ମାଞ୍ଚେଷ୍ଟାର: ଆଜିର ମ୍ୟାଚରେ ଭାରତ ଆଇସିସି ଦିନିକିଆ ମାନ୍ୟତାର 1ନଂ ଦଳ ଭାବେ ଖେଳୁଛି । ବିଶ୍ବକପ ଆରମ୍ଭରୁ ଟିମ ଇଣ୍ଡିଆ ମାନ୍ୟତାର 2ୟ ସ୍ଥାନରେ ରହିଥିଲା । ତେବେ ପ୍ରଥମ ସ୍ଥାନରେ ଥିବା ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପରାଜିତ ହୋଇଛି । ଏହାସହ ଚଳିତ ବିଶ୍ବକପରେ କ୍ରମାଗତ 2ୟ ମ୍ୟାଚ ହାରି ସେମିଫାଇନାଲ ଖେଳିବା ଅନିଶ୍ଚିନ୍ତତା ମଧ୍ୟରେ ରହିଛି ।
ଭାରତ 123 ପଏଣ୍ଟ ସହ ମାନ୍ୟତାର ପ୍ରଥମ ସ୍ଥାନରେ ପହଞ୍ଚିଛି । ଇଂଲଣ୍ଡ 122 ପଏଣ୍ଟ ସହ 2ୟ ସ୍ଥାନକୁ ଖସିଆସିଛି । ନ୍ୟୁଜିଲାଣ୍ଡ 114 ପଏଣ୍ଟ ସହ 3ୟ, ଅଷ୍ଟ୍ରେଲିଆ 112 ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜ 77 ପଏଣ୍ଟ ସହିତ ମାନ୍ୟତାର 9ମ ସ୍ଥାନରେ ରହିଛି ।
ଅନ୍ୟପଟେ ଟିମ ଇଣ୍ଡିଆ ବିଶ୍ବକପରେ ଏକମାତ୍ର ଅପରାଜୟ ଦଳ ହୋଇଛି । କ୍ରମାଗତ 4ଟି ବିଜୟ ଏବଂ ଗୋଟିଏ ବାତିଲ ମ୍ୟାଚ ପଏଣ୍ଟ ସହ 9 ପଏଣ୍ଟରେ ଟେବୁଲର 3ୟ ସ୍ଥାନରେ ରହିଛି । ଆଜି ଖେଳାଯାଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ଭାରତ ଜିତିଲେ ସେମିଫାଇନାଲରେ ସ୍ଥାନ ପକ୍କା କରିବ ।