ନୂଆଦିଲ୍ଲୀ: ଟିମ ଇଣ୍ଡିଆ ସେମିଫାଇନାଲରେ ପରାଜିତ ହୋଇ ବିଶ୍ବକପରୁ ବାଦ ପଡିଛି । ଏହାପରେ ଦେଶରେ କ୍ରିକେଟପ୍ରେମୀ ଓ ଭାରତୀୟ ଦଳର ବିଶ୍ବକପ ଜିତିବା ସ୍ବପ୍ନ ଭାଙ୍ଗି ଯାଇଛି । ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କୁ ମଧ୍ୟ ଦୁଃଖି ହେବାର ଦେଖିବାକୁ ମିଳିଥିଲା ।
କାଲି ଆମେ ଜିତିପାରିନେ ସତ ମାତ୍ର ହାରିନେ ମଧ୍ୟ । ଦୁଃଖ କରିବାର କିଛି ନାହିଁ ଏମିତି କିଛି ଶବ୍ଦ ନିଜ ଟ୍ବିଟର ପେଜରେ ଭାରତୀୟ ଦଳ ପାଇଁ ସେ ଲେଖିଛନ୍ତି । ଏହାସହ ଗୁଲଜାର ସାହେବଙ୍କ ଲିଖିତ ଏକ ସଂଗୀତ ଭାରତୀୟ ଦଳର ଖେଳାଳିଙ୍କ ଉଦ୍ଦେଶ୍ୟରେ ଗାଇଛନ୍ତି । ଏହି ସଂଗୀତ ବର୍ଷ 1994ରେ ପୁନେ ଠାରେ ହୋଇଥିବା ଜାତୀୟ ଗେମ୍ସ ପାଇଁ ଗାଇଥିଲେ ।