ETV Bharat / sports

‘ବାରବାଟୀରେ ହେଉ ଅଧିକ ଅନ୍ତର୍ଜାତୀୟ ମ୍ୟାଚ’

ଆଗାମୀ ଡିସେମ୍ବର 22ରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ଏକ ମ୍ୟାଚ ବାରବାଟୀରେ ଖେଳାଯିବ। ଏହାକୁ ନେଇ ଓଡିଶା କ୍ରିକେଟପ୍ରେମୀ ଯେତିକି ଖୁସିହେବା କଥା ସେତିକି ନୁହଁନ୍ତି । ମ୍ୟାଚ ପାଇଁ ସବୁ ଆନୁସଙ୍ଗିକ ବ୍ୟବସ୍ଥା ମହଜୁଦ ଥିବା ବେଳେ ମ୍ୟାଚ ହେବାରେ ଅସୁବିଧା କେଉଁଠି ବୋଲି କ୍ରୀଡାପ୍ରେମୀ ପ୍ରଶ୍ନ କରିଛନ୍ତି ।

author img

By

Published : Jun 15, 2019, 7:33 PM IST

Updated : Jun 18, 2019, 10:55 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

କଟକ: ଦୁଇ ବର୍ଷ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ । ଡିସେମ୍ବର 22ରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ଗୋଟିଏ ମ୍ୟାଚ ବାରବାଟୀରେ ଖେଳାଯିବ । ଏହାକୁ ନେଇ ଓଡିଶା କ୍ରିକେଟପ୍ରେମୀ ଯେତିକି ଖୁସିହେବା କଥା, ସେତିକି ନୁହଁନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

କାରଣ ବାରବାଟୀରେ ପ୍ରିୟ କ୍ରିକେଟରଙ୍କ ଖେଳ ଦେଖିବାକୁ ଅପେକ୍ଷା କରିବାକୁ ପଡିଛି 2ବର୍ଷ । ବାରଵାଟୀରେ ଦିନକୁ ଦିନ କମିବାକୁ ଲାଗିଲାଣି ଅନ୍ତର୍ଜାତୀୟ ମ୍ୟାଚ । ତେବେ ବର୍ଷକୁ ଯଦି ଗୋଟିଏ କି ଦୁଇଟି ମ୍ୟାଚ ହୁଅନ୍ତା, ଓଡିଶା ଖେଳାଳି ସମେତ ଅନ୍ୟ ଯୁବ କ୍ରିକେଟର କିଛି ଶିଖିବାର ସୁଯୋଗ ପାଆନ୍ତେ । ଅନ୍ତର୍ଜାତୀୟସ୍ତରୀୟ ଖେଳାଳିଙ୍କ ସହ ଗ୍ରାଉଣ୍ଡରେ ଅଭ୍ୟାସ କରି ନିଜ ଦକ୍ଷତା ପରଖି ପାରନ୍ତେ । ଏହା ମଧ୍ୟ ଯୁବ କ୍ରିକେଟରଙ୍କ ମନୋବଳ ବେଶ ବଢ଼ନ୍ତା ବୋଲି କହିଛନ୍ତି କ୍ଲବ କ୍ରିକେଟର ଶୁଭ୍ରାଂଶୁ ।

ଅନ୍ୟପଟେ ଓସିଏ ପାଖରେ ସବୁ ପୃଷ୍ଠଭୂମି ରହିଛି । ହେଲେ କେଉଁ ତ୍ରୁଟି ଯୋଗୁ ଅତ୍ୟଧିକ ଅନ୍ତର୍ଜାତୀୟ ମ୍ୟାଚ ବାରବାଟୀରେ ହୋଇପାରୁନି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । ଓଡିଶା କ୍ରିକେଟ ଆସୋସିଏସନରେ ଉନ୍ନତ ମାନର ଗ୍ରାଉଣ୍ଡ, ଗ୍ୟାଲେରୀ, ପାର୍କିଂ ସ୍ଥାନ, ଅଭ୍ୟାସ ପିଚ ରହିଥିବା ସତ୍ତ୍ବେ ମ୍ୟାଚ ନହେବା ଦୁର୍ଭାଗ୍ୟଜନକ । ଯଦି ଓସିଏ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ବିସିସିଆଇର ଦୃଷ୍ଟିଗୋଚର କରନ୍ତା ତେବେ କିଛି ସମ୍ଭବ ହୋଇପାରନ୍ତା ବୋଲି ସେ କହିଛନ୍ତି ।

ଅନ୍ୟ ଷ୍ଟାଡିୟମରେ ନିୟମିତ ମ୍ୟାଚ ହେଇଥିବା ବେଳେ କାହିଁକି ବାରବାଟିରେ ମ୍ୟାଚ ହେଉନାହିଁ ? ତାକୁ ନେଇ ଉଠିଛି ପ୍ରଶ୍ନ । ମ୍ୟାଚ ପାଇଁ ସବୁ ଆନୁସଙ୍ଗିକ ବ୍ୟବସ୍ଥା ମହଜୁଦ ଥିବା ବେଳେ ମ୍ୟାଚ ହେବାରେ ଅସୁବିଧା କେଉଁଠି ବୋଲି କ୍ରୀଡାପ୍ରେମୀ ପ୍ରଶ୍ନ କରିଛନ୍ତି ।

ସେପଟେ OCAର ସ୍ଥାଣୁତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର । ବାରବାଟୀରେ ଶେଷ ଦିନିକିଆ 2017 ଜାନୁୟାରୀ 19ରେ ଭାରତ-ଇଂଲଣ୍ଡ ମଧ୍ୟରେ ହୋଇଥିଲା ଓ ସେହିବର୍ଷ ଡିସେମ୍ବରରେ ଭାରତ -ଶ୍ରୀଲଙ୍କା ମଧ୍ୟରେ ଶେଷ ଟି-20 ମ୍ୟାଚ ହୋଇଥିଲା ।

ଅଧିକ ମ୍ୟାଚ ଖେଳାଗଲେ ଓଡିଶାର ଯୁବ କ୍ରିକେଟର ଲାଭବାନ ହେବେ । ତେବେ ଦେଖିବାର କଥା କେବେ OCAର ନିଦ ଭାଙ୍ଗୁଛି ଓ ଡିସେମ୍ବର 22 ମ୍ୟାଚ ପରେ କେଉଁ ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛି ଓସିଏ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:
କଟକ: ଦୀର୍ଘ 2 ବର୍ଷ ପରେ ବାରଵାଟି କୁ ଫେରିଛି ଆନ୍ତର୍ଜାତିକ ମ୍ୟାଚ ।ଯାହାକୁ ନେଇ ଖୁସ ସମସ୍ତ କ୍ରୀଡ଼ାପ୍ରେମୀ । ଯାହା ଇଣ୍ଡିଆ ଓ ୱେଷ୍ଟେଇଣ୍ଡିଜ ମଧ୍ୟରେ ଚଳିତବର୍ଷ ଡ଼ିସେମ୍ବର 22 ରେ ଖେଳାଯିବ ।କିନ୍ତୁ ଏହି ଦୁଇ ବର୍ଷ ର ବ୍ୟବଧାନ ଯୁବ କ୍ରିକେଟର ମାନଙ୍କ ମାନସିକ ସ୍ଥିତି କୁ ଦୋହଁଲାଇ ଦେଇଛି । କାରଣ ଗୋଟିଏ ମ୍ୟାଚ ମଧ୍ୟରେ ବଡ଼ ବଡ଼ ସମୟ ବ୍ୟବଧାନ ଯୁବ କ୍ରିକେଟରଙ୍କ ମନକୁ ନିରୁତ୍ସାହିତ କରୁଛି । ଯଦି ବର୍ଷ କୁ ଗୋଟେ କି ଦୁଇ ଟା ଅନ୍ତର୍ଜାତୀୟ ମ୍ୟାଚ ବାରଵାଟି ରେ ଖେଳାଯାନ୍ତା ତେବେ ବଡ଼ ବଡ଼ ତାରକା କ୍ରିକେଟରଙ୍କ ଠାରୁ ଅନେକ କିଛି ଶିଖିବାକୁ ମିଳିଥାନ୍ତା ବୋଲି କହିଛନ୍ତି ଯୁବ କ୍ରିକେଟର ।

Body:ଭିଓ୧: ବାରଵାଟି ରେ ଦିନକୁ ଦିନ କମିବାକୁ ଲାଗିଲାଣି ଅନ୍ତର୍ଜାତୀୟ ମ୍ୟାଚ । ଯାହା ଯୁବ କ୍ରିକେଟର ତଥା ଓଡିଶା ଖେଳାଳିଙ୍କ ଭାଗ୍ୟ କୁ ଅନ୍ଧକାରରେ । କାରଣ ବର୍ଷ କୁ ଯଦି ଗୋଟିଏ କି ଦୁଇଟି ମ୍ୟାଚ ହୁଅନ୍ତା ତେବେ ଓଡିଶା ଖେଳାଳି ସମେତ ଅନ୍ୟ ଯୁବ କ୍ରିକେଟର କିଛି ଶିଖିବାର ସୁଯୋଗ ପାଆନ୍ତେ । କିନ୍ତୁ ଏହା ନହେବା ଦ୍ୱାରା କ୍ରୀଡା ଦିଗରେ ବେଶ ସକ୍ରିୟ ହୋଇପାରୁନାହିଁ ଓଡିଶା ର ଯୁବ କ୍ରିକେଟର । ଯଦି ମ୍ୟାଚ ହୁଅନ୍ତା ତେବେ ଅନ୍ତର୍ଜାତୀୟ ସ୍ତରୀୟ ଖେଳାଳିଙ୍କ ସହ ଗ୍ରାଉଣ୍ଡ ରେ ଅଭ୍ୟାସ କରି ନିଜ ମନବଳ ବେଶି ବଢ଼ନ୍ତା ବୋଲି କହିଛନ୍ତି କ୍ଲବ କ୍ରିକେଟର ଶୁଭ୍ରାଂଶୁ ।

ବାଇଟ: ଶୁଭ୍ରାଂଶୁ (କ୍ଲବ କ୍ରିକେଟର )

ଭିଓ୨: ଅନ୍ୟପଟେ ଓସିଏ ପାଖରେ ସବୁ ପୃଷ୍ଟଭୂମି ରହିଛି । ହେଲେ କେଉଁ ତ୍ରୁଟି ଯୋଗୁ ଅତ୍ୟଧିକ ଅନ୍ତର୍ଜାତୀୟ ମ୍ୟାଚ ବାରବାଟୀ ରେ ହୋଇପାରୁନି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ । ଓଡିଶା କ୍ରିକେଟ ଆସୋସିଏସନ ରେ ଉର୍ଣ୍ଣତ ମାନର ଗ୍ରାଉଣ୍ଡ , ଗ୍ୟାଲେରୀ , ପାର୍କିଂ ସ୍ଥାନ , ଅଭ୍ୟାସ ପିଚ ରହିଥିବା ସତ୍ୱେ ମ୍ୟାଚ ନହେବା ଦୁର୍ଭାଗ୍ୟଜନକ । ଯଦି ଓସିଏ ଏହି ପ୍ରସଙ୍ଗ କୁ ଗୁରୁତ୍ୱର ସହ ନେଇ ବିସିସିଆଇ ର ଦୃଷ୍ଟିଗୋଚର କରନ୍ତେ ତେବେ କିଛି ସମ୍ଭବ ହୋଇପାରନ୍ତା ବୋଲି କହିଛନ୍ତି ସେ ।

ବାଇଟ: ପବନ ଅଗ୍ରୱାଲ (ପୂର୍ବତନ ରଣଜୀ ଖେଳାଳି )

Conclusion:ଫାଭିଓ: ଦୀର୍ଘ 2 ବର୍ଷ ପରେ ମ୍ୟାଚ କୁ ନେଇ କ୍ରୀଡା ପ୍ରେମୀ ଖୁସି ହୋଇଥିବା ବେଳେ ଯୁବ କ୍ରିକେଟର ସାମାନ୍ୟ ନିରୁତ୍ସାହିତ ହୋଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଡିସେମ୍ବର 22 ମ୍ୟାଚ ପରେ କେଉଁ ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛି ଓସିଏ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ

visual byte send by mojo plz check
Last Updated : Jun 18, 2019, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.