ETV Bharat / sports

ବଢିଲା ଦକ୍ଷିଣ ଆଫ୍ରିକାର ଟେନସନ, ବିଶ୍ବକପରୁ ବାଦ ପଡିଲେ ଷ୍ଟେନ - shoulder injury

ବୁଧବାର ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ । ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ବଡ ଝଟକା । କାନ୍ଧରେ ଆଘାତ ଯୋଗୁଁ ବିଶ୍ବକପରୁ ବାଦ ପଡିଲେ ଦ୍ରୁତ ବୋଲର ଡେଲ ଷ୍ଟେନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@cricketworldcup
author img

By

Published : Jun 4, 2019, 6:07 PM IST

ହାଇଦ୍ରାବାଦ: ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ବଡ ଝଟକା । ଦଳର ଦ୍ରୁତ ବୋଲର ଡେଲ ଷ୍ଟେନ କାନ୍ଧରେ ଆଘାତ କାରଣରୁ ବିଶ୍ବକପରୁ ବାଦ ପଡିଛନ୍ତି । ମଙ୍ଗଳବାର ଏନେଇ ଆଇସିସି (International Cricket Council) ସୂଚନା ଦେଇଛି ।

south africa, dale steyn, ruled out, world cup, shoulder injury,  ଡେଲ ଷ୍ଟେନ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@cricketworldcup

35 ବର୍ଷୀୟ ଏହି ଅଭିଜ୍ଞ ବୋଲର ଆଇପିଏଲରେ ଆହତ ହୋଇଥିଲେ ଓ ବିଶ୍ବକପର ପ୍ରଥମ ମ୍ୟାଚ ଖେଳି ପାରିନଥିଲେ । ଟୁର୍ଣ୍ଣାମେଣ୍ଟରେ ବାକିଥିବା ମ୍ୟାଚ ଗୁଡିକରେ ଷ୍ଟେନଙ୍କ ବଦଳରେ ବାମହାତି ପେସ ବୋଲର ବିଉରାନ ହେଣ୍ଡ୍ରିକ୍ସ ଖେଳିବେ ।

2016ରେ ଷ୍ଟେନ ତାଙ୍କ କାନ୍ଧର ଅସ୍ତ୍ରୋପଚାର କରାଇଥିଲେ ଓ ଏହାପୂର୍ବରୁ ଓ ପରେ କ୍ରମାଗତ ଭାବେ ତାଙ୍କୁ କାନ୍ଧ ଜନିତ ସମସ୍ୟାର ସମ୍ମୁଖିନ ହେବାକୁ ପଡିଛି । ଏହି ସମସ୍ୟାର ପୁନରାବୃତ୍ତି ହେବାର ସମ୍ଭାବନା ରହିଥିବାରୁ ସେ ବିଶ୍ବକପରୁ ବାଦ ପଡିଥିବା ସୂଚନା ରହିଛି ।

ସୂଚନା ଯୋଗ୍ୟ, ଦକ୍ଷିଣ ଆଫ୍ରିକା ତାର ବିଶ୍ବକପ ଅଭିଯାନ ଆରମ୍ଭ କରି ସାରିଛି ଓ ପ୍ରଥମ ଦୁଇଟି ମ୍ୟାଚରେ ପାରଜୟର ସାମ୍ନା କରିଛି । ଇଂଲଣ୍ଡ ଓ ବାଲାଂଦେଶ ବିପକ୍ଷ ମ୍ୟାଚ ହାରିଛି ଦକ୍ଷିଣ ଆଫ୍ରିକା । ତେବେ ବୁଧବାର ଜୁନ 5 ତାରିଖରେ ଭାରତ ବିପକ୍ଷରେ ନିଜର ତୃତୀୟ ମ୍ୟାଚ ଖେଳିବ ଦକ୍ଷିଣ ଆଫ୍ରିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.