ETV Bharat / sports

ମ୍ୟାଚ ଅପେକ୍ଷାରେ ବିଶ୍ବର ବୃହତମ କ୍ରିକେଟ ଷ୍ଟାଡିୟମ, ବିସିସିଆଇ ସେୟାର କଲା ଫଟୋ - bcci news

ବିଶ୍ବର ବୃହତମ କ୍ରିକେଟ ଷ୍ଟାଡିୟମ ମୋଟେରାର ଫଟୋ ସେୟାର କଲା ବିସିସିଆଇ । ଅଧିକ ପଢନ୍ତୁ...

motera stadium
motera stadium
author img

By

Published : Feb 18, 2020, 11:38 PM IST

ଅହମଦାବାଦ: ବିଶ୍ବର ବୃହତମ କ୍ରିକେଟ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ । ଏହି ଷ୍ଟାଡିୟମର ନିର୍ମାଣ ପାଇଁ 700କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ବିସିସିଆଇ ନିଜର ଟ୍ବିଟର ଆକାଉଣ୍ଟରେ ମଙ୍ଗଳବାର ଦିନ ଏହି ବୃହତମ କ୍ରିକେଟ ଷ୍ଟାଡିୟମ ମୋଟେରାର ଫଟୋ ସେୟାର କରିଛି । ସେୟାର କରି ଲେଖିଛି, ମୋଟେରା ଷ୍ଟାଡିୟମ, ଅହମଦାବାଦ । ଦର୍ଶକଙ୍କ କ୍ଷମତା 1,10,00ରୁ ଅଧିକ ।

motera stadium
ଫଟୋ ସୌଜନ୍ୟ:ଟ୍ବିଟର@BCCI

ସୂଚନାଥାଉକି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 24 ଫେବୃଆରୀରେ ଏହି କ୍ରିକେଟ ଷ୍ଟାଡିୟମର ଉଦ୍‌ଘାଟନ କରିବେ । ଏଥିସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୋଟେରା ଷ୍ଟାଡିୟମ ଗସ୍ତ କରି ଟ୍ରମ୍ପ ଆସିବା ପୂର୍ବରୁ ସୁରକ୍ଷାର ସମୀକ୍ଷା କରିଛନ୍ତି ।

ସୂଚନାଥାଉକି, ସର୍ଦ୍ଦାର ପଟେଲ ଷ୍ଟାଡିୟମ ଏବେ ନୂଆ ରୂପ ନେଇଛି । ଏହି ଷ୍ଟାଡିୟମରେ ପୂର୍ବରୁ 53 ହଜାର ଲୋକ ବସିବାର ସୁବିଧା ଥିଲା । ବର୍ତ୍ତମାନ ଏହି ଷ୍ଟାଡିୟମରେ ପ୍ରାୟ 1ଲକ୍ଷ 10ହଜାର ଲୋକ ଏକା ସାଥିରେ ବସିବାର ବ୍ୟବସ୍ଥା କରାଯାଇଛି । ଏହି ଷ୍ଟାଡିୟମ 63ଏକର ପରିସରରେ ପରିବ୍ୟାପ୍ତ । ଏଠାରେ 4ହଜାର କାର ଓ 10ହଜାର 2ଚକିଆ ଗାଡିର ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.