ETV Bharat / sports

ଟ୍ୟାଗ କରିବାକୁ ଭୁଲିଗଲେ ରବି ଶାସ୍ତ୍ରୀ ମନେପକାଇଦେଲେ ଯୁବରାଜ

author img

By

Published : Apr 3, 2020, 11:52 PM IST

ବିଶ୍ବକପ ବିଜୟର ଶୁଭେଚ୍ଛା ଟ୍ବିଟରେ ଯୁବରାଜ ଓ ଧୋନିଙ୍କୁ ଟ୍ୟାଗ କରିବାକୁ ଭୁଲିଗଲେ କୋଚ ରବି ଶାସ୍ତ୍ରୀ । ମନେ ପକାଇଦେଲେ ଯୁବରାଜ ସିଂ । ଅଧିକ ପଢ଼ନ୍ତୁ...

Yuvraj Singh, ravi sastri, not mentioning him and MS Dhoni, World Cup tweet, ଟ୍ୟାଗ କରିବାକୁ ଭୁଲିଗଲେ ରବି ଶାସ୍ତ୍ରୀ, ଯୁବରାଜ ସିଂହ, Dhoni finishes off in style
ଟ୍ୟାଗ କରିବାକୁ ଭୁଲିଗଲେ ରବି ଶାସ୍ତ୍ରୀ ମନେପକାଇଦେଲେ ଯୁବରାଜ

ହାଇଦ୍ରାବାଦ: ‘Dhoni finishes off in style’- କମେଣ୍ଟ୍ରି ବକ୍ସରେ ରବି ଶାସ୍ତ୍ରୀଙ୍କର ଏହି ଶବ୍ଦ ସବୁ ଆଜି ବି ଅନେକ ଭାରତୀୟଙ୍କ କାନରେ ଗୁଞ୍ଜରିତ ହୁଏ, ଯେତେବେଳେ ବିଶ୍ବକପ ଜିତିବା କଥା ଆସେ । ଶ୍ରୀଲଙ୍କା ବିପକ୍ଷରେ 2011 ବିଶ୍ବକପରେ ଧୋନିଙ୍କର ସେହି ବିଜୟୀ ଛକା କିଏ ବା ଭୁଲିପାରିବ ।

ତେବେ ଗୁରୁବାର ବିଶ୍ବକପ ବିଜୟକୁ 9 ବର୍ଷ ପୂରିଥିବା ବେଳେ ଟିମ ପାଖକୁ ଛୁଟିଥିଲା ଶୁଭେଚ୍ଛାର ଶୁଅ । ଫ୍ୟାନ୍ସ ଓ କ୍ରିକେଟରଙ୍କ ସମେତ ଟିମ ଇଣ୍ଡିଆ କୋଚ ରବି ଶାସ୍ତ୍ରୀ ମଧ୍ୟ ଟ୍ବିଟଟରେ ପୋଷ୍ଟ କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା ଦେଇଥିଲେ ।

ଶାସ୍ତ୍ରୀ ଧୋନିଙ୍କ ବିଜୟୀ ଛକାର ଏକ ଭିଡିଓ ସେୟାର କରି ଲେଖିଥିଲେ ‘ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । ଏମିତି ଏକ ମୁହୂର୍ତ୍ତ ଯାହା ସାରା ଜୀବନ ଆପଣଙ୍କ ସ୍ମୃତିରେ ରହିବ । (Many Congratulations Guys! Something you will cherish all your life. Just like we from the 1983 group #WorldCup2011 - @sachin_rt @imVkohli)’ । ଏହି ପୋଷ୍ଟରେ ଶାସ୍ତ୍ରୀ କେବଳ କୋହଲି ଓ ସଚିନଙ୍କୁ ଟ୍ୟାଗ କରିଥିଲେ ।

ତେବେ ଶାସ୍ତ୍ରୀଙ୍କ ପୋଷ୍ଟର ଉତ୍ତର ଦେଇ ଯୁବରାଜ ସିଂ ଲେଖିଛନ୍ତି ଯେ, ‘ଧନ୍ୟବାଦ ସିନିୟର ! ଆପଣ ମତେ ଓ ମାହିଙ୍କୁ ମଧ୍ୟ ଟ୍ୟାଗ କରି ପାରିଥାନ୍ତେ ଆମେ ମଧ୍ୟ ଏହାର ଏକ ଅଂଶ ଥିଲୁ। (Thanks senior ! U can tag me and mahi also we were also part of it)’ ।

ତେବେ କଥା ଏତିକିରେ ସରି ନଥିଲା । ରବି ଶାସ୍ତ୍ରୀ ମଧ୍ୟ ଯୁବିଙ୍କୁ ଏହାର ଉତ୍ତର ଦେଇ ଲେଖିଛନ୍ତି ଯେ, ‘ଯେତେବେଳେ ବିଶ୍ବକପ କଥା ଆସେ ଆପଣ ଜୁନିଅର ନୁହନ୍ତି । ଆପଣ ଜଣେ କିମ୍ବଦନ୍ତୀ ଖେଳାଳି। (When it comes to World Cups, you are no Junior. Tussi Legend Ho @YUVSTRONG12 !)’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.