥିଲେ । ମାତ୍ର 27 ବଲରେ 48 ରନ ସ୍କୋର କରିଥିଲେ ପାଣ୍ଡ୍ୟା । ଏହି ମ୍ୟାଚରେ ଭାରତ 5 ଓ୍ବିକେଟ ବିନିମୟରେ 352 ରନ ସ୍କୋର କରିଥିଲେ । ଯାହା ଉତ୍ତରରେ ଅଷ୍ଟ୍ରେଲିଆର ପାଳି 316 ରନରେ ସୀମିତ ହୋଇଯାଇଥିଲା ।

world cup, Hardik Pandya, Lance Klusener, 1999, believes, Steve Waugh, ବିଶ୍ବକପ୍‌
ଫାଇଲ ଫଟୋ

‘‘ପାଣ୍ଡ୍ୟା ଜଣେ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ । ସେ ବିସ୍ଫୋରକ ଇନିଂସ ଖେଳିବାରେ ମାହିର । ତେଣୁ 1999 ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକାର ଖେଳାଳି ଲାନ୍ସ କ୍ଲୁଜନର ଯେମିତି ଦମଦାର ପ୍ରଦର୍ଶନ କରିଥିଲେ ପାଣ୍ଡ୍ୟା ମଧ୍ୟ ଚଳିତ ବିଶ୍ବକପରେ ଠିକ ସେହିଭଳି ପ୍ରଦର୍ଶନ କରିପାରନ୍ତି । ଏପରିକି ଏହାର ଝଲକ ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦେଖାଇ ସାରିଛନ୍ତି । ଅନ୍ୟ ବ୍ୟାଟ୍ସମ୍ୟାନ କ୍ରିଜରେ କିଛି ସମୟ ତିଷ୍ଠିବା ପରେ ବଡ ସର୍ଟ ଖେଳିଥାନ୍ତି କିନ୍ତୁ ପାଣ୍ଡ୍ୟା ଆରମ୍ଭରୁ ବଡ ସର୍ଟ ଖେଳିବାରେ ଓସ୍ତାଦ । ଯାହାକୁ ଅଟକାଇବା ପାଇଁ କୌଣସି ଅଧିନାୟକଙ୍କ ପକ୍ଷରେ ସମ୍ଭବ ନୁହେଁ ।’’ ବୋଲି ଆଇସିସି ୱେବସାଇଟରେ ଏକ କଲମ ଲେଖିଛନ୍ତି ଷ୍ଟିଭ ୱ ।

କଙ୍ଗାରୁ ଦଳ ବିପକ୍ଷରେ ପାଣ୍ଡ୍ୟାଙ୍କ 4ଟି ଚଉକା ଓ ତିନିଟି ଛକା ୱଙ୍କୁ 1999ରେ କ୍ଲୁଜନରଙ୍କ ବିସ୍ଫୋରକ ଇନିଂସ କଥା ମନେ ପକାଇଦେଇଥିଲା । 20 ବର୍ଷ ତଳେ ଲୋୟର ଅର୍ଡରରେ କ୍ଲୁଜନରଙ୍କ ଦମଦାର ଇନିଂସ ତାଙ୍କୁ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ଦେଇଥିଲା ।

14 ବଲରେ 27 ରନ କରିଥିବା ଧୋନିଙ୍କୁ ପ୍ରଶଂସା କରି ୱ ଲେଖିଥିଲେ, ‘‘ବହୁ କମ ସମୟର ଏମିତି ଥାଏ ଯେବେ ଏମଏସ ଧୋନିଙ୍କ ଚତୁରତା ଓ ପ୍ରତିଭା ବିଫଳ ହୁଏ । ଗତ ମ୍ୟାଚରେ କିନ୍ତୁ ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ଜୋରଦାର ଆକ୍ରମଣ କରି ଟିମର ସ୍କୋର 350 ଉପରକୁ ନେଇଯାଇଥିଲେ ।’’

ଅଷ୍ଟ୍ରେଲିଆ ନିଜର ଖରାପ ଫିଲଡିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ବୋଲିଂ ମଧ୍ୟ ଆଶାନୁରୂପ ହୋଇ ପାରି ନଥିଲା । ସେପଟେ ଭାରତ କିନ୍ତୁ ଆତ୍ମବିଶ୍ବାସର ସହ ମ୍ୟାଚ ଖେଳିଥିଲା । କାରଣ ସମସ୍ତ ମୁଖ୍ୟ ଖେଳାଳିଙ୍କ ଠାରୁ ଯେପରି ଆଶା କରାଯାଇଥିଲା ସେମାନେ ସେହିପରି ଖେଳିଥିଲେ । ଏହାସହ ତାଙ୍କ ଯୋଜନାର ମଧ୍ୟ ସଫଳ ରୂପାୟନ କରିଥିଲେ ବୋଲି ଲେଖିଛନ୍ତି ୱ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

xcxc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.