ETV Bharat / sports

ଫାଇନ ଦେଇ ବାସନ୍ଦରୁ ବର୍ତ୍ତିଲେ ରୟ

ଅମ୍ପାୟାର ଆଉଟ ଦେବା ପରେ ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଜାସନ ରୟ ପଡିଆ ଛାଡିନଥିଲେ । ଫଳରେ ଆଇସିସିର କୋଡ ଅଫ କଣ୍ଡକ୍ଟ ଧାରା 2.8 ଅନୁଯାୟୀ ରୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ପ୍ରକାର ଭୁଲ ପାଇଁ ଗୋଟିଏ ମ୍ୟାଚରୁ ବାସନ୍ଦ ହେବାର ନୀୟମ ମଧ୍ୟ ରହିଛି । ତେବେ ବିଶ୍ବକପ ଫାଇନାଲ ମୁକାବିଲା ଥିବାରୁ ରୟ ନିଜ ଦୋଷ ସ୍ବୀକାର କରିଥିଲେ ।

author img

By

Published : Jul 12, 2019, 9:03 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ବର୍ମିଂହାମ: ଇଂଲଣ୍ଡ ଓପନର ବ୍ୟାଟ୍ସମ୍ୟାନ ଜାସନ ରୟ ଏକ ବଡ ଅସୁବିଧାରୁ ବର୍ତ୍ତିଯାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମୁକାବିଲାରେ 224 ରନର ଲକ୍ଷ୍ୟକୁ ପିଛା କରିଥିଲା ଇଂଲଣ୍ଡ । ତେବେ ମ୍ୟାଚର 19 ତମ ଓଭରରେ ପାଟ କମିନ୍ସଙ୍କ ଏକ ବଲ ଜାସନ ରୟଙ୍କୁ ବିଟ କରିଥିଲା । ଏହା ପରେ କଟବିହାଇଣ୍ଡ ଆଉଟ ପାଇଁ ଅଷ୍ଟ୍ରେଲିଆ ଖେଳାଳି ଅପିଲ କରିଥିଲେ । ଅମ୍ପାୟାର କୁମାର ଧର୍ମସେନା ଏହାକୁ ଆଉଟ ଦେଇଥିଲେ ।

ତେବେ ଜାସନ ରୟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ସହମତ ନହୋଇ ପଡିଆ ଛାଡିନଥିଲେ । ଅମ୍ପାୟାରଙ୍କ ଆଡକୁ ଆଉଟ ନୁହେଁ ବୋଲି ଇସାରା କରି ପଡିଆ ଛାଡିବାକୁ ଅରାଜି ହୋଇଥିଲେ । ପରେ 2ୟ ଅମ୍ପାୟାର ରୟଙ୍କ ପାଖକୁ ଆସି ବୁଝାଇଥିଲେ । ଫଳରେ ଅମ୍ପାୟାରଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରି ରୟ ପ୍ୟାଭିଲିୟନ ଫେରିଥିଲେ ।

ପରେ ଟେଲିଭିଜନ ରିପ୍ଲେରେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ଭୁଲ ଥିଲା ବୋଲି ଜଣା ପଡିଥିଲା । ରୟଙ୍କ ବ୍ୟାଟରେ ବଲ ଆଦୌ ବାଜି ନଥିଲା । ତେବେ ପଡିଆ ଭିତରେ ଅମ୍ପାୟାରଙ୍କ ନିଷ୍ପତ୍ତି ସର୍ବମାନ୍ୟ ହୋଇଥାଏ । ରୟଙ୍କ ଏହି ହରକତ ପାଇଁ ଆଇସିସିର କୋଡ ଅଫ କଣ୍ଡକ୍ଟ ଧାରା 2.8 ଅନୁୟାୟୀ ଦୋଷୀ କରାଯାଇଛି । ଏହି ପ୍ରକାର ଭୁଲ ପାଇଁ ଗୋଟିଏ ମ୍ୟାଚରୁ ବାସନ୍ଦ ହେବାର ନୀୟମ ମଧ୍ୟ ରହିଛି । ତେବେ ବିଶ୍ବକପ ଫାଇନାଲ ମୁକାବିଲା ଥିବାରୁ ରୟ ନିଜ ଦୋଷ ସ୍ବୀକାର କରିଥିଲେ । ଫଳରେ ଆଇସିସି 2ଟି ଡିମେରିଟ ପଏଣ୍ଟ ସହ ମ୍ୟାଚ ଫିର 30ପ୍ରତିଶତ ଫାଇନ କରିଛି ।

Intro:Body:

BLANK  FOR STORY

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.