ETV Bharat / sports

ବିଶ୍ବକପ: ହାରିଗଲା ପାକ, ରାଗିଗଲେ ସୋହେବ - ଅଖ୍ତର

ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ପାକିସ୍ତାନ ଉପରେ ଖୁବ ବର୍ଷିଛନ୍ତି ପୂର୍ବତନ ଖେଳାଳୀ ସୋଏବ ଅଖତର । ଅଧିନାୟକ ସରଫରାଜ, ଓପନର ବାବାର ଆଜମ ସହ ବୋଲରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଅଖତର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@MaleehaHashmey
author img

By

Published : Jun 18, 2019, 11:41 PM IST

ହାଇଦ୍ରାବାଦ: ରବିବାର ମାଞ୍ଚେଷ୍ଟରରେ ଭାରତ ଠାରୁ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ କ୍ରୋଧରେ ନିଆଁ ହୋଇଯାଇଛନ୍ତି ରାୱଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତର । ସେ ପାକିସ୍ତାନୀ ମ୍ୟାନେଜମେଣ୍ଟ, କ୍ୟାପ୍ଟେନ ଓ ଟିମ ପ୍ରଦର୍ଶନ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେଉଁ ଟିମର ଓପନର କଭର ଡ୍ରାଇଭ ମାରି ପାରୁନି ସେ ମ୍ୟାଚ କଣ ଜିତିବେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@MaleehaHashmey

337 ରନ ଦେଇ 5 ଟି ୱିକେଟ ନେବା କୌଣସି ବଡ କଥା ନୁହେଁ । ଆମୀର ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ସେ ଆହୁରି ଭଲ କରି ପାରିଥାଆନ୍ତେ । ଟସ ଜିତି ବୋଲିଂ ନିଷ୍ପତ୍ତି ନେବା କଥାରେ ଅଖତର ଅଧିନାୟକ ସରଫରାଜ ଅହମଦ ଉପରେ ଖୁବ ରାଗିଯାଇ କହିଛନ୍ତି ସେ ଜଣେ ମୁର୍ଖ ଅଧିନାୟକ । ସେ କହିଛନ୍ତି ପ୍ରଥମେ ବ୍ୟାଟିଂ କରି 240-250 ରନ କରିଥିଲେ 300 ରନ ମଧ୍ୟ ହୋଇପାରିଥାନ୍ତା ।

ପାକିସ୍ତାନ ଅଧିନାୟକ ନିଜ ବୁଦ୍ଧି ବ୍ୟବହାର କରି ନାହାନ୍ତି
ସୋଏବ କହିଛନ୍ତି ‘ମୁଁ ଚାହୁଁଥିଲି ସରଫରାଜ ନିଜ ବୁଦ୍ଧି ବ୍ୟବହାର କରନ୍ତୁ କିନ୍ତୁ ସେ ନିଜ ନିଶ୍ଚିତ କର ନେଇଥିଲେ ଯେ ନିଜ ବୁଦ୍ଧି ଖଟାଇବେ ନାହିଁ’ । ଏହାସହ ଭାରତୀୟ ଟିମର ଭୂୟସୀ ପ୍ରଶଂସା କରିଛନ୍ତି ସୋଏବ । ଭାରତକୁ ଏହାର ବୋଲିଂ ଜିତାଇଛି ବୋଲି ସେ କହିଥିଲେ ।

ବ୍ୟାଟିଂ ଉପରେ ବି ବର୍ଷିଲେ ଅଖତର
ପାକିସ୍ତାନ ବ୍ୟାଟିଂ ଉପରେ ରାଗ ଜାହିର କରି ସେ କହିଛନ୍ତି ନନ ରେଗୁଲାର ବୋଲରଙ୍କୁ ନିଜ ୱିକେଟ ଦେଇଛନ୍ତି ପାକିସ୍ତାନୀ ବ୍ୟାଟ୍ସମ୍ୟାନ । ଏହା ବହୁତ ଖରାପ ହେଲା । ସେ ଆହୁରି କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ରୋହିତଙ୍କୁ ସୁଯୋଗ ମିଳିବାରୁ ସେ 140 ରନ କରିଦେଲେ କିନ୍ତୁ ଫଖର ଜମାନଙ୍କୁ ସୁଯୋଗ ମିଳିବାରୁ ସେ ନିଜ ୱିକେଟ ଦେଇଦେଲେ ।

ଓପନର କଭର ଡ୍ରାଇଭ ମାରି ପାରୁ ନାହାନ୍ତି
ବାବର ଆଜମ ଉପରେ ରାଗ ଜାହିର କରି ରାୱଲପିଣ୍ଡି କହିଥିଲେ ‘ସେ ଷ୍ଟ୍ରାଇକ ରୋଟେଟ କରିବା ଭୁଲି ଯାଇଥିଲେ । ଯେତେବେଳେ ସେ କହୁଛନ୍ତି ଯେ କୋହଲି ମୋ ଆଦର୍ଶ ତେବେ ତାଙ୍କୁ ଭାବିବା ଦରକାର ଯେ କୋହଲି 25 ରନ କଲେ ସେଥିରେ 2ଟି ଚୌକା ଥାଏ ଓ 15ରନ ସେ ଦୌଡିକି ନେଇ ଥାଆନ୍ତି, କିନ୍ତୁ ବାବର କଣ କଲେ ।

ଏହାସହ ସେ କହିଛନ୍ତି ଯେ ଇମାମ ଉଲ ହକଙ୍କ ପାଖରେ ଟେକନିକ ନାମକ କୌଣସି ଜିନିଷ ନାହିଁ । ସେ ଆଜି ପର୍ଯ୍ୟନ୍ତ କେବେ କଭର ଡ୍ରାଇଭ ମାରି ନାହାନ୍ତି । ପାକିସ୍ତାନ ଓପନର ଯଦି କଭର ଡ୍ରାଇଭ ମାରି ପାରୁନି ସେମାନେ ମ୍ୟାଚ କଣ ଜିତିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdfs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.