ETV Bharat / sports

କାରବିୟାନ ପ୍ରିମିୟର ଲିଗକୁ ଆଇପିଏଲ ଡର !

ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡର ସହ ବିଶ୍ବ କ୍ରିକେଟର ପ୍ରମୁଖ ଟି-20 ଲିଗର କ୍ୟାଲେଣ୍ଡରକୁ ପ୍ରଭାବିତ କରିଛି କୋରୋନା ଭାଇରସ । ଆଇପିଏଲ ଯୋଗୁଁ କାୟବିୟନ ପ୍ରିମିୟର ଲିଗ(CPL) ପ୍ରଭାବିତ ଆଶଙ୍କା କରିଛନ୍ତି ସିପିଏଲ ମୁଖ୍ୟ ପରିଚାଳନା ଅଫିସର ପେଟ ରସେଲ ।

author img

By

Published : Apr 18, 2020, 12:39 PM IST

Would not want to have potential clash with IPL says CPL's CEO
କାରବିୟନ ପ୍ରିମିୟର ଲିଗକୁ ଆଇପିଏଲ ଡର !

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡର ସହ ବିଶ୍ବ କ୍ରିକେଟର ପ୍ରମୁଖ ଟି-20 ଲିଗର କ୍ୟାଲେଣ୍ଡରକୁ ପ୍ରଭାବିତ କରିଛି କୋରୋନା ଭାଇରସ । ବିଶ୍ବର ସବୁଠୁ ବଡ ଓ ଧନୀ କ୍ରିକେଟ ଲିଗ ଇଣ୍ଡିଆନ ପ୍ରମିୟର ଲିଗର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି ।

ମେ 3 ପର୍ଯ୍ୟନ୍ତ ଲକାଡାଉନ ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିବା ପରେ ବିସିସିଆଇ ଆଇପିଏଲକୁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ବାତିଲ ଘୋଷାଣା କରିଛି । ତେବେ ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ ଆୟୋଜନ ସମ୍ଭାବନା ନେଇ ଚର୍ଚ୍ଚା ହେଉଥିବାବେଳେ, ଆଉ ଏକ ଟି-20 ଲିଗ ପକ୍ଷରୁ ବଡ ବୟାନ ସାମ୍ନାକୁ ଆସିଛି ।

ଆଇପିଏଲ ଯୋଗୁଁ କାୟବିୟନ ପ୍ରିମିୟର ଲିଗ(CPL) ପ୍ରଭାବିତ ଆଶଙ୍କା କରିଛନ୍ତି ସିପିଏଲ ମୁଖ୍ୟ ପରିଚାଳନା ଅଫିସର ପେଟ ରସେଲ । ଉଭୟ ଲିଗର ସମୟ ସୂଚୀରେ ସମାନ ହେଲେ, ବିଦେଶୀ ଖେଳାଳି ଆଇପିଏଲକୁ ଚୟନ କରିବାର ସମ୍ଭାବନା ରହିଛି । ଏମିତି ହେଲେ, ସିପିଏଲରେ ଅନ୍ୟ ଅନ୍ତର୍ଜାତୀୟ ଖେଳାଳିଙ୍କ ଅଂଶଗ୍ରହଣ କମ ହୋଇପାରେ । ତେବେ ବିସିସିଆଇ ପ୍ରଭାବଶାଳୀ ଓ ଧନୀ କ୍ରିକେଟ ଆସୋସିଏସନ ହୋଇଥିବାରୁ ସଠିକ ନିଷ୍ପତ୍ତି ନେବ ବୋଲି ସିପିଏଲ ପରିଚାଳନା କମିଟି ଆଶାବାଦୀ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.