ETV Bharat / sports

ବିଶ୍ବକପ : ଦକ୍ଷିଣ ଆଫ୍ରିକାର ଦମଦାର ବୋଲିଂ, ଶ୍ରୀଲଙ୍କା 203ରେ ଅଲଆଉଟ - SRILANKA

ଚଳିତ ବିଶ୍ବକପରେ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ପ୍ରଦର୍ଶନ ଭଲ କରିଛି । ଶ୍ରୀଲଙ୍କାକୁ 49.3 ଓଭରରେ ମାତ୍ର 203 ରନରେ ଅଲଆଉଟ କରିଛି ଦକ୍ଷିଣ ଆଫ୍ରିକା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
author img

By

Published : Jun 28, 2019, 7:22 PM IST

ଲଣ୍ଡନ: ବିଶ୍ବକପ ଲଢେଇରେ ଆଜି ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବଲା ହେଉଛି । ଚଳିତ ବିଶ୍ବକପରେ ପ୍ରଥମ ଥର ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ଭଲ କରିଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ କ୍ୟାପଟେନ ଡୁ-ପ୍ଲେସିସ । ତେବେ ଏହି ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ବୋଲର ।

49.3 ଓଭରରେ ମାତ୍ର 203 ରନ କରି ଅଲଆଉଟ ହୋଇଯାଇଛି ଶ୍ରୀଲଙ୍କା । କ୍ରିସ ମୋରିସ, ଡ୍ବାଇନ ପ୍ରିଟୋରିସ 3ଟି ଲେଖାଏଁ ୱିକେଟ ନେଇଛନ୍ତି । ରବାଡା 10 ଓଭରରେ ମାତ୍ର 36 ରନ ବ୍ୟୟ କରି 2ଟି ୱିକେଟ ହାତେଇଛନ୍ତି । ଆଣ୍ଡିଲେ ଫେହେଲୁକାୱ ଓ ଜେପି ଡୁମିନିଗୋଟିଏ ଲେଖାଏଁ ୱିକେଟ ନେଇ ଶ୍ରୀଲଙ୍କା ପାଳିକୁ 203ରେ ରୋକିବାରେ ସହାୟକ ହୋଇଛନ୍ତି ।

ସେମିଫାଇନାଲ ଆଶାକୁ ଉଜ୍ଜିବୀତ ରଖିବାକୁ ନିଶ୍ଚିନ୍ତ ବିଜୟ ଆଶାରେ ଥିବା ଶ୍ରୀଲଙ୍କା ରାସ୍ତାର କଣ୍ଟା ସାଜିଛି ଦକ୍ଷିଣ ଆଫ୍ରିକା । ଶ୍ରୀଲଙ୍କା ପକ୍ଷରୁ ସର୍ବାଧିକ 30ରନ କୁସଲ ପରେରା ଓ ଅଭିସ୍କା ଫର୍ଣ୍ଣାଣ୍ଡୋ କରିଛନ୍ତି । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସକ୍ଷମ ହୋଇନଥିଲେ ।

Intro:Body:

wrwe

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.