ETV Bharat / sports

ବିଶ୍ବକପ ହିରୋଙ୍କ ହ୍ୟାଟ୍ରିକ ରେକର୍ଡ

ଆସନ୍ତା କାଲିଠାରୁ ଆରମ୍ଭ ହେଉଛି କ୍ରିକେଟର ମହାକୁମ୍ଭ । 1975 ଠାରୁ ଆରମ୍ଭ ହୋଇଥିଲା ବିଶ୍ବକପ୍‌ର ପ୍ରଥମ ସଂସ୍କରଣ । ଆଉ ବିଶ୍ବକପ୍‌ରେ ତିଆରି ହୁଏ ଅନେକ ରେକର୍ଡ । ଆଉ ସେମିତି କିଛି ରେକର୍ଡ ରହିଛି ବିଶ୍ବକପର ହ୍ୟାଟ୍ରିକ ୱିକେଟ ନେଇଥିବା ହିରୋଙ୍କ ନାଁରେ ।

author img

By

Published : May 29, 2019, 9:55 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଇଂଲଣ୍ଡରେ 1975 ବିଶ୍ବକପର ପ୍ରଥମ ସଂସ୍କରଣ ପରେ, ଏହି ଟୁର୍ଣ୍ଣାମେଣ୍ଟ ଏଯାବତ ଦେଖିଛି 9ଟି ହ୍ୟାଟ୍ରିକ । ଏହି 9ଟି ହ୍ୟାଟ୍ରିକ ମଧ୍ୟରେ ଶ୍ରୀଲଙ୍କା ବୋଲର ଲସିତ ମାଲିଙ୍ଗାଙ୍କର ଦୁଇଟି ହ୍ୟାଟ୍ରିକ ସାମିଲ ରହିଛି । ତେବେ ନଜର ପକାଇବା ଏପର୍ଯ୍ୟନ୍ତ ବିଶ୍ବକପ ଇତିହାସର ହ୍ୟାଟ୍ରିକ ହିରୋଙ୍କ ରେକର୍ଡ ଉପରେ ।

know, hat-trick, heroes, cricket, world cup, ହ୍ୟାଟ୍ରିକ ହିରୋ
ଫାଇଲ ଫଟୋ

ଚେତନ ଶର୍ମା
ଦଳ-ଭାରତ
ବିପକ୍ଷ-ନ୍ୟୁଜିଲାଣ୍ଡ
ସଂସ୍କରଣ-1987

ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଶର୍ମାଙ୍କୁ ବିଶ୍ବକପରେ ପ୍ରଥମ ହ୍ୟାଟ୍ରିକ ୱିକେଟ ନେଇଥିବା ଖେଳାଳି ଭାବେ ସର୍ବଦା ମନେ ରହିବେ । 1987 ବିଶ୍ବକପର ଚତୁର୍ଥ ସଂସ୍କରଣରେ ନାଗପୁରଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ ଏହି ରାଇଟ-ଆର୍ମ ପେସର ।

କିୱିଙ୍କ ବିପକ୍ଷରେ ଭାରତର ଫାଇନାଲ ଗ୍ରୁପ ମ୍ୟାଚରେ, ଚେତନ ପ୍ରଥମେ କେନ ରୁଥରଫୋର୍ଡ, ଇଆନ ସ୍ମିଥ ଓ ଇଭେନ ଚାଟଫିଲ୍ଡଙ୍କୁ କ୍ରମାଗତ ତିନୋଟି ବଲରେ ଆଉଟ କରି ହ୍ୟାଟ୍ରିକ କରିଥିଲେ । ଆଉ ମଜାକଥା କଥା ହେଲା ସମସ୍ତ ତିନି ବ୍ୟାଟ୍ସମ୍ୟାନ କ୍ଲିନ ବୋଲ୍ଡ ହୋଇଥିଲେ ।

ସାକଲିନ ମୁଶତାଖ
ଦଳ-ପାକିସ୍ତାନ
ବିପକ୍ଷ-ଜିମ୍ବାୱେ
ସଂସ୍କରଣ-1999

1987ରେ ଚେତନଙ୍କ ଚମତ୍କାର ହ୍ୟାଟ୍ରିକ ପରେ, କ୍ରିକେଟପ୍ରେମୀଙ୍କୁ 12 ବର୍ଷ ଅପେକ୍ଷା କରିବାକୁ ପଡିଥିଲା ଆଗାମୀ ବିଶ୍ବକପ ହ୍ୟାଟ୍ରିକ ପାଇଁ । ପାକିସ୍ତାନ ଅଫ-ସ୍ପିନର ସାକଲିନ ମୁଶତାଖ 3ଟି ବଲରେ ଲଗାତାର ତିନି ୱିକେଟ ନେଇ ଜିମ୍ବାୱେର ବ୍ୟାଟିଂ ଅର୍ଡର ଦୋହଲାଇ ଦେଇଥିଲେ ।

ହେନେରି ଓଲଙ୍ଗାଙ୍କୁ ମୋଇନ ଖାନଙ୍କ ଦ୍ୱାରା ଷ୍ଟମ୍ପ ଆଉଟ କରିବା ପରେ ଆଡମ ହକଲଙ୍କୁ ଆଉଟ କରିଥିଲେ । ଏହାପରେ ପୋମି ଏମବଙ୍ଗୱାଙ୍କୁ ଏଲବିଡବଲ୍ୟୁ କରି ନିଜ ହ୍ୟାଟ୍ରିକ ପୁରା କରିଥିଲେ ।

ଚାମିଣ୍ଡା ଭାସ
ଦଳ-ଶ୍ରୀଲଙ୍କା
ବିପକ୍ଷ-ବାଂଲାଦେଶ
ସଂସ୍କରଣ-2003

ପୂର୍ବତନ ଶ୍ରୀଲଙ୍କା ପେସର ଚାମିଣ୍ଡା ଭାସ 2003 ବିଶ୍ବକପ୍‌ରେ ବାଂଲାଦେଶ ଖେଳାଳିଙ୍କୁ କୌଣସି ପ୍ରକାରେ ଛାଡିବା ମୁଡରେ ନଥିଲେ । ପିଚରମାରିଟବର୍ଗରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଅଧିନାୟକ ଜୟସୁରିୟା ଭାସଙ୍କ ହାତରେ ବଲ ଦେଇଥିଲେ ।

ଭାସ ପ୍ରଥମେ ହନ୍ନନ ସରକାର, ପରେ ମହମ୍ମଦ ଅଶ୍ରଫୁଲ, ଓ ଶେଷରେ ଏହସାନ ଉଲହକଙ୍କୁ ଫଭିଲିୟନର ବାଟ ଦେଖାଇଥିଲେ । ଏହି ତିନି ୱିକଟ ସହ ଚାମିଣ୍ଡା ହ୍ୟାଟ୍ରିକ ହିରୋ ହେବା ସହ ମ୍ୟାଚର ପ୍ରଥମ ବଲରେ ହ୍ୟାଟ୍ରିକ ନେଇଥିବା ପ୍ରଥମ ବୋଲର ହୋଇଥିଲେ ।

ଏହା ମ୍ୟାଚରେ ଭାସ 6ଟି ୱିକେଟ ନେଇ ‘ମ୍ୟାନ ଅଫ ଦ ମ୍ୟାଚ’ ବିବେଚିତ ହୋଇଥିଲେ ।

ବ୍ରେଟ ଲି
ଦଳ-ଅଷ୍ଟ୍ରେଲିଆ
ବିପକ୍ଷ-କେନିଆ
ସଂସ୍କରଣ-2003

2003 ବିଶ୍ବକପ ଦୁଇଟି ହ୍ୟାଟ୍ରିକର ସାକ୍ଷୀ ହୋଇଥିଲା । ପ୍ରଥମେ ଶ୍ରୀଲଙ୍କାର ଚାମିଣ୍ଡା ଭାସ ଓ ପରେ ଅଷ୍ଟ୍ରେଲିୟ ବ୍ରେଟ ଲି ।

ଲି ପ୍ରଥମେ କେନିଆ ଓପନର କେନେଡି ଓଟିଏନୋଙ୍କୁ ନିଜର ଶିକାର କରିଥିଲେ । ତା'ପରେ ଏକ ଚମତ୍କାର ଆଉଟ ସ୍ବିଙ୍ଗର ପକାଇ ବ୍ରିଜଲ ପଟେଲଙ୍କୁ ଆଉଟ କରିଥିଲେ । ଡେଭିଡ ଓବୁୟାଙ୍କ ବୋଲ୍ଡ କରି ଲି ନିଜର ହ୍ୟାଟ୍ରିକ ପୁରା କରିଥିଲେ ।

ଲସିଥ ମାଲିଙ୍ଗା
ଦଳ-ଶ୍ରୀଲଙ୍କା
ବିପକ୍ଷ-ଦକ୍ଷିଣ ଆଫ୍ରିକା
ସଂସ୍କରଣ-2007

ଶ୍ରୀଲଙ୍କା ଖେଳାଳି ଲସିଥ ମାଲିଙ୍ଗା ଏକମାତ୍ର ବୋଲର ଯିଏ ବିଶ୍ବକପ ଇତିହାସରେ ଦୁଇ ଦୁଇ ଥର ହ୍ୟାଟ୍ରିକ ୱିକଟ ନେଇଛନ୍ତି ।

2007ରେ ଦକ୍ଷିଣ ଆଫ୍ରିକା ସୁପର 8 ମ୍ୟାଚ ବେଳେ, ପ୍ରଥମେ ସନ ପଲକଙ୍କ ଧିମା ବଲ ପକାଇ ପଭିଲିୟନ ପଠାଇବାର ସଫଳ ହୋଇଥିଲେ ଏହାପରେ ଏଣ୍ଡ୍ରୁ ହଲ, ଓ ଶେଷରେ ଜାକ କାଲିସଙ୍କୁ ଆଉଟ କରି ପୁରା କରିଥିଲେ ହ୍ୟାଟ୍ରିକ । ମାଲିଙ୍ଗା ଏଇଠି ଅଟକି ନଥିଲେ ସେ 4ବଲ ରେ 4ୱିକେଟ ନେଇ ମଖାୟା ନିଟନିଙ୍କୁ ନିଜର ଶିକାର ବନାଇଥିଲେ ।

କିନ୍ତୁ ଦୁର୍ଭାଗ୍ୟ ବସତ ମାଲିଙ୍ଗାଙ୍କ ଚମତ୍କାର ବୋଲିଂ ଶ୍ରୀଲଙ୍କାକୁ ଜିତାଇ ପାରିନଥିଲା । ଏହି ମ୍ୟାଚକୁ ଦକ୍ଷିଣ ଆଫ୍ରିକା 1 ୱିକେଟରେ ଜିତି ନେଇଥିଲା ।

କେମର ରୋଚ
ଦଳ-ୱେଷ୍ଟ ଇଣ୍ଡିଜ
ବିପକ୍ଷ-ନେଦରଲାଣ୍ଡ
ସଂସ୍କରଣ-2011

ଭାରତରେ ହୋଇଥିବା ବିଶ୍ବକପର 2011 ସଂସ୍କରଣରେ ୱେଷ୍ଟ ଇଣ୍ଡିଜ୍‌ର କେମର ରୋଚ ମଧ୍ୟ ନେଦରଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ ୱିକେଟ ନେଇଥିଲେ ।

331ରନ ବିଜୟ ଲକ୍ଷର ପିଛା କରି ନେଦରଲ୍ୟାଣ୍ଡ 7 ୱିକେଟ ହରାଇ 115 ରନ କରିଥିଲା । ସେତିକି ବେଳେ ରୋଚ ନିଜ ଟିମକୁ ବିଜୟୀ କରିବାରେ ଆଉ ବିଳମ୍ବ ନକରି କ୍ରମାଗତ ତିନୋଟି ୱିକେଟ ନେଇ ୱେଷ୍ଟଇଣ୍ଡିଜକୁ ଏକ ବଡ ବିଜୟ ଦେଇଥିଲେ ।

ରୋଚ ପ୍ରଥମେ ପିଟର ସିଲାର ଓ ବର୍ନାଡ ଲୁଟ୍‌ସ ଓ ଶେଷରେ ବେରେଣ୍ଡ ୱେଷ୍ଟଡିଜକଙ୍କ ମିଡଲ ଷ୍ଟମ ଉଡାଇ ୱେଷ୍ଟଇଣ୍ଡିଜକୁ 215 ରନରେ ବିଜୟୀ କରାଇଥିଲେ ।

2003 ପରେ ଦ୍ୱିତୀୟ ଥର ପାଇଁ ଦୁଇଟି ହ୍ୟାଟ୍ରିକର ସାକ୍ଷୀ ହୋଇଥିଲା 2011 ବିଶ୍ବକପ । ରୋଚଙ୍କ ମ୍ୟାଚ ୱିନିଙ୍ଗ ହ୍ୟାଟ୍ରିକ ପରେ, ମାଲିଙ୍ଗା ପ୍ରଥମ ବୋଲର ହୋଇଥିଲେ ଯିଏକି ଦୁଇ ଥର ବିଶ୍ବକପ ହ୍ୟାଟ୍ରିକ ନେବାରେ ସଫଳ ହୋଇଥିଲେ ।

ପ୍ରଥମ ଥର ପରି ଏଥର ମଧ୍ୟ ଦୁଇଟି ପୃଥକ ଓଭରରେ ମାଲିଙ୍ଗା ତାଙ୍କ ହ୍ୟାଟ୍ରିକ ପୁରା କରିଥିଲେ । ପ୍ରଥମେ ତନ୍ମୟ ମିଶ୍ର, ପିଟର ଅନଗଣ୍ଡୋ ଓ ଶେଷରେ ସେମ ନଗୋଚେଙ୍କୁ ପଭିଲିୟନର ବାଟ ଦେଖାଇ ନିଜର ଦ୍ବିତୀୟ ହ୍ୟାଟ୍ରିକ ହାସଲ କରିଥିଲେ ।

ଷ୍ଟିଭ ଫିନ
ଦଳ-ଇଂଲଣ୍ଡ
ବିପକ୍ଷ-ଅଷ୍ଟ୍ରେଲିଆ
ସଂସ୍କରଣ-2015

ଇଂଲଣ୍ଡ ପେସର ଷ୍ଟିଭ ଫିନ ପ୍ରଥମ ଇଂଲଣ୍ଡ ଖେଳାଳି ଯିଏ ବିଶ୍ବକପ୍‌ରେ ହ୍ୟାଟ୍ରିକ ନେବାରେ ସଫଳ ହୋଇଥିଲେ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଉପଲବ୍ଧି ହାସଲ କରିଥିଲେ ଫିନ ।

49.3 ଓଭରେ ଅଷ୍ଟ୍ରେଲିଆ 342 ରନ କରି ଖେଳୁଥିବା ବେଳେ ଫିନ ଶେଷ ତିନୋଟି ବଲରେ ହ୍ୟାଟ୍ରିକ ୱିକେଟ ନେଇଥିଲେ । ବ୍ରାଡ ହେଡିନଙ୍କୁ କ୍ଯାଚ ଆଉଟ କରାଇବା ପରେ ଗ୍ଲେନ ମେକ୍ସୱେଲ ଓ ଶେଷରେ ମିଚେଲ ଜନସନଙ୍କୁ ଆଉଟ କରିଥିଲେ ଫିନ ।

ଜେପି ଡୁମିନି
ଦଳ-ଦକ୍ଷିଣ ଆଫ୍ରିକା
ବିପକ୍ଷ-ଶ୍ରୀଲଙ୍କା
ସଂସ୍କରଣ-2015

2003, 2011 ପରେ 2015 ବିଶ୍ବକପ୍‌ରେ ମଧ୍ୟ ଦେଖିବାକୁ ମିଳିଥିଲା ଦୁଇଟି ହ୍ୟାଟ୍ରିକ । ପ୍ରଥମ ହ୍ୟାଟ୍ରିକ ଷ୍ଟିଭ ଫିନ ହାତେଇ ଥିବା ବେଳେ ଦୁଇ ହ୍ୟାଟ୍ରିକ ଆସିଥିଲା ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ଜିନ-ପାଉଲ ଡୁମିନିଙ୍କ ଖାତାରେ । ଶ୍ରୀଲଙ୍କା ବିପକ୍ଷ କ୍ୱାର୍ଟର ଫାଇନାଲରେ ଏହି ରେକର୍ଡ କରିଥିଲେ ଡୁମିନି ।

ଡୁମିନିଙ୍କ ହ୍ୟାଟ୍ରିକ ମଧ୍ୟ ଦୁଇଟି ପୃଥକ ଓଭରରେ ହୋଇଥିଲା । ନିଜ ଅଷ୍ଟମ ଓଭରର ଶେଷ ବଲରେ ଏଞ୍ଜେଲା ମାଥ୍ୟୁସକୁ ଆଉଟ କରିବା ପରେ ନବମ ଓଭରର ପ୍ରଥମ ବଲରେ ନୁୱନ କୁଲଶେକରା, ଓ ତା'ପରେ ଥାରିଣ୍ଡୁ କୌଶଲଙ୍କୁ ନିଜର ଶିକାର କରିଥିଲେ ଡୁମିନି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.