ETV Bharat / sports

ଆଇପିଏଲ ପୂର୍ବରୁ ଯଶ୍ବସୀଙ୍କୁ ଗୁରୁମନ୍ତ୍ର ଦେଲେ କୋଚ: ଜିରୋରୁ କର ଆରମ୍ଭ

author img

By

Published : Aug 27, 2020, 7:43 PM IST

13ତମ ସଂସ୍କରଣ ଆରମ୍ଭ ପୂର୍ବରୁ ଯୁବ ବ୍ୟାଟ୍ସ,ମ୍ୟାନ ଯଶ୍ବସୀ ଜୟସ୍ବାଲ ପିଲାଦିନର କୋଚଙ୍କ ଗୁରୁମନ୍ତ୍ରକୁ ମନେ ପକାଇଛନ୍ତି । ସେହି ମନ୍ତ୍ର ନିଜର ଡେବ୍ୟୁ ଆଇପିଏଲ ସଂସ୍କରଣରେ ଆପାଣେଇବେ ଯଶ୍ବସୀ ।

ଆଇପିଏଲ ପୂର୍ବରୁ ଯଶ୍ବସୀଙ୍କୁ ଗୁରୁମନ୍ତ୍ର ଦେଲେ କୋଚ: ଜିରୋରୁ କର ଆରମ୍ଭ
ଆଇପିଏଲ ପୂର୍ବରୁ ଯଶ୍ବସୀଙ୍କୁ ଗୁରୁମନ୍ତ୍ର ଦେଲେ କୋଚ: ଜିରୋରୁ କର ଆରମ୍ଭ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ସେଲ୍ଫ କ୍ବାରେଣ୍ଟାଇନର ଅବଧି ସମାପ୍ତ ହୋଇଛି । ଏହାପରେ ୟୁଏଇରେ ନିଜର ଟ୍ରେନିଙ୍ଗ ଆରମ୍ଭ କରି ଦେଇଛି ୟୁଏଇ । ଲିଗର 13ତମ ସଂସ୍କରଣ ଆରମ୍ଭ ପୂର୍ବରୁ ଯୁବ ବ୍ୟାଟ୍ସ,ମ୍ୟାନ ଯଶ୍ବସୀ ଜୟସ୍ବାଲ ପିଲାଦିନର କୋଚଙ୍କ ଗୁରୁମନ୍ତ୍ରକୁ ମନେ ପକାଇଛନ୍ତି । ସେହି ମନ୍ତ୍ର ନିଜର ଡେବ୍ୟୁ ଆଇପିଏଲ ସଂସ୍କରଣରେ ଆପାଣେଇବେ ଯଶ୍ବସୀ ।

ଯଶ୍ବସୀଙ୍କ କୋଚ ଜ୍ବାଲା ସିଂ କହିଛନ୍ତି, ବୁଧବାର ରାତିରେ ତାଙ୍କର ଯଶ୍ବସୀଙ୍କ ସହ ଦୀର୍ଘ ସମୟ ଯାଏଁ ବାର୍ତ୍ତାଳାପ ହୋଇଥିଲା । ସେ ଜଣେ ଯୁବ ଖେଳାଳି । ପ୍ରଥମ ଥର ଆଇପିଏଲ ଖେଳିବେ । ମୁଁ ତାଙ୍କର ଦକ୍ଷତା ଉପରେ ସର୍ବଦା ବିଶ୍ବାସ ରଖିଛି । କ୍ବାରେଣ୍ଟାଇନ ସମୟରେ ନିଜକୁ ମାନସିକ ଓ ଶାରୀରିକ ସ୍ତରରେ ଫିଟ ରଖିବାକୁ ଯୋଗ ଓ ବ୍ୟାୟମ କରୁଥିବା କହିଛନ୍ତି ।

ଆହୁରି ମଧ୍ୟ କୋଚ କହିଛନ୍ତି ଯେ, ଏହା ଏକ ନୂଆ ଯାତ୍ରା । ତମକୁ ଏବେ ଶୂନ୍ୟରୁ ଆରମ୍ଭ କରିବାକୁ ପଡିବ । ତମେ ଗତ 6-7ମାସରୁ କ୍ରିକେଟ ଖେଳି ନାହଁ । ତମେ କ୍ରିକେଟ କଣ ଜାଣିଛ, ଏହି ବଡ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜର ଆତ୍ମବିଶ୍ବାସ ଦୃଢ କରିବାକୁ ହେବ । ତମେ ବିଶ୍ବର ସର୍ବଶ୍ରେଷ୍ଠ କ୍ରିକେଟରଙ୍କୁ ଭେଟିବ ଓ ତମକୁ ତାଙ୍କ ଠାରୁ ଶିଖିବାକୁ ପଡିବ । ସମସ୍ତ କୋଭିଡ ନିୟମ ପାଳନ କର ଓ ସୁରକ୍ଷିତ ରୁହ ।

ଦିନଥିଲା ଗୁପଚୁପ ବିକି ପେଟ ପୋଷୁଥିଲେ ଯଶ୍ବସୀ । ସେହି ଯୁବ କ୍ରିକେଟର ଅଣ୍ଡର-19 ବିଶ୍ବକପ 2020ରେ ପ୍ଲେୟାର ଅଫ ଦ ମ୍ୟାଚ ହୋଇଥିଲେ । 18ବର୍ଷୀୟ ଯଶ୍ବସୀ ଆଇପିଏଲକୁ ନେଇ ବେଶି ଉତ୍ସାହିତ ଥିବା କୋଚ ଜ୍ବାଲା କହିଛନ୍ତି । ଆଇପିଏଲ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି କୋଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.