ETV Bharat / sports

ପକ୍ଷପାତିତା କରେନି ଚୟନ କମିଟି: ଏମଏସକେ ପ୍ରସାଦ - 3ଡି ଚଷମା

ଅମ୍ବାତି ରାୟୁଡୁଙ୍କୁ ବିଶ୍ବକପ ଦଳରେ ସ୍ଥାନ ନମିଳିବା ଘଟଣାରେ ପ୍ରତିକ୍ରୟା ରଖିଛନ୍ତି ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ । ସେ କହିଛନ୍ତି ଚୟନକର୍ତ୍ତା ଖେଳାଳିଙ୍କୁ ନେଇ ପକ୍ଷପାତିତା କରନ୍ତି ନାହିଁ ।

ଡିଜାଇନ ଫଟୋ
author img

By

Published : Jul 22, 2019, 3:22 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଏକ ବଡ ବୟାନ ଦେଇଛନ୍ତି । ବିଶ୍ବକପ ଦଳରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଚୟନ ବିବାଦରେ ପ୍ରତିକ୍ରୟା ରଖିଛନ୍ତି । ବିଶ୍ବକପ ବେଳେ ଅମ୍ବାତି ରାୟୁଡୁ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

ତେବେ ଅବସର ପୂର୍ବରୁ ରାୟୁଡୁ ଚୟନକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ଟ୍ବିଟ କରିଥିଲେ । ରାୟୁଡୁ କହିଥିଲେ 3ଡି ଚଷମା ପିନ୍ଧି ବିଶ୍ବକପ ଦେଖିବା ସମୟ ଆସିଛି । ବିଜୟ ଶଙ୍କର ଆହତ ହୋଇ ବାଦ ପଡିବା ପରେ, ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ବକପ ଦଳରେ ସାମିଲ କରାଯାଇଥିଲା । ରାୟୁଡୁ ଏହି ନିଷ୍ପତ୍ତି ପରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

ତେବେ ରାୟୁଡୁଙ୍କ ଆକ୍ଷେପକୁ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଗ୍ରହଣ କରିଛନ୍ତି । ଚୟନକର୍ତ୍ତା ଖେଳାଳିଙ୍କୁ ନେଇ ପକ୍ଷପାତିତା କରନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପ୍ରସାଦ । ବିଶ୍ବକପ ଦଳରେ ଆବଶ୍ୟକତା ଅନୁଯାୟୀ ଦଳ ଚୟନ କରାଯାଇଥିଲା ବୋଲି ମୁଖ୍ୟ ଚୟନକର୍ତ୍ତା କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.