ETV Bharat / sports

ବିଶ୍ବକପ: ଓଭାଲରେ କଙ୍ଗାରୁ ଦମନ, ଭାରତର 2ୟ ବିଜୟ - cricket

ଓପନିଂ ଯୋଡିର ଦମଦାର ଆରମ୍ଭ ଓ ମିଳିତ ବୋଲିଂ ପ୍ରୟାସରେ 36 ରନରେ ମ୍ୟାଚ ଉପରେ ବିଜୟ ହାସଲ କରିଛି ବିରାଟ ଆଣ୍ଡ କମ୍ପାନୀ । ଚଳିତ ବିଶ୍ବକପରେ ଭାରତର ଏହା 2ୟ ବିଜୟ ହୋଇଥିବା ବେଳେ ଅଷ୍ଟ୍ରେଲିଆର ବିଜୟ ଧାର ରୋକ୍‌ ଲଗାଇଛି ମେନ ଇନ ବ୍ଲୁ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 9, 2019, 11:33 PM IST

Updated : Jun 10, 2019, 12:00 PM IST

ଲଣ୍ଡନ: ଇଂଲଣ୍ଡରେ କଙ୍ଗାରୁ ଦମନ କରିଛି ବିରାଟ ସେନା । 2015 ବିଶ୍ବକପର ବଦଲା ନେଇଛି ଭାରତ । ଓପନିଂ ଯୋଡିର ଦମଦାର ଆରମ୍ଭ ଓ ମିଳିତ ବୋଲିଂ ପ୍ରାୟାସରେ 36 ରନରେ ମ୍ୟାଚ ଉପରେ ବିଜୟ ହାସଲ କରିଛି ବିରାଟ ଆଣ୍ଡ କମ୍ପାନୀ । ଚଳିତ ବିଶ୍ବକପରେ ଭାରତ ଏହା 2ୟ ବିଜୟ ହୋଇଥିବା ବେଳେ ଅଷ୍ଟ୍ରେଲିଆର ବିଜୟ ଧାରାରେ ରୋକ୍‌ ଲଗାଇଛି ମେନ ଇନ ବ୍ଲୁ ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ତେବେ ଟସ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ କ୍ୟାପଟେନ କୋହଲି । ପ୍ରଥମ ୱିକେଟ 127ରନ ଭାଗିଦାରୀ, ଶିଖରଙ୍କ ଶତକ, ବିରାଙ୍କ ଓ ରୋହିତଙ୍କ ଅର୍ଦ୍ଧଶତ ଏବଂ ପାଣ୍ଡ୍ୟାଙ୍କ 48ରନ ବଳରେ ନିର୍ଦ୍ଧାରିତ ଓଭରରେ 5 ୱିକେଟ ହାରାଇ 352ରନ କରିଥିଲା ଭାରତୀୟ ଦଳ । ଜବାବରେ କଙ୍ଗାରୁ ମଧ୍ୟ ଦମଦାର ଆରମ୍ଭ କରିଥିଲା । ଡେଭିଡ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ଓ ଷ୍ଟିଭ ସ୍ମିଥଙ୍କ 69ରନ ଅଷ୍ଟ୍ରେଲିଆ ରଥକୁ ବିଜୟ ଆଡକୁ ଟାଣି ନେଇଥିଲା । ମାତ୍ର ମଧ୍ୟ ଓଭରରେ ଭୁବନେଶ୍ବର କୁମାର ଓ ଭାରତୀୟ ପେସ ଷ୍ଟାର ଜସପ୍ରିତ ବୁମରାଙ୍କ ପେସ ଆଟାକ ବଳରେ ଧରାଶାୟୀ ହେଲା କଙ୍ଗାରୁ ଦଳ ।

World Cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଅଷ୍ଟ୍ରେଲିଆ ପକ୍ଷରୁ ସ୍ମିଥ ୱାର୍ଣ୍ଣଙ୍କ ବ୍ୟତିତ ଅଧିନାୟକ ଫିଞ୍ଚ୍‌(36), ଉସମାନ ଖ୍ବାଜା(42) ଓ ୱିକେଟ କିପର ଆଲେକ୍ସ କ୍ୟାରି(55)ରନ କରିଛନ୍ତି ।ସେହିପରି ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଓ ଜସପ୍ରିତ ବୁମରା 3ଟି ଲେଖାଏଁ ୱକେଟ ନେଇଥିବା ବେଳେ ଚହଳ ଦୁଇଟି ୱିକେଟ ନେଇଛନ୍ତି । ଶତକୀୟ ପାଳି ଖେଳିଥିବା ଶିଖରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି ।

World Cup
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏହି ଦମଦାର ବିଜୟ ସହ ଭାରତ ନିଜକୁ ବିଶ୍ବକପ ଫେବେରେଟ ବୋଲି ପ୍ରମାଣିତ କରିଦେଇଛି । ମାତ୍ର ଅପେକ୍ଷା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚକୁ । କେମିତି ପ୍ରଦର୍ଶନ ଦେଖାଉଛି ବିରାଟ ବାହିନୀ । ତାହା ସମସ୍ତଙ୍କ ନଜର ।

ବ୍ୟୁରୋ ରିପେର୍ଟ, ଇଟିଭି ଭାରତ

Intro:Body:

prabir 

Conclusion:
Last Updated : Jun 10, 2019, 12:00 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.