ETV Bharat / sports

ଟିମ ଇଣ୍ଡିଆର ଦିନିକିଆ କ୍ୟାପଟେନ ହେବେ ରୋହିତ ! - Virat Kohli

ବଦଳି ପାରନ୍ତି ଟିମ ଇଣ୍ଡିଆର ଦିନିକିଆ କ୍ୟାପଟେନ । ରୋହିତ ଶର୍ମାଙ୍କୁ ଦିନିକିଆରେ କ୍ୟାପଟେନ କରିବା ପାଇଁ ଚର୍ଚ୍ଚା ହେଉଛି । ରୋହିତ ଅଧିନାୟକତ୍ବ ସମ୍ଭାଳିବାକୁ ଏହା ଉପଯୁକ୍ତ ସମୟ ବୋଲି ବିସିସିଆଇର ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି ।

ଡିଜାଇନ ଫଟୋ
author img

By

Published : Jul 15, 2019, 6:17 PM IST

ନୂଆଦିଲ୍ଲୀ: ବଦଳି ପାରନ୍ତି ଟିମ ଇଣ୍ଡିଆର କ୍ୟାପଟେନ । କୋହଲି ଟେଷ୍ଟ, ଟି-20 ଓ ଦିନିକିଆ ଫର୍ମାଟ ପାଇଁ ଟିମ ଇଣ୍ଡିଆର ଅଧିନାୟକତ୍ବ ସମ୍ଭାଳୁଛନ୍ତି । ତେବେ ରୋହିତ ଶର୍ମାଙ୍କୁ ଦିନିକିଆରେ କ୍ୟାପଟେନ କରିବା ପାଇଁ ଚର୍ଚ୍ଚା ହେଉଛି । ଏହି ଘଟଣାରେ ରୋହିତ ଅଧିନାୟକତ୍ବ ସମ୍ଭାଳିବାକୁ ଏହା ଉପଯୁକ୍ତ ସମୟ ବୋଲି ବିସିସିଆଇର ଜଣେ ଅଧିକାରୀଠାରୁ ସୂଚନା ମିଳିଛି । ତେବେ ଏହି ବିଷୟରେ ବିସିସିଆଇ ଅଧିକ ବିଚାର କରୁଛି ।

ବିଶ୍ବକପ ସେମିଫାଇନାଲରେ ଭାରତ ପରାଜିତ ହେବାପରେ ବିରାଟଙ୍କ ଅଧିନାୟକତ୍ବକୁ ନେଇ ପ୍ରଶ୍ନ ଉଠିଥିଲା । ଏମିତିକି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ବିରାଟଙ୍କ ଅଧିନାୟକତ୍ବକୁ ନେଇ ଖୁସି ନଥିବା ଲାଗୁଥିଲା । ଏକ ମହାନ ଖେଳାଳି ଜଣେ ଶ୍ରେଷ୍ଠ କ୍ୟାପଟେନ ହୋଇନପାରନ୍ତି, ବୋଲି ସଚିନ କହିଥିଲେ । ସେମିଫାଇନାଲରେ ଧୋନିଙ୍କୁ ବ୍ୟାଟିଂ ଅର୍ଡରରେ ପୂର୍ବରୁ ପଠାଇଥିଲେ, ମ୍ୟାଚର ପରିଣାମ କିଛି ଅଲଗା ହୋଇଥାନ୍ତା ବୋଲି ମତ ଦେଇଥିଲେ । ମ୍ୟାଚ ପରେ ବହୁ ଭାରତୀୟ ପୂର୍ବତନ କ୍ରିକେଟର ଏମିତି କିଛି ମତ ଦେଇଥିଲେ ।

ଗୋଟେ ଭଲ ଟିମ ପରାଜୟକୁ ସମୀକ୍ଷା କରି ସେଥିରୁ ଶିକ୍ଷାଲାଭ କରେ । ପରେ ଟିମକୁ ସବୁ ବିଭାଗରେ ସଶକ୍ତ କରିବା ଲାଗି ପଦକ୍ଷେପ ନେଇଥାଏ । ତେବେ ପୂର୍ବ ଟୁର୍ଣ୍ଣାମେଣ୍ଟର ପରାଜୟକୁ ପାଶୋରି ଭବିଷ୍ୟତ ପାଇଁ ପ୍ରସ୍ତୁତି ଆରମ୍ଭ କରିଥାଏ । ପୂର୍ବ ପ୍ରସ୍ତୁତି ହିଁ ବିଶ୍ବକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଦଳକପ ବିଜୟୀ କରାଇଥାଏ । ଯାହାକି ସଦ୍ୟ ସମାପ୍ତ ହୋଇଥିବା ଇଂଲଣ୍ଡ ଦଳ କରିକି ଦେଖାଇଛି । 2015 ବିଶ୍ବକପରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ଲିଗ ପର୍ଯ୍ୟାୟରୁ ବିଦାୟ ନେଇଥିଲା ଇଂଲଣ୍ଡ । ତେବେ 2019 ବିଶ୍ବକପରେ ଶକ୍ତିଶାଳୀ କ୍ରିକେଟ ପ୍ରଦର୍ଶନ କରି ଚମ୍ପିଆନ ହୋଇଛି ଦଳ । ଆଗାମୀ 2023 ବିଶ୍ବକପ ଭାରତ ଆୟୋଜନ କରିବ । ସେଥିପାଇଁ ଏବେଠାରୁ କ୍ୟାପଟେନ ଠାରୁ ନେଇ ଖେଳାଳି ଓ ମ୍ୟାନେଜମେଣ୍ଟ, ସବୁ ବିଭାଗକୁ ସଂପୂର୍ଣ୍ଣ ସଜାଡିବାକୁ ହେବ । ବିସିସିଆଇର ଜଣେ ଅଧିକାରୀଙ୍କ ଠାରୁ ଏମିତି କିଛି ସଂକେତ ମିଳିଛି ।

Intro:Body:

BLANK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.