ETV Bharat / sports

ଫାଇନାଲରେ ପହଞ୍ଚିବୁ ଭାବିନଥିଲୁ: ଇଆନ ମୋର୍ଗାନ

ଆସନ୍ତା ରବିବାର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ବିଶ୍ବକପର ଫାଇନାଲ ମ୍ୟାଚ । 2015 ବିଶ୍ବକପରେ ଅତ୍ୟନ୍ତ ନୈରାଶାଜନକ ପ୍ରଦର୍ଶନ କରି ଲିଗ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା ଇଂଲଣ୍ଡ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twittwr@cricketworldcup)
author img

By

Published : Jul 12, 2019, 10:02 PM IST

ଲଣ୍ଡନ: ଆସନ୍ତା ରବିବାର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ବିଶ୍ବକପର ଫାଇନାଲ ମ୍ୟାଚ । ଦୀର୍ଘ 27 ବର୍ଷର ଅପେକ୍ଷା ପରେ ଇଂଲଣ୍ଡ ବିଶ୍ବକପ ଫାଇନାଲରେ ପହଞ୍ଚିଛି । 1992 ବିଶ୍ବକପରେ ଶେଷଥର ପାଇଁ ପାକିସ୍ତାନ ବିପକ୍ଷରେ ଫାଇନାଲ ଖେଳିଥିଲା ଇଂଲଣ୍ଡ ।

ରୋଚକ କଥା ହେଉଛି ନ୍ୟୁଜିଲାଣ୍ଡ କ୍ରମାଗତ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । 2015 ବିଶ୍ବକପରେ ଆୟୋଜକ ଅଷ୍ଟ୍ରେଲିଆ ସହ ଫାଇନାଲ ଖେଳିଥିଲା ନ୍ୟୁଜିଲାଣ୍ଡ । ତେବେ ଇଂଲଣ୍ଡ 2015 ବିଶ୍ବକପରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ଲିଗ ପର୍ଯ୍ୟାୟରୁ ହିଁ ବିଦାୟ ନେଇଥିଲା ।

ଏହି ପ୍ରଦର୍ଶନ ପରେ କେବେ ଭାବିନଥିଲୁ 2019 ବିଶ୍ବକପ ଫାଇନାଲ ଖେଳିବୁ ବୋଲି କହିଛନ୍ତି ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନ । ଚଳିତବିଶ୍ବକପକୁ ମିଶାଇ ଇଂଲଣ୍ଡ 4ର୍ଥ ଥର ପାଇଁ ବିଶ୍ବକପ ଫାଇନାଲ ଖେଳିବ । ପ୍ରଥମେ 1979 ବିଶ୍ବକପରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ସହ ଫାଇନାଲ ଖେଳିଥିଲା ଇଂଲଣ୍ଡ ।

ପରେ 1987 ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ସହ ଫାଇନାଲ ଖେଳିଥିଲା ଇଂଲିସ ଟିମ । ପରେ 1992 ବିଶ୍ବକପ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଖେଳି ପରାଜିତ ହୋଇଥିଲା । ତେବେ ଚଳିତ ବିଶ୍ବକପରେ 12ଟି ସଂସ୍କରଣରୁ ଥରେ ବି ଟ୍ରଫି ଜିତିନଥିବା ଦଳ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ଖେଳାଯିବ ।

Intro:Body:

BLANK  FOR STORY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.