ETV Bharat / sports

ବିଶ୍ବକପ: ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା

କ୍ରିକେଟ ବିଶ୍ବକପରେ ଆଜି ଦୁଇ ଏସୀୟ ଦେଶ ମଧ୍ୟରେ ମୁକାବିଲା । ଶ୍ରୀଲଙ୍କା ବନାମ ପାକିସ୍ତାନ ।

author img

By

Published : Jun 7, 2019, 1:32 PM IST

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ(ଟ୍ବିଟର ଆଇସିସି)

ଲଣ୍ଡନ: କ୍ରିକେଟ ବିଶ୍ବକପରେ ଆଜି ଦୁଇ ଏସୀୟ ଦେଶ ମଧ୍ୟରେ ମୁକାବିଲା । ଶ୍ରୀଲଙ୍କା ବନାମ ପାକିସ୍ତାନ । ବିଷ୍ଟ୍ରୋଲର କାଉଣ୍ଟି ଗ୍ରାଉଣ୍ଡରେ ଆଜିର ମ୍ୟାଚ ରହିଛି ।

ଉଭୟ ଦଳର ବିଶ୍ବକପ ଅନୁକୁଳ ଭଲ ନଥିଲା । ନିଜର ପ୍ରଥମ ମ୍ୟାଚରେ ପରାଜୟର ମୁହଁ ଦେଖିଥିଲେ ଉଭୟ । ତେବେ ଦ୍ବିତୀୟ ମ୍ୟାଚରେ ଘରୋଇ ଇଂଲଣ୍ଡକୁ ପାଣି ପିଆଇଛି ପାକିସ୍ତାନ । ସେପଟେ ଆଫଗାନିସ୍ତାନକୁ ହରାଇ ବିଜୟ ଟ୍ରାକକୁ ଫେରିଛି ଶ୍ରୀଲଙ୍କା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଅଭିଜ୍ଞତା ଦୃଷ୍ଟିରୁ ଦୁଇଟିମ ପ୍ରାୟତ ସମାନ । ତେବେ ପ୍ରଦର୍ଶନରେ ପାକିସ୍ତାନର ପଲ୍ଲା ଭାରୀ ରହିଛି । ଦ୍ବିତୀୟ ବିଜୟ ପାଇଁ ଦ୍ବୀପରାଷ୍ଟ୍ରକୁ ଟାର୍ଗେଟ କରିପାରେ ପାକ । ଦଳରେ ରହିଛି ପରଫେକ୍ଟ ପେସ ଆଟାକ । ମହମ୍ମଦ ଆମିର, ହାସନ ଅଲ୍ଲୀ, ୱାହାବ ରିଆଜ ବାଉନସିଂ ପିଚରେ ବେଶ ଭୟଙ୍କର । ଇଂଲଣ୍ଡ ବିପକ୍ଷରେ ଦମଦାର ବ୍ୟାଟିଂ କରି ମ୍ୟାନ ଅଫ ଦମ୍ୟାଚ ହୋଇଥିଲେ ମହମ୍ମଦ ହାଫିଜ । ବାବାର ଆଜମ, ଯୁବ ଓପନର ଫକର ଜମନ, ଇମାମ ଉଦ୍ଦିନ, କ୍ୟାପଟେନ ସର୍ଫରାଜଙ୍କ ଉପରେ ବ୍ୟାଟିଂ ନିର୍ଭର କରିବ ।

ଅନ୍ୟପଟେ ପାକକୁ ମାତଦେବାକୁ ଦମ ଲଗାଇବ ଶ୍ରୀଲଙ୍କା । ଶେଷ ବିଶ୍ବକପରେ ମାଲିଙ୍ଗା ଦେବେ ଅଗ୍ନିପରୀକ୍ଷା । ମାଥ୍ୟୁସ, କୁସଲ ପରେରା, ଥରିମନେଙ୍କ ହେବ ଏସିଡଟେଷ୍ଟ ।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ: ଦିମୁଥ କରୁଣାରତ୍ନେ(କ୍ୟାପଟେନ), କୁସଲ ପରେରା, ଲାହିରୁ ଥିରିମନେ/ଅଭସ୍କା ଫର୍ଣ୍ଣାଣ୍ଡୋ, କୁସଲ ମେଣ୍ଡିସ, ଆଞ୍ଜିଲୋ ମ୍ୟାଥ୍ୟୁସ, ଧନଞ୍ଜୟ ଡି ସିଲଭା, ଜିବନ ମେଣ୍ଡିସ, ଥିସାରା ପରେରା, ଇସୁରୁ ଉଦାନା, ନୁଆନ ଉଦ୍ଦାନା, ଲସିଥ ମାଲିଙ୍ଗା ।

ପାକିସ୍ତାନ ସମ୍ଭାବ୍ୟ ଏକାଦଶ: ଇମାମ-ଉଲ-ହକ, ଫକର ଜମନ, ବାବାର ଆଜମ, ମହମ୍ମଦ ହାଫିଜ ସର୍ଫରାଜ ଅହମ୍ମଦ (କ୍ୟାପଟେନ/ୱିକେଟକିପର), ସୋଏବ ମଲ୍ଲିକ, ଆସିଫ ଅଲ୍ଲୀ, ସଦାବ ଖାନ, ୱାହାବ ରିଆଜ, ହାସନ ଅଲ୍ଲି, ମହମ୍ମଦ ଆମିର ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.