ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିବା ପରେ ଶନିବାର ସ୍ଥାନୀୟ ଗ୍ରାଉଣ୍ଡରେ ଭ୍ରମଣକାରୀ ଭାରତ ଖେଳିବ 2ୟ ଟେଷ୍ଟ । ତେବେ ଟେଷ୍ଟ ସିରିଜର ଏହା ଡିସାଇଡର ମ୍ୟାଚ ହୋଇଥିବା ବେଳେ ମ୍ୟାଚ ଜିତି ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଦିନିକିଆ ସିରିଜ 5-0ରେ ମୂଳପୋଛ ହେବା ପରେ ପୁଣି ଏବେ ଆଉ ଏକ ମୂଲପୋଛର ଖଣ୍ଡା ଝୁଲୁଛି ।
ଆଉ ଏହି ସମୟରେ ଭାରତୀୟ ଦଳକୁ ଲାଗିଛି ଆଉ ଏକ ଶକ୍ତ ଧକ୍କା । ଦଳର ମୁଖ୍ୟ ବୋଲର ଈଶାନ୍ତ ଶର୍ମା ଆହତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ତାଙ୍କ ଗୋଇଠିରେ ଆଘାତ ଲାଗିବାରୁ ସେ ଆସନ୍ତାକାଲି ମ୍ୟାଚରେ ଖେଳି ପାରିବେ ନାହିଁ । ତେବେ ଶୁକ୍ରବାର ତାଙ୍କୁ ଟେଷ୍ଟ ପାଇଁ ପଠାଯାଇଛି । ଇଶାନ୍ତ ଆହତ ପରେ ଦଳର ପେସ ବିଭାଗ ଏବେ ଚିନ୍ତାରେ ରହିଛି ।ଉଲ୍ଲେଖଥାଉ କି, ପ୍ରଥମ ଟେଷ୍ଟରେ ସମସ୍ତ ବୋଲର ବିଫଳ ହୋଇଥିବା ବେଳେ କେବଳ ଈଶାନ୍ତ ଶର୍ମା 5 ୱିକେଟ ଅକ୍ତିଆର କରିପାରିଥିଲେ । ତେବେ ତାଙ୍କ ସ୍ଥାନରେ ସମ୍ଭବତଃ ଉମେଶ ଯାଦବଙ୍କୁ ଦଳରେ ସ୍ଥାନ ମିଳିପାରେ ।