ETV Bharat / sports

ଦିନିକିଆରୁ ଅବସର ନେଲେ ମାଲିଙ୍ଗା, ଭୁଲ ଟ୍ବିଟ କରି ହଟହଟା ଆଇସିସି

ଦିନିକିଆ କ୍ରିକେଟରୁ ଶ୍ରୀଲଙ୍କା ପେସର ଲସିଥ ମାଲିଙ୍କା ଅବସର ନେଇଛନ୍ତି । ଏ ନେଇ ଆଇସିସି ପକ୍ଷରୁ ଏକ ଟ୍ବିଟ କରାଯାଇଥିଲା । ତେବେ ଟ୍ବିଟରେ ଲେଖାଥିବା ମାଲିଙ୍ଗାଙ୍କ ଦିନିକିଆ କ୍ୟାରିୟରର ରେକର୍ଡ ଭୁଲ ବୋଲି ଜଣାପଡିବା ପରେ ସୋସିଆଲ ମିଡିଆରେ ଆଇସିସି ଟ୍ବିଟର ଭାଇରାଲ ହୋଇଛି ।

author img

By

Published : Jul 27, 2019, 5:56 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଅନ୍ତଜାର୍ତୀୟ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି ଲସିଥ ମାଲିଙ୍ଗା । କଲୋମ୍ବୋର ପ୍ରେମଦାସ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ଶେଷ ମ୍ୟାଚ ଖେଳିଛନ୍ତି ମାଲିଙ୍ଗା ।

ICC wrong tweet
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ତେବେ ମଜାଦାର କଥା ହେଲା ମଲିଙ୍ଗାଙ୍କ ଅବସର ନେଇ ଆଇସିସି ପକ୍ଷରୁ ଏକ ଟ୍ବିଟ କରାଯାଇଥିଲା । ଏହ ଟ୍ବିଟରେ ମାଲିଙ୍କାଙ୍କ ଦିନିକିଆ କ୍ରିକେଟରେ ରେକର୍ଡ ସଂପର୍କରେ ଲେଖାଯାଇଛି । ତେବେ ମାଲିଙ୍ଗାଙ୍କ ଶେଷ ମ୍ୟାଚକୁ ଏହି ଟ୍ବିଟରେ ସ୍ଥାନ ଦିଆଯାଇନାହିଁ ।

ଆଇସିସି କରିଥିବା ଟ୍ବିଟରେ ମାଲିଙ୍ଗା 225 ଟି ମ୍ୟାଚ ମାଲିଙ୍ଗା ଖେଳିଛନ୍ତି ବୋଲି ଲେଖାଯାଇଛି । ତେବେ ମାଲିଙ୍ଗା ବାସ୍ତବରେ 226ଟି ମ୍ୟାଚ ଖେଳିଛନ୍ତି । ଏହାସହ ମାଲିଙ୍ଗା ଦିନିକିଆ କ୍ରିକେଟରେ 335 ୱିକେଟ ନେଇଛନ୍ତି ବୋଲି ଟ୍ବିଟରେ ଲେଖାଯାଇଛି । ବାଂଲାଦେଶ ବିପକ୍ଷ ମ୍ୟାଚରେ ମାଲିଙ୍ଗା 9.4 ଓଭର ବୋଲିଂ କରି 2ଟି ମେଡେନ ସହ 38 ରନ ବ୍ୟୟରେ 3ଟି ୱିକେଟ ଅକ୍ତିଆର କରିଥିଲେ । ଶେଷ ମ୍ୟାଚର 3ଟି ୱିକେଟକୁ ମଧ୍ୟ ଆଇସିସି ଗଣନାକୁ ନେଇନାହିଁ । ଆଇସିସିର ଏହି ଭୁଲ ଟ୍ବିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.