ETV Bharat / sports

ବିଶ୍ବକପ: ଦଳରେ ସ୍ଥାନ ମିଳିଛି, କିନ୍ତୁ କେବେ ଖେଳି ନାହାଁନ୍ତି - played

44 ବର୍ଷର ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ 10 ଜଣ ଏମିତି ଭାରତୀୟ ଖେଳାଳି ଅଛନ୍ତି, ଯେଉଁମାନେ ଟିମରେ ଚୟନ ହୋଇଥିଲେ ମଧ୍ୟ ବିଶ୍ବକପ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 22, 2019, 11:45 PM IST

ହାଇଦ୍ରାବାଦ: ବିଶ୍ବକପରେ ଖେଳିବା ସମସ୍ତ ଖେଳାଳିଙ୍କ ସ୍ବପ୍ନ ହୋଇଥାଏ । ବିଶ୍ବକପ ଟିମରେ ସ୍ଥାନ ମିଳିବା ପରେ ଯେମିତି ସବୁ ସ୍ବପ୍ନ ସତ ହୋଇଥାଏ । କିନ୍ତୁ ଅନେକ ଥର ଖେଳାଳି ଟିମରେ ବଛା ହୋଇ ବିଶ୍ବକପ ଖେଳିବାକୁ ଯାଆନ୍ତି ସତ, କିନ୍ତୁ ସେମାନେ କେବେ ବିଶ୍ବକପ ଖେଳିପାରି ନହାନ୍ତି । ତେବେ 44 ବର୍ଷର ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ 10 ଜଣ ଏମିତି ଖେଳାଳି ଅଛନ୍ତି ଯେଉଁମାନେ ଟିମରେ ଥାଇ ମଧ୍ୟ ବିଶ୍ବକପ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଛନ୍ତି ।

1975ରେ ଆରମ୍ଭ ହୋଇଥିବା ବିଶ୍ବକପରେ ଭାରତୀୟ ଟିମରେ ଥିଲେ 12 ଖେଳାଳି ଓ ସମସ୍ତଙ୍କୁ ଖେଳିବାର ସୁଯୋଗ ମଧ୍ୟ ମିଳିଥିଲା । କିନ୍ତୁ 1979ରେ ଏପରି ହୋଇନଥିଲା । 13 ଜଣ ଖେଳାଳି ଟିମରେ ଚୟନ ହୋଇଥିବା ବେଳେ 12ଜଣଙ୍କୁ ହିଁ ଖେଳିବାର ସୁଯୋଗ ମିଳିଥିଲା । ଟିମରେ ଥିବା ଭରତ ରେଡ୍ଡୀ ଗୋଟିଏ ମଧ୍ୟ ମ୍ୟାଚ ଖେଳିପାରିନଥିଲେ । ଏହିପରି ବିଶ୍ବକପ ଟିମରେ ଚୟନ ହୋଇ ମଧ୍ୟ ମ୍ୟାଚ ଖେଳିନଥିବା ପ୍ରଥମ ଖେଳାଳି ହୋଇଥିଲେ ରେଡ୍ଡୀ ।

ସୁନୀଲ ୱାଲ୍ସନ
1983କୁ ଭାରତୀୟ କ୍ରିକେଟର ଟର୍ଣ୍ଣିଙ୍ଗ ପଏଣ୍ଟ ବୋଲି ମନେ କରାଯାଏ । ଏହିବର୍ଷ ଭାରତ କପିଲ ଦେବଙ୍କ ଅଧିନାୟକତ୍ୱରେ ପ୍ରଥମ ବିଶ୍ୱକପ ଜିତିଥିଲା । ଏହି ଟିମରେ 14 ଖେଳାଳି ସାମିଲ ହୋଇଥିଲେ, କିନ୍ତୁ ଖେଳିଥିଲେ 13 ଖେଳାଳି । ଏଥର ସୁନୀଲ ୱାଲ୍ସନ କେବଳ ଭାରତୀୟ ବେଞ୍ଚର ଶୋଭା ବଢ଼ାଇଥିଲେ । ଏହାପରେ ତାଙ୍କୁ ଆଉ କୌଣସି ବିଶ୍ବକପ ଖେଳିବାକୁ ସୁଯୋଗ ମିଳିନଥିଲା ।

ଅମୟ ଖୁରାସିଆ
1987, 1992 ଓ 1996 ଭାରତୀୟ ଟିମର ସବୁ ସଦସ୍ୟଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । କିନ୍ତୁ 1999ରେ ପୁଣିଥରେ ଅମୟ ଖୁରାସିଆ ବିଶ୍ବକପ ଟିମର ଅଂଶ ହୋଇ ମଧ୍ୟ ନଖେଳି ଫେରି ଆସିଥିଲେ । ଏହାପରେ 2003 ବିଶ୍ବକପରେ ସଞ୍ଜୟ ବାଙ୍ଗର ଓ ପାର୍ଥିବ ପଟେଲ ମଧ୍ୟ ବିଶ୍ବକପ ଟିମରେ ଥାଇ ନଖେଳି ଫେରିଥିଲେ ।

ଦିନେଶ କାର୍ତ୍ତୀକ
ଇରଫାନ ପଠାନ ଓ ଦିନେଶ କାର୍ତ୍ତୀକଙ୍କୁ 2007ରେ ବିଶ୍ବକପରେ ସାମିଲ କରାଯାଇଥିଲା କିନ୍ତୁ ଉଭୟଙ୍କୁ ଖେଳିବା ପାଇଁ ସୁଯୋଗ ମିଳି ନଥିଲା । ଇରଫାନ ପଠାନ ଏହାପରେ ଆଉ ବିଶ୍ବକପ ଟିମରେ ସ୍ଥାନ ପାଇନାହାନ୍ତି । କିନ୍ତୁ ଦିନେଶ କାର୍ତ୍ତୀକ ନିଜ ଉପରେ ଆତ୍ମବିଶ୍ୱାସ ରଖି ନିଜ ସ୍ୱପ୍ନ ସାକାର କରିପାରିଛନ୍ତି । 12 ବର୍ଷ ପରେ ଚଳିତ ବିଶ୍ୱକପରେ ସେ ପୁଣିଥରେ ସ୍ଥାନ ପାଇଛନ୍ତି ।

2015ରେ ମ୍ୟାଚ ନଖେଳି ଫେରିଥିଲେ ଏହି ତିନି ଖେଳାଳି
2015 ବିଶ୍ବକପରେ ଅକ୍ଷର ପଟେଲ, ଅମ୍ବାତି ରାୟଡୁ ଓ ଷ୍ଟୁଅର୍ଟ ବିନିଙ୍କୁ ଚୟନ କରାଯାଇଥିଲେ ବି ଗୋଟିଏ ବି ମ୍ୟାଚ ଖେଳିନଥିଲେ ଏହି ତିନି ଖେଳାଳି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.