ETV Bharat / sports

ଆରମ୍ଭ ହେଲା ଯୁବିଙ୍କ ବିଦେଶୀ କ୍ରିକେଟ ଲିଗ୍‌ ଯାତ୍ରା

ଯୁବି କାନାଡାର ଗ୍ଲୋବାଲ ଟି20 ଲିଗରେ ସାମିଲ ହେବାକୁ ଯାଉଛନ୍ତି । ଏହି ଲିଗର ଫ୍ରାଞ୍ଚାଇଜ୍‌ ଟୋରୋଣ୍ଟୋ ନ୍ୟାସନାଲ୍ସ ଦଳରେ ସେ ସାମିଲ ହୋଇଛନ୍ତି ।

author img

By

Published : Jun 21, 2019, 3:07 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ଭାରତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଭାରତୀୟ କ୍ରିକେଟର ସିକ୍ସର ମ୍ୟାନ ଯୁବରାଜ ସିଂ । ମାତ୍ର ଏବେ ସେ ବିଶ୍ବର କିଛି କ୍ରିକେଟ ଲିଗରେ ତାଙ୍କର ଜଲୱା ଦେଖାଇବାକୁ ଯାଉଛନ୍ତି । ଯୁବି କାନାଡାର ଗ୍ଲୋବାଲ ଟି20 ଲିଗରେ ସାମିଲ ହେବାକୁ ଯାଉଛନ୍ତି । ଏହି ଲିଗର ଫ୍ରାଞ୍ଚାଇଜ୍‌ ଟୋରୋଣ୍ଟୋ ନ୍ୟାସନାଲ୍ସ ଦଳରେ ସେ ସାମିଲ ହୋଇଛନ୍ତି । ଭାରତ ବାହାରେ ବିଶ୍ବ ପୁଣିଥରେ ଦେଖିବା ଯୁବିଙ୍କ ଛକା ।

Yuvraj Singh
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏହି କାନାଡା ଟି20 ଲିଗର ଚଳିତ ସିଜନ ଜୁଲାଇ 26 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 11 ତାରିଖ ପର୍ଯ୍ୟନ୍ତ ଚାଲିବ । 6 ଫ୍ରାଞ୍ଚାଇଜ ବିଶିଷ୍ଟ ଏହି ଲିଗ୍‌ର ପ୍ରଥମ ମ୍ୟାଚ କାନାଡର ବ୍ରମ୍ପଣ୍ଟନଠାରେ ଖେଳାଯିବ । ତେବେ ଏହି ଲିଗରେ ଫାଫ ଡୁପ୍ଲେସିସ୍, ଜେପି ଡ୍ୟୁମିନି, ଓ୍ଵେଷ୍ଟଇଣ୍ଡିଜର କ୍ରିସ୍ ଗେଲ, ଡ୍ଵେନ ବ୍ରାଭୋ, ଆନ୍ଦ୍ରେ ରସେଲ, କିରଣ ପୋଲାର୍ଡ, ସୁନିଲ ନାରିନେ, ଡାରେନ ସାମି, ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ, ବ୍ରେଣ୍ଡନ ମ୍ୟାକକୁଲମ, କୋଲିନ ମୁନରୋ, ଅଷ୍ଟ୍ରେଲିଆର କ୍ରିସ ଲିନ, ଜର୍ଜ ବେଲି, ବେନ କଟିଂ, ପାକିସ୍ତାନର ସୋଏବ ମଲିକ, ଶ୍ରୀଲଙ୍କାର ଥିସାରା ପେରେରା ଓ ବାଂଲାଦେଶର ସାକିବ ଉଲ ହାସନଙ୍କ ପରି ତାରକାଙ୍କ ନାମ ମଧ୍ୟ ସାମିଲ ରହିଛି ।

ତେବେ ଯୁବି ବିଶ୍ବର ବିଭିନ୍ନ କ୍ରିକେଟ ଲିଗରେ ଖେଳିବାକୁ ଚାବହୁଁଛନ୍ତି ବୋଲି ଅବସର ଘୋଷଣା ସମୟରେ କହିଥିଲେ । କାରଣ ବିସିସିଆଇର ନିୟମ ଅନୁସାରେ କୌଣସି ଭାରତୀୟ କ୍ରିକେଟର ସେତେବେଳେ ବିଦେଶୀ କ୍ରିକେଟ ଲିଗ୍‌ ଖେଳି ପାରିବ, ଯେତେବେଳେ ସେ ଭାରତୀୟ କ୍ରିକେଟରୁ ଅବସର ଘୋଷଣା କରିବ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.