ଲଣ୍ଡନ: ଭାରତର ବିଶ୍ବକପ ଅଭିଯାନ ଜୁନ 5ରୁ ଆରମ୍ଭ ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବେ ବିରାଟ ବାହିନୀ । ତେବେ ମାତ୍ର ଦୁଇ ଦିନ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ବୋଲର ବୁମରାଙ୍କୁ ଡୋପ ଟେଷ୍ଟ ଦେବାକୁ ପଡିଛି । ବିଶ୍ବ ଡୋପିଂ ନିରୋଧ ଏଜେନ୍ସି(ୱାଡ଼ା) ଏହି ଟେଷ୍ଟ କରିଛି ।
ତେବେ ଏହା କୌଣସି ନୂଆ କଥା ନୁହେଁ । ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏହି ଟେଷ୍ଟ ଖେଳାଳିଙ୍କୁ ଦେବାକୁ ପଡିଥାଏ । ତେବେ ବିଶ୍ବକପର ଠିକ ପୂର୍ବରୁ ଟିମ ଇଣ୍ଡିଆର ପ୍ରମୁଖ ଖେଳାଳିଙ୍କ ଡୋପ ଟେଷ୍ଟ ଖବର ସହଜରେ ଗ୍ରହଣ ହେଉନାହିଁ ।
ତେବେ ଏହି ଖବର ଜଣାପଡିବା ପରେ ଭାରତୀୟ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରଯାଇଥିଲା । ତେବେ ଭାରତୀୟ ମିଡିଆ ଏହି ସାମ୍ବାଦିକ ସମ୍ମିଳନୀକୁ ବୟକଟ କରିଥିଲେ । କାରଣ ବୋଲର ଦିପକ ଚହର, ଅଭେସ ଖାନ, ଓ ଖଲିଲ ଅହମ୍ମଦ ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ଥିଲା । କିନ୍ତୁ ଏତେ ବଡ ଘଟଣାରେ କୋଚ ରବି ଶାସ୍ତ୍ରୀ ନଚେତ ବିରାଟଙ୍କ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମିଡିଆ ଚାହୁଁଥିଲା । ଅନ୍ୟକେଉଁ ଖେଳାଳିଙ୍କର ଡୋପ ଟେଷ୍ଟ ହୋଇପାରେ ତାହା ଜଣାପଡିନାହିଁ ।