ETV Bharat / sports

ବିଶ୍ବକପ: ଦ୍ରାବିଡଙ୍କୁ ପଛରେ ପକାଇଲେ ଧୋନି - second most capped

ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ସର୍ବାଧିକ ଦିନିକିଆ ମ୍ୟାଚ ଖେଳିବାରେ 2ୟ ଭାରତୀୟ ବନିଛନ୍ତି ଏମଏସ ଧୋନି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 17, 2019, 12:22 PM IST

ମାଞ୍ଚେଷ୍ଟର: ସଣ୍ଡେ ସୁଫର ଫାଇଟ ଭାରତ-ପାକିସ୍ତାନ ମହା ଲଢେଇରେ ବାଜିମାତ୍‌ କରିଛି ବିରାଟ ସେନା । DLS ନିୟମ ଅନୁସାରେ 89 ରନରେ ଭାରତ ବିଜୟୀ ହୋଇଛି । ଏହି ବିଜୟୀ ସହ ଭାରତ ବିଶ୍ବକପରେ ପାକିସ୍ତାନ ବିପକ୍ଷ ବିଜୟୀ ଧାର ବଜାୟ ରଖିଛି। ତେବେ ଏହି ମ୍ୟାଚରେ ବିଶେଷ କିଛି ଭୂମିକା ଗ୍ରହଣ କରି ନଥିବା ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ରାହୁଲ ଦ୍ରାବିଡଙ୍କୁ ପଛରେ ପକାଇ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି।

ୱିକେଟ କିପର ବ୍ୟାଟ୍ସମ୍ୟାନ ଏମଏସ ଧୋନି ରବିବାର ଦିନିକିଆ ମ୍ୟାଚ ଖେଳି, ସର୍ବାଧିକ ଦିନିକିଆ ମ୍ୟାଚ ଖେଳିବାରେ 2ୟ ଭାରତୀୟ ବନିଛନ୍ତି। କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି । ଗତକାଲି ମ୍ୟାଚରେ ଧୋନି ମାତ୍ର ଏକ ରନ କରି ଆଉଟ ହୋଇଯାଇଥିଲେ ।

ତେବେ ଧୋନି ଏଯାବତ୍‌ 344ଟି ଦିନିକିଆ ମ୍ୟାଚ ଖେଳିସାରିଛନ୍ତି । କିନ୍ତୁ ଏଥିରେ 3ଟି ଏସିଆ ଏକାଦଶ ମ୍ୟାଚ ସାମିଲ ରହିଛି । ତେଣୁ ଏହାକୁ ବାଦ ଦେଲେ ଧୋନିଙ୍କ ଦିନିକିଆ ସଂଖ୍ୟା ହେଉଛି 341 । ଯେତେବେଳେ ଦ୍ରାବିଡଙ୍କ ଦିନିକିଆ ମ୍ୟାଚ ସଂଖ୍ୟା ରହିଛି 340। ତେବେ 463ଟି ଦିନିକିଆ ମ୍ୟାଚ ଖେଳି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର।

ସ୍ଲଗ- ଗଳିତ ଶବର ଖପୁରୀ ଉଦ୍ଧାର ଘଟଣାରେ ଜଣେ ଅଟକ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 8/06/2019
ଆଙ୍କର-  ଜଣେ ଅଜଣା  ଯୁବତୀର  ଗଳିତ ଶଵ, ଖପୁରୀ, କଙ୍କାଳ ମୟୂରଭଂଜ ଗୁଞ୍ଜସାହି ଜଙ୍ଗଲରୁ  ଉଦ୍ଧାର ହେବା ଖବର ପାଇ  ସିଂଲା ପୋଲିସ ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଞ୍ଚିବା ପରେ ଚଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।
ଝିଅର ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି  ଜୋତା, ପିନ୍ଧିଥିବା  ଲୁଗା  ସହିତ ଅନ୍ୟାନ୍ୟ ଜିନିଷ ପତ୍ର କୁ ଦେଖି ଚିହ୍ନଟ କରିଥିଲେ। ପରିବାର ପକ୍ଷରୁ ଅଭିଯୋଗ ଅନୁଯାୟୀ ବାଲିଆପାଳ ଥାନା  ଖଗଡ଼ାପାଳ ଗ୍ରାମର ଗିରିଜା ଶଙ୍କର ଦେ ସିଂଲା ଥାନାରେ ଅଟକ ଥିବା ଜଣାପଡିଛି। ଏହା ଏକ ପ୍ରେମ ଜନିତ ହତ୍ୟା କାଣ୍ଡ  ବୋଲି  ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି।  ଅଟକ ଥିବା ବ୍ୟକ୍ତି ଜଣକ  ହେଉଛନ୍ତି  ଜଣେ ପୋଷ୍ଟମାଷ୍ଟର।
ସମ୍ପୂର୍ଣ୍ଣ ଘଟଣା, ବାଲେଶ୍ବର ଜିଲ୍ଳା ସିଂଲା ଥାନା ଅଧୀନ ଜାମଶୂଳି ଗାଁଆର  ଅଭିମନ୍ୟୁ ମହାନ୍ତିଙ୍କ ଝିଅ  ଲୋପମୁଦ୍ରା ସ୍ଥାନୀୟ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ  ଯୁକ୍ତ 3 ବିଜ୍ଞ୲ନର ଦ୍ଵିତୀୟ  ବର୍ଷର  ଛାତ୍ରୀ ୲  ଗତ ଫେବ୍ରୁୟାରୀ 17ତାରିଖ ରୁ  କଲେଜ ଯାଇ  ଆଉ ଘରକୁ  ଫେରି ନଥିଲା ୲  ପରିବାର ପକ୍ଷରୁ ସିଂଲା ଥାନା ରେ ଏନେଇ ଅଭିଯୋଗ ହୋଇଥିଲା। ମାତ୍ର  ଚାରି ମାସ  ବିତିଯାଇଥିଲେ ମଧ୍ୟ  ଝିଅ ର  କୌଣସି  ସନ୍ଧାନ ନ ମିଳିବାରୁ ପରିବାର ଲୋକ ସ୍ଥାନୀୟ ପାଉଁଶକୁଲି ପୋଷ୍ଟ ମାଷ୍ଟର ଗିରିଜା  ଶଂକର  ଦେ ଙ୍କ ଉପରେ  ସନ୍ଦେହ  କରିଥିଲେ। ଗିରିଜା ଶଂକର  ଅଧିକାଂଶ ସମୟରେ  ତାଙ୍କ ଘରକୁ  ଯିବା ଆସିବା ସହିତ  ଲୋପମୁଦ୍ରା ସହିତ  କଥା ହେଉଥିଲେ ୲ ଲୋପମୁଦ୍ରା ର   ପରିବାର ପକ୍ଷରୁ  ଗିରିଜାଶଙ୍କର ଙ୍କୁ  ଅଟକ ରଖି  ସିଂଲା ଥାନା ଅଧିକାରୀଙ୍କୁ  ହସ୍ତାନ୍ତର  କରଯିବା ପରେ  ପୋଲିସ ଏହି  ମାମଲାରେ  ଖୋଳତାଡ଼ ଆରମ୍ଭ କରିଥିଲେ ମଧ୍ୟ  କିଛି  ସୁରାକ ପାଇ ନଥିଲା ୲   ମୟୁରଭଂଜ ସଦର ଥାନା  ଅଂଚଳରେ  ଥିବା  ଜଙ୍ଗଲରୁ  ମାର୍ଚ ମାସ ଦୁଇ ତାରିଖରେ  ଉଦ୍ଧାର  ହୋଇଥିବା  ଏକ  ଅଜଣା  ଯୁବତୀର  ଗଳିତ ଶଵ କୁ  ନେଇ  ସିଙ୍ଗଲା ଥାନା ଅଧିକାରୀ ସୁବ୍ରତ ବେହେରା   ତଦନ୍ତ ପରିସର ଭୁକ୍ତ କରିବା ପରେ  ତାହା  ଲୋପମୁଦ୍ରା ର  ଶବ ବୋଲି  ଜଣା ପଡିଥିଲା ୲ ଗିରିଜା ଶଙ୍କରକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।

ମୟୁରଭଞ୍ଜ ଭାଇଙ୍କ ଠାରୁ ଟିକେ ପୁରୁଣା ଭିଯୁଆଲ ମଗାଇବେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.