ETV Bharat / sports

ବିଶ୍ବକପ: ପ୍ରଥମ ମ୍ୟାଚରେ ଭାରତ ହାରିଛି ବେଶୀ, ଜିତିଛି କମ - macth

2019 କ୍ରିକେଟ ବିଶ୍ବକପ ପୂର୍ବରୁ ବିଶ୍ବକପର 11ଟି ସଂସ୍କରଣ ଖେଳାସରିଛି । ବିଶ୍ବକପରେ ଭାରତ ଖେଳିଥିବା ପ୍ରଥମ ମ୍ୟାଚରେ 6ଟିରେ ହାରିଛି ଓ 5ଟିରେ ବିଜୟ ଲାଭ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ଆଇସିସି)
author img

By

Published : Jun 5, 2019, 2:30 PM IST

ଲଣ୍ଡନ: 2019 କ୍ରିକେଟ ବିଶ୍ବକପ ପୂର୍ବରୁ ବିଶ୍ବକପର 11ଟି ସଂସ୍କରଣ ଖେଳାସରିଛି । ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ବିଶ୍ବକପରେ ଭାରତ ଖେଳିଥିବା ପ୍ରଥମ ମ୍ୟାଚରେ 6ଟିରେ ହାରିଛି ଓ 5ଟିରେ ବିଜୟ ଲାଭ କରିଛି । କିନ୍ତୁ 2011 ବିଶ୍ବକପ ପରେ ବିଶ୍ବକପର ପ୍ରଥମ ମ୍ୟାଚରେ ଭାରତ ହାରିନାହିଁ ।

ବିଶ୍ବକପ ଇତିହାସରେ ଭାରତ ଅନ୍ୟତମ ସଫଳ ଦଳ । 11ଟି ବିଶ୍ବକପରୁ 2ଥର ଭାରତ ଚମ୍ପିଆନ ହୋଇଛି । ଓ ଥରେ ରନର୍ସଅପ ହୋଇଛି । 1983, 2011ରେ ବିଶ୍ବକପ ଟ୍ରଫି ହାତେଇଥିଲା ଟିମ ଇଣ୍ଡିଆ । ସେହିପରି 2003 ବିଶ୍ବକପରେ ଫାଇନାଲରେ ପହଞ୍ଚିଥିଲା ଭାରତୀୟ ଦଳ ।

ଜାଣନ୍ତୁ ଏଯାବତ ବିଶ୍ବକପରେ ଭାରତ ଖେଳିଥିବା ପ୍ରଥମ ମ୍ୟାଚ ସମ୍ପର୍କରେ:

1975 ବିଶ୍ବକପ: 1975ରେ ଆଇସିସି କ୍ରିକେଟ ବିଶ୍ବକପ ପ୍ରଥମ କରି ହୋଇଥିଲା । ଆୟୋଜକ ଥିଲା ଇଂଲଣ୍ଡ । ପ୍ରଥମ ମ୍ୟାଚ ଭାରତ ବନାମ ଇଂଲଣ୍ଡ ଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 60 ଓଭରରେ 334/6 ରନ କରିଥିଲା । ଜବାବରେ ଭାରତ 60 ଓଭର ଖେଳି ମାତ୍ର 132/3 ରନ କରିପାରିଥିଲା ।

1979 ବିଶ୍ବକପ: ପ୍ରଥମ ମ୍ୟାଚ ଡିଫେଣ୍ଡିଙ୍ଗ ଚମ୍ପିଆନ ୱେଷ୍ଟଇଣ୍ଡିଜ ସହ ଭାରତ ଖେଳିଥିଲା । ପ୍ରଥମେ ବ୍ୟାଟିଂ କରି 53.1 ଓଭରରେ ମାତ୍ର 190 ରନ କରିଥିଲା । ୱେଷ୍ଟଇଣ୍ଡିଜ 52 ଓଭରରେ 7ୱିକେଟ ହରାଇ ଜିତିନେଇଥିଲା ।

1983 ବିଶ୍ବକପ: କପିଲ ଦେବଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ପାଇଁ ବିଶ୍ବକପ ଚମ୍ପିଆନ ହୋଇଥିଲା । ପ୍ରଥମ ମ୍ୟାଚରେ ପୁଣି ୱେଷ୍ଟଇଣିଜକୁ ଭେଟିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି 262/8ରନ କରିଥିଲା କପିଲ ଦେବଙ୍କ ଦଳ । ତେବେ ୱେଷ୍ଟଇଣ୍ଡିଜ 228ରନରେ ଅଟକି ଯାଇଥିଲା ।

1987 ବିଶ୍ବକପ: ଏହି ବିଶ୍ବକପ ଭାରତରେ ହୋଇଥିଲା । ଚେନ୍ନାଇରେ ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିଥିଲା । ଏଥିରେ ଭାରତ 1 ରନରେ ହାରିଥିଲା । 50 ଓଭରରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 270 ରନ କରିଥିଲା । ଜବାବରେ ଭାରତ 269 ରନରେ ଅଲଆଉଟ ହୋଇଯାଇଥିଲା । କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ 83 ବଲରେ 70, ନବଜିତ ସିଂହ ସିଦ୍ଧୁ 79 ବଲରେ 73 ରନର ପାଳି ଖେଳିଥିଲେ ।

1992 ବିଶ୍ବକପ: ଟିମ ଇଣ୍ଡିଆ ଅଷ୍ଟେଲିଆର ପର୍ଥରେ ଖେଳିଥିଲା ବିଶ୍ବକପର ପ୍ରଥମ ମ୍ୟାଚ । ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିଥିଲା । ଏଥିରେ 9ରନରେ ଇଂଲଣ୍ଡଠୁ ହାରିଥିଲା ମହମ୍ମଦ ଆଝାରୁଦ୍ଦିନଙ୍କ ଭାରତୀୟ ଦଳ । ତେବେ ଏହି ମ୍ୟାଚରେ ଟିମ ଇଣ୍ତିଆର ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ 112ରନରେ ଧିମା ଅର୍ଧଶତକ 57 ରନ କରିଥିଲେ ।

1996 ବିଶ୍ବକପ: ଏହି ସଂସ୍କରଣରେ ପ୍ରଥମ ମ୍ୟାଚ କଟକର ବାରବାଟି ଷ୍ଟାଡିୟମରେ ଖେଳିଥିଲା ଟିମ ଇଣ୍ଡିଆ । ଭାରତ ସାମ୍ନାରେ ଥିଲା କେନିଆ । 50 ଓଭରରେ କେନିଆ ମାତ୍ର 199/6 ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ସଚିନ ଏକାକି 138 ବଲରେ 127 ରନ କରିଥିଲେ । ଅଜୟ ଜାଡେଜାଙ୍କ ସହ ମିଶି ପ୍ରଥମ ୱିକେଟରେ 163ରନର ପାର୍ଟନରସିପ କରିଥିଲେ । 1996 ବିଶ୍ବକପ ସେମିଫାଇନାଲରେ ଶ୍ରୀଲଙ୍କା ଠାରୁ କୋଲକାତାର ଇର୍ଡେନ ଗାର୍ଡେନରେ ହାରିଯାଇଥିଲା ଭାରତ ।

2003 ବିଶ୍ବକପ: ଟିମ ଇଣ୍ଡିଆର ପ୍ରଥମ ମ୍ୟାଚରେ ମୁକାବିଲା କରିଥିଲା ନେଦରଲାଣ୍ଡ ସହିତ । 48.4 ଓଭର ଖେଳି ଭାରତ ମାତ୍ର 2014 ରନରେ ଅଲଆଉଟ ହୋଇଯାଇଥିଲା । ତେବେ ଦଳର ଷ୍ଟାର ବୋଲର ଜଗଭଲ ଶ୍ରୀନାଥ ଓ ଅନିଲ କୁମ୍ବଲେ 8ଟି ୱିକେଟ ନେଇ ନେଦରଲାଣ୍ଡର ପାଳିକୁ 136 ରନରେ ସମାପ୍ତ କରିଦେଇଥିଲେ ।

2007 ବିଶ୍ବକପ: ଏହି ସଂସ୍କରଣରେ ବିଶ୍ବକପ ଇତିହାସରେ ବଡଧରଣର ବିପର୍ଯ୍ୟୟ ସୃଷ୍ଟି କରିଥିଲା ବାଂଲାଦେଶ । ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପକୁ ଧ୍ବସ୍ତ କରି 5 ୱିକେଟରେ ଜିତିଥିଲା ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର 191 ରନରେ ଅଲଆଉଟ ହୋଇଯାଇଥିଲା ।

2011 ବିଶ୍ବକପ: ଭାରତ ପ୍ରଥମ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିଥିଲା । 2007 ବିଶ୍ବକପ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ କରିଥିଲା ବିଶାଳ 370 ରନ । 140 ବଲରେ 175 ରନର ବିସ୍ଫୋରକ ପାଳି ଖେଳିଥିଲେ ସେହ୍ବାଗ । ବାଂଲାଦେଶ 283 ରନ କରିପାରିଥିଲା ।

2015 ବିଶ୍ବକପ: ଅଷ୍ଟ୍ରେଲିଆର ଐତିହାସିକ ଆଡିଲେଟ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ ଖେଳିଥିଲା ଭାରତ । ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ 76 ରନରେ ମାତ ଦେଇଥିଲା ଧୋନୀଙ୍କ ଟିମ ଇଣ୍ଡିଆ । ବିରାଟ କୋହଲିଙ୍କ 107 ରନ, ଧାୱନ ଓ ରୈନାଙ୍କ ଅର୍ଦ୍ଧଶତକ ବଳରେ ଭାରତ 50 ଓଭରରେ 300/7 ରନ କରିଥିଲା । ଜବାବରେ ପାକିସ୍ତାନ ମାତ୍ର 224ରନ ରେ ଅଲଆଉଟ ହୋଇଯାଇଥିଲା ।

Intro:Body:

fghfg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.