ETV Bharat / sports

ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ଯୁବରାଜଙ୍କୁ ଆଶ୍ବସ୍ତି

author img

By

Published : Feb 25, 2021, 7:39 PM IST

ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ଯୁବରାଜଙ୍କୁ ସିଂହଙ୍କୁ ମିଳିଲା ଆଶ୍ବସ୍ତି । ଏହି ପୂର୍ବତନ ଅଲରାଉଣ୍ଡରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ।

Yuvraj Singh gets interim relief from punjab and haryana high court
ପଞ୍ଜାବ ଓ ହରିଆଣା ହାଇକୋର୍ଟରୁ ଯୁବରାଜଙ୍କୁ ଆଶ୍ବସ୍ତି

ଚଣ୍ଡିଗଡ଼: ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ଯୁବରାଜଙ୍କୁ ସିଂହଙ୍କୁ ମିଳିଲା ଆଶ୍ବସ୍ତି । ଏହି ପୂର୍ବତନ ଅଲରାଉଣ୍ଡରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ଗତବର୍ଷ ଭାରତୀୟ ଓପନର ରୋହିତ ଶର୍ମାଙ୍କ ସହ କଥା ହେବାବେଳେ ସ୍ପିନର ୟୁଜିବେନ୍ଦ୍ର ଚହଲଙ୍କୁ ଜାତିଆଣ ଆକ୍ଷେପ କରିଥିବା ଯୁବରାଜଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହାପରେ ହରିୟାଣାର ହାଂସି ଥାନାରେ ମାମଲା ରୁଜୁ ହୋଇଥିଲା ।

ଏହି ବିବାଦ ପରେ ଯୁବରାଜ ସିଂହ ଟ୍ବିଟ କରି କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ସେ କହିଥିଲେ ଯେ, "ମୁଁ ସମସ୍ତ ବ୍ୟକ୍ତିଙ୍କୁ ସମ୍ମାନ ଦେଇ ଆସିଛି ମୁଁ ମୋ ଜୀବନରେ କେବେ କାହାକୁ ଅସମ୍ମାନ କିମ୍ବା ଖରାପ ବ୍ୟବହାର କରିନାହିଁ । ମୋ କଥାର ଅଲଗା ଅର୍ଥ ବାହାର କରାଯାଉଛି। ଏହାପରେ ବି ମୋ କଥା ଯଦି କାହାକୁ କଷ୍ଟ ଦେଇଛି, ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି।"

ଏହାପରେ ମଧ୍ୟ ଗତ ଜାନୁଆରୀ ମାସରେ ଯୁବରାଜଙ୍କୁ ଗିରଫ କରିବା ପାଇଁ ହାଂସିରେ ଏକ ମାମଲା ରୁଜୁ କରିଥିଲେ ଜଣେ ଓକିଲ। ଏହି ମାମଲାକୁ ବନ୍ଦ କରିବାକୁ ଯୁବରାଜ ସିଂହ ନିବେଦନ କରିଥିଲେ। ଏହି ଅଭିଯୋଗର ଶୁଣାଣି କରି ମାମଲାକୁ ବରଖାସ୍ତ କରିଛନ୍ତି ହରିୟାଣା ଓ ପଞ୍ଜାବ ହାଇକୋର୍ଟ। ଏହାସହ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯାଇଛି ।

ଖାଲି ସେତିକି ନୁହେଁ, ହରିୟାଣା ସରକାରଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଯୁବରାଜ ସିଂହଙ୍କ ପକ୍ଷରୁ ବରିଷ୍ଠ ଓକିଲ ପୁନିତ ବାଲି ହାଇକୋର୍ଟରେ ନିଜର ପକ୍ଷ ରଖିଥିଲେ । ଏହି ମାମଲାରେ ଯୁବରାଜଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ହାଇକୋର୍ଟ ରୋକଠୋକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.