ETV Bharat / sports

‘ଭାରତ ଠାରୁ ହାରିବା ପରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲି’

ଭାରତ ପାକିସ୍ତାନ ମ୍ୟାଚ ପରେ ଅନେକ ଆଲୋଚନା ଓ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଟିମର କୋଚ କରିବାକୁ ଚାହୁଁଥିଲା ଆତ୍ମହତ୍ୟା । ଦକ୍ଷିଣ ଆଫ୍ରିକା ମ୍ୟାଚରେ ବିଜୟ ପରେ ଏନେଇ ଖୁଲାସା କରିଛନ୍ତି କୋଚ ମିକି ଆର୍ଥର ।

ଫାଇଲ ଫଟୋ
author img

By

Published : Jun 25, 2019, 1:14 AM IST

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ବିଶ୍ବକପରେ ଭାରତ ଠାରୁ ପରାଜୟ ପରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ପାକ ଟିମର କୋଚ ମିକି ଆର୍ଥର । ଏହି କଥାକୁ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ସ୍ପଷ୍ଟ କରିଛନ୍ତି ଆର୍ଥର । ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଟିମକୁ ଖୁବ ପ୍ରଶଂସା କରିଛନ୍ତି ପାକିସ୍ତାନ କୋଚ । ଏହାସହ ନିଜେ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିବା କଥା ମଧ୍ୟ କହିଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@Saj_PakPassion

ଆର୍ଥର କହିଛନ୍ତି ଯେ ‘ଭାରତ ଠାରୁ ହାରିବା ପରେ ଟିମ ବହୁତ ଚାପରେ ଥିଲା । ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା ଆମକୁ । ସମସ୍ତ ଖେଳାଳି ସୋସିଆଲ ମିଡିଆରେ ହେଉଥିବା ଆଲୋଚନା ଓ ସମାଲୋଚନାକୁ ନେଇ ଖୁବ ଦୁଃଖୀ ଥିଲେ । ତେବେ ଦକ୍ଷିଣ ଆଫ୍ରିକାକୁ ଜିତିବା ପରେ ନିଶ୍ଚିତ ପାକିସ୍ତାନ ବିଷୟରେ ଭଲ କଥା ଲେଖିବେ ଲୋକେ । କିଛିଦିନ ପାଇଁ ଲୋକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । କିନ୍ତୁ ଭାରତ ଠାରୁ ହାରିବା ପରେ ମୁଁ ଏତେ ବିରକ୍ତ ହୋଇଯାଇଥିଲି ଯେ ଆତ୍ମହତ୍ୟା କରିବାକୁ ଚାହୁଁଥିଲି ।’

ସୂଚନା ଯୋଗ୍ୟ ଯେ ରବିବାର ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 300ରୁ ଅଧିକ ରନର ଲକ୍ଷ୍ୟ ଦେଇଥିଲା ପାକ । ଏହାସହ ଚମତ୍କାର ବୋଲିଂ ପ୍ରଦର୍ଶନ କରି 49 ରନର ବଡ ବିଜୟ ହାସଲ କରିଥିଲା ସରଫରାଜଙ୍କ ଟିମ । ଏହି ବିଜୟ ପରେ 5 ପଏଣ୍ଟ ସହ ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ପହଁଞ୍ଚିଛି ପାକିସ୍ତାନ । ଏହାସହ ପାକର ସେମିଫାଇନାଲ ଆଶା ମଧ୍ୟ ଉଜ୍ଜିବୀତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

pppp

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.