ETV Bharat / sports

T20 WC: ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ ମୁକାବିଲା - ଭାରତ-ପାକିସ୍ତାନ

ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଯାଏଁ ଓମାନ ଓ UAEରେ ପୁରୁଷ ଟି-ଟ୨୦ ବିଶ୍ବକପ ଖେଳାଯିବା । ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଟି୨୦ ବିଶ୍ବକପର ଗ୍ରୁପ ଷ୍ଟେଜ ମ୍ୟାଚ ଖେଳାଯିବ । ଏ ନେଇ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ଅଧିକ ପଢନ୍ତୁ...

ଆକ୍ଟୋବର ୨୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

author img

By

Published : Aug 17, 2021, 12:00 PM IST

Updated : Aug 17, 2021, 1:05 PM IST

ଦୁବାଇ: ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଯାଏଁ ଓମାନ ଓ UAEରେ ପୁରୁଷ ଟି-ଟ୨୦ ବିଶ୍ବକପ ଖେଳାଯିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଟି୨୦ ବିଶ୍ବକପର ଗ୍ରୁପ ଷ୍ଟେଜ ମ୍ୟାଚ ଖେଳାଯିବ । ଏ ନେଇ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ।

ଅକ୍ଟୋବର ୧୭ରେ ଆୟୋଜକ ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ରାଉଣ୍ଡ 1 ଗ୍ରୁପ୍ ବି ମୁକାବିଲା ହେବ । ଏହା ପରେ ଗ୍ରୁପ୍ ବି’ର ଅନ୍ୟ ଦଳ ସ୍କଟଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ସେହି ଦିନ ସନ୍ଧ୍ୟାରେ ମ୍ୟାଚ ଖେଳାଯିବ । ଅକ୍ଟୋବର ୨୨ରେ ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ଶ୍ରୀଲଙ୍କା ଓ ନମିବିଆ ଗ୍ରୁପ ଏର ରାଉଣ୍ଡ ୧ ମ୍ୟାଚ ଆବୁଦାବିରେ ଖେଳାଯିବ । ଏଥିରୁ ଦୁଇ ଶ୍ରେଷ୍ଠ ଟିମ ଟୁର୍ଣ୍ଣାମେଣ୍ଟର ସୁପର ୧୨ରେ ପହଞ୍ଚିବେ । ଏହା ଅକ୍ଟୋବର ୨୩ରୁ ଖେଳାଯିବ ।

ସୁପର ୧୨ ଷ୍ଟେଜର ଦ୍ବିତୀୟ ରାଉଣ୍ଡ ଆକ୍ଟୋବର ୨୩ରୁ ଆବୁଦାବିରେ ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯିବ । ଏହାପରେ ସନ୍ଧ୍ୟାରେ ଦୁବାଇରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଉ ଏକ ମ୍ୟାଚ ଖେଳାଯିବ । ପୁରୁଣା ପ୍ରତିଦ୍ବନ୍ଦୀ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର 30 ଖେଳାଯିବ । ଗ୍ରୁପ ମ୍ୟାଚ ନଭେମ୍ବର 6 ରେ ଆବୁଦାବିରେ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ଏବଂ ଶାରଜାହାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯାଇ ଶେଷ ହେବ ।

ଗ୍ରୁପ ୨ରେ ଅକ୍ଟୋବର ୨୪ରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଡାକଡ଼ି ଟକ୍କର ହେବ । ଏହା ପରେ ଅକ୍ଟୋବର ୨୬ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ମ୍ୟାଚ ଅନୁଷ୍ଠିତ ହେବ । ନଭେମ୍ବର ୮ରେ ଏହି ଗ୍ରୁପ ମ୍ୟାଚ ଶେଷ ହେବ । ପ୍ରଥମ ସେମିଫାଇନାଲ ନଭେମ୍ବର ୧୦ରେ ଆବୁଧାବିରେ ଖେଳାଯିବ । ଏହା ପରେ ନଭେମ୍ବର ୧୧ରେ ସେମିଫାଇନାଲ ଖେଳାଯିବ । ନଭେମ୍ବର 14, ରବିବାର ଦିନ ଏହାର ଫାଇନାଲ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 17, 2021, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.