ହାଇଦ୍ରାବାଦ: ପୁରୁଣା ଫଟୋ ପୋଷ୍ଟ କରିବାର ଅଭ୍ୟାସକୁ ଜାରି ରଖି ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ସୋମବାର ଇନଷ୍ଟାଗ୍ରାମରେ ଏକ ପୁରୁଣା ଫଟୋ ସେୟାର କରି ପ୍ରଶଂସକଙ୍କୁ ମୋବାଇଲ ନଥିବା ଦିନକୁ ଫେରାଇ ନେଇଥିଲେ । ଫଟୋରେ ଯୁବରାଜ ପୂର୍ବତନ ଟିମମେଟ ଭିଭିଏସ୍ ଲକ୍ଷ୍ମଣ, ବିରେନ୍ଦ୍ର ସେହୱାଗ ଏବଂ ଆଶିଷ ନେହେରାଙ୍କ ସହ ଏକ ସର୍ବସାଧାରଣ ଟେଲିଫୋନ ବୁଥରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।
ଫଟୋରେ ଏକ ମଜାଳିଆ କ୍ୟାପସନ ଦେଇ ଯୁବରାଜ ଲେଖିଛନ୍ତି, “ଯେତେବେଳେ ଖରାପ ପ୍ରଦର୍ଶନ ପରେ ଆପଣଙ୍କର ପିତାମାତା ଆପଣଙ୍କ ମୋବାଇଲ୍ ଫୋନ୍ ବିଲ୍ ଦିଅନ୍ତି ନାହିଁ ! ସେହିଦିନ ଯେବେ ମୋବାଇଲ ନଥିଲା,’’ ଫଟୋ ସେୟାର କରି ଯୁବରାଜ ଅନ୍ୟ ତିନି ପୂର୍ବତନ କ୍ରିକେଟରଙ୍କୁ ଟ୍ୟାଗ କରିଛନ୍ତି ।
- " class="align-text-top noRightClick twitterSection" data="
">
ଯଦିଓ ଏହି ଫଟୋଟି କେବେ ଓ କେତେବେଳେ ଉଠା ଯାଇଥିଲା ତାହା କହିବା କଷ୍ଟ, ତଥାପି ଏହାର ଦୃଶ୍ୟ ଅନୁଯାୟୀ, ଫଟୋଟି ଭାରତର 2001 ମସିହାରେ ଶ୍ରୀଲଙ୍କା ଗସ୍ତ ସମୟର ବୋଲି ଜଣା ପଡୁଛି । ନ୍ୟୁଜିଲ୍ୟାଣ୍ଡ ସମେତ ଏକ ଟ୍ରାଇ ସିରିଜ୍ ପାଇଁ ଭାରତ ଏହି ଯାତ୍ରା ଆରମ୍ଭ କରିଥିଲା ଏବଂ ପରେ ଘରୋଇ ଦଳ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ୍ ଖେଳିଥିଲା । ତେବେ ସନଥ ଜୟସୁରିଆଙ୍କ ଅଧିନାୟକତ୍ବରେ ଘରୋଇ ଦଳ ଉଭୟ ସିରିଜ ଜିତିଥିଲା ।
ଏହି ଯାତ୍ରାର ଅଂଶବିଶେଷ ଥିବା ଯୁବରାଜଙ୍କ ଟିମମେଟ ତଥା ବନ୍ଧୁ ହରଭଜନ ସିଂ ସଙ୍ଗେ ସଙ୍ଗେ କମେଣ୍ଟ କରି ଲେଖିଥିଲେ, ‘‘ମାଗଣା କଲ ?’’, ଏହା ଉତ୍ତର ଦେଇ ଯୁବରାଜ ଲେଖିଛନ୍ତି “ଶ୍ରୀଲଙ୍କାକୁ ଭାରତକୁ କଲିଂ କାର୍ଡ! ହଁ ମାତା ମୁଁ ପହଞ୍ଚିଗଲି ଏବଂ ଆଶୁ (ନେହେରା) ବୋଧହୁଏ କହୁଛନ୍ତି, ଆବେ ଶୁଣ, ମୁଁ ପହଁଞ୍ଚିଗଲି ମ୍ୟାଚ ପରେ ପୁଣି କଲ କରିବି ! ଚାଲ୍ ବାଏ ।