ଆବୁଧାବି: ବୁଧବାର ଖେଳାଯାଇଥିବା ଆଇପିଏଲର କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 8 ୱିକେଟରେ ଏକତରଫା ଜିତିନେଇଥିଲା । ଏହି ମ୍ୟାଚରେ ଆରସିବି ଫ୍ୟାନ୍ସଙ୍କୁ ଯେତିକି ଖୁସି ମିଳିଥିବ କୋଲକାତା ଫ୍ୟାନ୍ସଙ୍କୁ ସମାନ ପରିମାଣର ଦୁଃଖି ହୋଇଥିବେ ।
ଏହି ମ୍ୟାଚକୁ ଦେଖିବାକୁ ଆରସିବିର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ଭାବିପତ୍ନୀ ଧନଶ୍ରୀ ବର୍ମା ମଧ୍ୟ ପହଞ୍ଚିଥିଲେ । ଧନଶ୍ରୀ ବର୍ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ମ୍ୟାଚ ସମୟର କିଛି ଫଟୋ ସେୟାର କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେ, ଧନଶ୍ରୀ ଆରସିବିକୁ ଚିୟର କରିବାକୁ ଷ୍ଟାଡିୟମ ପହଞ୍ଚିଛନ୍ତି, ଏହା ପୂର୍ବରୁ ମଧ୍ୟ ସେ ଷ୍ଟାଡିୟମରେ ନଜର ଆସିଛନ୍ତି । ଏଥିସହିତ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସେଲଫି ମଧ୍ୟ ଉଠାଇଛନ୍ତି । ଗୁରୁବାର ଧନଶ୍ରୀ ଫଟୋ ସେୟାର କରିବା ସହ ଲେଖିଛନ୍ତି, "ସବୁ କିଛି ଶାନଦାର ହେଉ । କମ ଅନ୍ ଆରସିବି । ଅଧିକ ରୋମାଞ୍ଚକର ହେଉଛି ।"
![yuzvendra chahal fiancee dhanashree verma cheered rcb in a match against kkr](https://etvbharatimages.akamaized.net/etvbharat/prod-images/9271912_dhanasbhree.jpg)
ବୁଧବାର ଆଇପିଏଲ-13ରେ ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ 8 ୱିକେଟରେ ମାତ ଦେଇଥିଲା । ଆରସିବି ବୋଲରଙ୍କ ଘାତକ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ମାତ୍ର 84 ରନରେ କେକେଆରକୁ ଅଟକାଇବା ସହ, 13.3 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ