ETV Bharat / sports

ଇଂଲଣ୍ଡ ହେବ ବିଶ୍ବକପ ଚମ୍ପିଆନ !

2019 ବିଶ୍ବକପ ଚମ୍ପିଆନ ହୋଇପାରେ ଇଂଲଣ୍ଡ । ଡିଫେଣ୍ଡିଙ୍ଗ ଚମ୍ପିଆନ ଦଳକୁ ହରାଇଥିବା ଘରୋଇ ଦଳ ସପକ୍ଷରେ ରହିଛି ସମୀକରଣ ।

author img

By

Published : Jul 14, 2019, 7:01 PM IST

ଡିଜାଇନ ଫଟୋ

ଲର୍ଡ୍ସ: 2019 ବିଶ୍ବକପ ଚମ୍ପିଆନ ଲଢେଇ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଉଛି । ଉଭୟ ଦଳ କେବେବି ବିଶ୍ବକପ ଟ୍ରଫି ଜିତିବାର ସୌଭାଗ୍ୟ ଅର୍ଜନ କରିନାହାନ୍ତି । ତେବେ ଚଳିତ ବିଶ୍ବକପରେ ଟୁର୍ଣ୍ଣାମେଣ୍ଟର 2 ଶ୍ରେଷ୍ଠ ଦଳ ଭାରତ ଓ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଛନ୍ତି ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ।

ବିଶ୍ବକପ ଚମ୍ପିଆନ ହେବା ନେଇ ଇଂଲଣ୍ଡ ସପକ୍ଷରେ ଗତ ବିଶ୍ବକପର କିଛି ସଂଯୋଗ ଇସାରା କରୁଛି । କ୍ରିକେଟ ବିଶ୍ବକପର ଗତ 2ଟି ସଂସ୍କରଣରେ ଏମିତି କିଛି ଘଟଣାବଳୀ ଏହି ଆକଳନକୁ ଦୃଢ କରୁଛି । 2007 ବିଶ୍ବକପରେ ଚମ୍ପିଆନ ହୋଇଥିଲା ଅଷ୍ଟ୍ରେଲିଆ । 2011 ବିଶ୍ବକପ ଭାରତରେ ଖେଳାଯାଇଥିଲା ଓ ଭାରତ ଆୟୋଜକ ଦଳ ରହିଥିଲା ।

ତେବେ 2011 ବିଶ୍ବକପର କ୍ବାର୍ଟର ଫାଇନାଲ ମୁକାବିଲାରେ ଘରୋଇ ଭାରତ ଡିଫେଣ୍ଡିଙ୍ଗ ଚମ୍ପିଆନ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହାସହ ଭାରତ ଦୀର୍ଘ 28 ବର୍ଷ ପରେ ବିଶ୍ବକପ ଚମ୍ପିଆନ ହୋଇଥିଲା । ତେବେ 2015 ବିଶ୍ବକପ ଅଷ୍ଟ୍ରେଲିଆରେ ଖେଳାଯାଇଥିଲା ।

ଡିଫେଣ୍ଡିଙ୍ଗ ଚମ୍ପିଆନ ଭାରତକୁ ସେମିଫାଇନାଲରେ ହରାଇଥିଲା ଅଷ୍ଟ୍ରେଲିଆ । ଏହା ପରେ ଅଷ୍ଟ୍ରେଲିଆ 5ମ ଥର ପାଇଁ ବିଶ୍ବକପ ଚମ୍ପିଆନ ହୋଇଥିଲା । 2019 ମଧ୍ୟ ଘଟିଛି ସମାନ ଘଟଣା ।

ଇଂଲଣ୍ଡ ଆୟୋଜକ ଦଳ ରହିଛି ଓ ବିଶ୍ବକପ ଇଂଲଣ୍ଡରେ ଖେଳାଯାଇଛି । ଡିଫେଣ୍ଡିଙ୍ଗ ଚମ୍ପିଆନ ଅଷ୍ଟ୍ରେଲିଆକୁ ସେମିଫାଇନାଲରେ ମାତ ଦେଇ ଫାଇନାଲ ଖେଳୁଛି ଇଂଲଣ୍ଡ । ଏହି ସମୀକରଣ ଯଦି ଠିକ ପ୍ରମାଣିତ ହୁଏ, ତେବେ 2019 ବିଶ୍ବକପ ଚମ୍ପିଆନ ଇଂଲଣ୍ଡ ନାମରେ ହୋଇପାରେ ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.