ETV Bharat / sports

ବିଶ୍ବକପ: ଶେଷ ମ୍ୟାଚରେ ଇଣ୍ଡିଜ ବିଜୟୀ, ବିନା ପଏଣ୍ଟରେ ଆଫଗାନ ବିଦା - AFGANISTAN

ଆଫଗାନିସ୍ତାନକୁ 23 ରନରେ ହରାଇ ବିଜୟୀ ହୋଇଛି ୱେଷ୍ଟଇଣ୍ଡିଜ । ଏହାସହ ଆଫଗାନିସ୍ତାନ ଶୂନ ପଏଣ୍ଟ ସହ ବିଶ୍ବକପରୁ ବିଦାୟ ନେଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jul 4, 2019, 11:49 PM IST

ଲିଡସ: ଶେଷ ମ୍ୟାଚରେ ବିଜୟୀ ହୋଇଛି ୱେଷ୍ଟଇଣ୍ଡିଜ । ଆଫଗାନିସ୍ତାନକୁ 23 ରନରେ ହରାଇଛି ହୋଲ୍ଡର ଆଣ୍ଡ କୋ । 312 ରନର ଟାର୍ଗେଟକୁ ପିଛା କରୁଥିବା ଆଫଗାନ ଦଳ 288 ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ସର୍ବାଧିକ 86 ରନର ପାଳି ଖେଳିଥିଲେ ଇକ୍ରାମ ଅଲ୍ଲି ଖିଲ । 93 ବଲରୁ 8ଚୌକା ସହ 86 ରନ କରି ଆଉଟ ହୋଇଥିଲେ ଇକ୍ରାମ । ରହମତ ଶାହା ଆଉ ଏକ 62 ରନର ଅର୍ଧଶତକୀୟ ପାଳି ଖେଳିଥିଲେ । ଅସଘର ଆଫଗାନ 32 ବଲରୁ ଦ୍ରୁତ 40 ରନ କରିଥିଲେ । ଶେଷ ଭାଗରେ ସିରଜାଦ 17 ବଲରୁ 25 ରନ କରି ଲଢେଇ କରିଥିଲେ । ମାତ୍ର ଏହି ପାଳି ଆଫଗାନିସ୍ତାନ ବିଜୟ ପାଇଁ ଯଥେଷ୍ଟ ନଥିଲା ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ଇଣ୍ଡିଜ ପକ୍ଷରୁ କାରଲୋସ ବ୍ରାଥୱେଟ ସର୍ବାଧିକ 4 ଟି ୱିକେଟ ନେଇଥିଲେ । କେମାର ରୋଚ 3ଟି, ଗେଲ ଓ ଥୋମାସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଆଫଗାନ ସାମ୍ନାରେ 311ରନର ଲକ୍ଷ୍ୟ ରଖିଥିଲା । ଦଳର ପକ୍ଷରୁ ସାଇ ହୋପ 6ଚୌକା ଓ 2ଛକା ସହାୟତାରେ ସର୍ବାଧିକ 77 ରନର ପାଳି ଖେଳିଥିଲେ । ଇଭିନ ଲୁଇସ 6ଚୌକା ଓ 2ଛକା ସହାୟତାରେ 58ରନର ଅର୍ଧଶତକୀୟ ପାଳି ଖେଳିଥିଲେ । ନିକୋଲାସ ପୂରଣ ପୁଣି ଏକ ଦମଦାର ଇନିଂସ ଖେଳିଥିଲେ । 43 ବଲରେ 6ଚୌକା ଓ 1ଛକା ସହାୟତାରେ ଦ୍ରୁତ 58ରନର ପାଳି ଖେଳିଥିଲେ । ଶେଷଭାଗରେ କ୍ୟାପଟେନ ଜେସନ ହୋଲ୍ଡର 34 45, ହେଟମେୟର 39 କରିଥିଲେ । ତେବେ ଭେଟେରାନ କ୍ରିସ ଗେଲ ପୁଣି ନିରାଶ କରି ମାତ୍ର 7ରନକରି ଆଉଟ ହୋଇଥିଲେ । ସାଇ ହୋପ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।

ଆଫଗାନିସ୍ତାନ ପକ୍ଷରୁ ଦୌଲାତ ଜର୍ଡାନ 2ଟି ୱିକେଟ ଅକ୍ତିଆର କରିଥିଲେ । ରସିଦ ଖାନ, ମହମ୍ମଦ ନବି, ସାଏଦ ସିରଜାଦ ଗୋଟିଏ ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ ।

Intro:Body:

lkjl

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.