ETV Bharat / sports

ବିଶ୍ବକପ: 2ୟ ଲଢେଇରେ ପାକିସ୍ତାନ-ଇଣ୍ଡିଜ ଟକ୍କର - west indies

ବିଶ୍ବକପର ଦ୍ବିତୀୟ ମ୍ୟାଚ ଶୁକ୍ରବାର ଖେଳାଯିବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ନଟିିଂହାମରେ ପାକିସ୍ତାନ ବିଶ୍ବକପ ଅଭିଜାନ ଆରମ୍ଭ କରିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 31, 2019, 1:44 PM IST

ନଟିଂହାମ: ବିଶ୍ବକପର ଦ୍ବିତୀୟ ମ୍ୟାଚ ଆଜି (ଶୁକ୍ରବାର) ଖେଳାଯିବ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ପାକିସ୍ତାନ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଆଜି ପାୱର ହିଟିଂ ବନାମ ପେସ ଆଟାକ । ପ୍ରଥମ ଥର ଆଇସିସି ଟୁର୍ଣ୍ଣାମେଣ୍ଟରେ 500ରନ ଅତିକ୍ରମ ହେବାନେଇ ଆକଳନ ହେଉଛି । କାରଣ ଇଂଲଣ୍ଡର ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ବର୍ଗ ପାଲଟିଛି ଏବଂ ଉଭୟ ଦଳରେ ଏକାଧିକ ପାୱର ହିଟର ଅଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ସାହା:
ସମୟ ଥିଲା ୱେଷ୍ଟଇଣ୍ଡିଜ ବୋଲରଙ୍କୁ ଖେଳିବାକୁ ଅନ୍ୟଦଳର ବ୍ୟାଟ୍ସମ୍ୟାନ ଚିନ୍ତାରେ ପଡୁଥିଲେ । ତେବେ ସମୟ ବଦଳିଛି । ଏଥର ପାକିସ୍ତାନର ଷ୍ଟାର ଫାଷ୍ଟ ବୋଲରଙ୍କୁ ୱେଷ୍ଟଇଣ୍ଡିଜର ପାୱର ହିଟିଂ ସାମ୍ନା କରିବ ।

40 ବର୍ଷ ପୂର୍ବେ 1979ରେ ୱେଷ୍ଟଇଣ୍ଡିଜ ଆଇସିସି ଦିନିକିଆ ବିଶ୍ବକପ ଜିତିଥିଲା । 1983 ବିଶ୍ବକପରେ କପିଲ ଦେବଙ୍କ ଭାରତୀୟ ଦଳ ଠାରୁ ହାରିଥିଲା ଇଣ୍ଡିଜ । ସେବେଠାରୁ ୱେଷ୍ଟଇଣ୍ଡିଜ ବିଶ୍ବକପରେ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହିଁ । ତେବେ ଅଭ୍ୟାସ ମ୍ୟାଚରେ 421 ରନ କରି ୱେଷ୍ଟଇଣ୍ଡିଜ ବ୍ୟାଟିଂ ଆଟାକିଂ ଖେଳର ଝଲକ ଦେଖାଇଛି ।

ଦଳରେ କ୍ରିସ ଗେଲ ଓ ଆନ୍ଦ୍ରେ ରସେଲଙ୍କ ଭଳି ଖେଳାଳି ଅଛନ୍ତି । ରସେଲ ଅଭ୍ୟାସ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ 25 ବଲରୁ ଧୂଆଁଧାଁର 54 ରନ କରିଥିଲେ । ଭେଟେରାନ ଡାରେନ ବ୍ରାଭୋ ମଧ୍ୟ ଦଳରେ ଅଛନ୍ତି ଏବଂ ଯୁବ ବ୍ୟାଟ୍ସମ୍ୟାନ ହେଟମାୟର, ଇଭିନ ଲୁଇସ, ଜାସନ ହୋଲ୍ଡରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ପାକିସ୍ତାନକୁ ବୋଲିଂ ଚିନ୍ତା:
ପାକିସ୍ତାନ ପାଖରେ କ୍ବାଲିଟି ପେସ ଆଟାକ ଥିଲେ ମଧ୍ୟ ରନ ରୋକିବାରେ ଦଳ ସଫଳ ହୋଇନାହିଁ । ଯାହାକି ଦଳର ପ୍ରମୁଖ ଚିନ୍ତାର କାରଣ । ପାକିସ୍ତାନ ଖେଳିଥିବା 11ଟି ମ୍ୟାଚରୁ ଶେଷ 10ଟି ମ୍ୟାଚରେ ପରାଜିତ ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜରେ 2ଥର 400ରୁ ଅଧିକ ରନ ପାକିସ୍ତାନ ବୋଲର ବ୍ୟୟ କରିଥିଲେ । ତେବେ ବିଶ୍ବକପ ଲଢେଇରେ ମହମ୍ମଦ ଆମିର ଦଳକୁ ଫେରିଛନ୍ତି ।

ପେସ ଆଟାକ ମୁଖ୍ୟତ ୱାହାବ ରିଆଜ, ମହମ୍ମଦ ଆମିର, ହସନ ଅଲ୍ଲୀଙ୍କ ଉପରେ ନିର୍ଭର କରିବ । ତେବେ ରିଆଜ 2017 ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଗୋଟିଏ ବି ଦିନିକିଆ ମ୍ୟାଚ ଖେଳିନାହାଁନ୍ତି । ଆମିର ଗତ 12 ମାସ ଭିତରେ ମାତ୍ର 3ଟି ୱିକେଟ ନେଇଛନ୍ତି ।
ତେବେ ବ୍ୟାଟିଂରେ ଦଳର କର୍ଣ୍ଣଧାର ସାଜିବେ ପାକିସ୍ତାନର ବାବାର ଆଜମ । ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଇଲଣ୍ଡର ପିଚ ବ୍ୟାଟିଂ ପାଇଁ ବେଶ ଅନୁକୂଳ ଥିବାରୁ ମ୍ୟାଚ ଅତି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ପାକିସ୍ତାନ ସମ୍ଭାବ୍ୟ ଏକାଦଶ: ଫକର ଜମନ, ଇମାମ-ଉଲ-ହକ, ବାବାର ଆଜମ, ହାରିସ ସୋହେଲ, ସର୍ଫରାଜ ଅହମ୍ମଦ(କ୍ୟାପଟେନ/ୱିକେଟକିପର), ସୋଏବ ମଲ୍ଲିକ, ସଦାବ ଖାନ, ମହମ୍ମଦ ଆମିର, ହାସନ ଅଲ୍ଲୀ, ସାହିନ ଆଫ୍ରିଦି ।

ୱେଷ୍ଟଇଣ୍ଡିଜ ସମ୍ଭାବ୍ୟ ଏକାଦଶ: କ୍ରିସ ଗେଲ, ଇଭିନ ଲୁଇସ, ସାଇ ହୋପ(ୱିକେଟକିପର), ଡାରେନ ବ୍ରାଭୋ, ସିମ୍ରନ ହେଟମେୟର, ଆଣ୍ଡ୍ରେ ରସେଲ, ଜେସେନ ହେଲ୍ଡର(କ୍ୟାପଟେନ), ଆସଲେ ନର୍ସ, ସେଲଡନ କଟ୍ରେଲ, ଓସାନ ଥୋମାସ, କୋମାର ରୋଚ ।

ବ୍ୟୁରୋ ଇନପୁଟ୍, ଇଟିଭି ଭାରତ

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.