ETV Bharat / sports

ବିଶ୍ବକପ: ଇଂଲଣ୍ଡକୁ ଚେତାବନୀ ଦେଲେ ପିଟରସନ - England

2019 ବିଶ୍ବକପ ଇଂଲଣ୍ଡ ପାଇଁ କର ବା ମର ସଦୃଶ ବୋଲି କହିଛନ୍ତି ଦଳର ପୂର୍ବତନ ଅଧିନାୟକ କେଭିନ ପିଟରସନ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 30, 2019, 11:19 AM IST

ଲଣ୍ଡନ: ଆଇସିସି ବିଶ୍ବକପ 2019 ଆଜିଠୁ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ଘରୋଇ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଭେଟିବ । ତେବେ ଦୁଇ ଦଳ ଏଯାଏଁ ବିଶ୍ବକପ ଜତି ନାହାଁନ୍ତି । ବିଶ୍ବକପ ଇଂଲଣ୍ଡରେ ଖେଳାଯାଉଥିବାରୁ ଇଂଲଣ୍ଡକୁ ବଡ ଦାବିଦାର ବୋଲି କୁହାଯାଉଛି ।

ତେବେ ଇଂଲଣ୍ଡର ପୂର୍ବତନ ଖେଳାଳି କେଭିନ ପିଟରସନ କହିଛନ୍ତି, 2019 ବିଶ୍ବକପ ଇଂଲଣ୍ଡ ପାଇଁ କର ବା ମର ସଦୃଶ । ତେଣୁ 2019 ବିଶ୍ବକପ ଚମ୍ପିଆନ ହେବା ଇଂଲଣ୍ଡ ପାଇଁ ଏକ ବଡ ସୁଯୋଗ ବୋଲି ସେ କହିଛନ୍ତି । ତେବେ କ୍ରିକେଟର ଜନ୍ମଦାତା କୁହାଯାଉଥିବା ଇଂଲଣ୍ଡ ଥରେ ହେଲେ ବି ବିଶ୍ବକପ ଜିତିବାର ସୌଭାଗ୍ୟ ପାଇନାହିଁ ।

ଏଥର ବିଶ୍ବକପ ଖେଳୁଥିବା ଇଂଲଣ୍ଡ ଦଳ ବେଶ ଶକ୍ତିଶାଳୀ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁଥିରେ ଦମଦାର ପ୍ରଦର୍ଶନ କରୁଛି ଦଳ । ସବୁଠୁ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଲା ଗତ 2ବର୍ଷ ହେଲା ଇଂଲଣ୍ଡ ସର୍ବାଧିକ ଥର 300ରୁ ଅଧିକ ରନ ସ୍କୋର କରିଛି । ଏମିତିକି ସହଜରେ 400ରୁ ଅଧିକ ସ୍କୋର ମଧ୍ୟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

fsds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.