ନୂଆଦିଲ୍ଲୀ: ଥମୁନି ବିସିସିଆଇ-କ୍ରିକେଟ ପ୍ରଶାସନିକ କମିଟି ବିବାଦ । ପ୍ରଶାସନିକ କମିଟିରେ ଥିବା 3 ପୂର୍ବତନ ଭାରତୀୟ ଖେଳାଳିଙ୍କ କାର୍ଯ୍ୟକଳାପକୁ ନେଇ ପୁଣି ପ୍ରଶ୍ନ ଉଠାଇଛି ବିସିସିଆଇ ।
କ୍ରିକେଟ ବିଶ୍ବକପରେ ସଚିନ, ଲକ୍ଷ୍ମଣ ଓ ଗାଙ୍ଗୁଲି କମେଣ୍ଟେଟର ଦାୟିତ୍ବ ତୁଲାଉଛନ୍ତି । ତେବେ ଏହି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିସିସିଆଇର ଲୋକପାଳ ଡି.କେ ଜେନ । ଜେନ କହିଛନ୍ତି, ଏହି ପୂର୍ବତନ କ୍ରିକେଟର କ୍ରିକେଟ ଆଡମିନଷ୍ଟ୍ରେସନ କମିଟି(COA)ର ସଦସ୍ୟ ଅଛନ୍ତି । ଏକାଧିକ ପଦ ପଦବୀରେ ଥାଇ ପୁଣି କ୍ରିକେଟ ବିଶ୍ବକପରେ କମେଣ୍ଟ୍ରି କରିବାକୁ ବିରୋଧ କରିଛନ୍ତି ବିସିସିଆଇ ଲୋକପାଳ ।
କେଉଁ ପଦରେ ରହି ପୂର୍ବତନ ଭାରତୀୟ କ୍ରିକେଟର ସେବା କରିବାକୁ ଚାହାଁନ୍ତି ? ତାହା ସ୍ଥିର କରନ୍ତୁ ବୋଲି ଜେନ କହିଛନ୍ତି । ଖାଲି ସଚିନ, ଲକ୍ଷ୍ମଣ ଓ ଗାଙ୍ଗୁଲି ନୁହଁନ୍ତି, ପାର୍ଥ୍ବୀବ ପଟେଲ, ହରଭଜନ ଅବସର ନନେଇ କମେଣ୍ଟ୍ରି କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଡି.କେ ଜେନ । ଅବସର ନେଇ ନଥିବା ଖେଳାଳି ଟେଲିଭିଜନରେ ଚ୍ୟାନେଲରେ କ୍ରିକେଟ ଏକ୍ସପର୍ଟ ଭାବେ କାର୍ଯ୍ୟ କରିବାକୁ ବିରୋଧ କରିଛନ୍ତି ଜେନ ।
ଅନ୍ୟପଟେ କମିଟି ସଦସ୍ୟ କହିଛନ୍ତି, ଏହି ବିରୋଧ ଖେଳାଳିଙ୍କ ସ୍ବାଧୀନତାକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଖୁବ ଶୀଘ୍ର ଏହା ଉପରେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ । ପୂର୍ବରୁ ଆଇପିଏଲରେ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଥାଇ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମେଣ୍ଟର ରହିବା, ଆଇପିଏଲରେ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସରେ ଦଳର ମେଣ୍ଟର ହେବା, ଲକ୍ଷ୍ମଣ ସନରାଇଜର୍ସ ହାଇଦ୍ରାବାଦ ଦଳ ସହିତ କାର୍ଯ୍ୟ କରିବା ଆଦିକୁ ନେଇ ବିବାଦ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ