ETV Bharat / sports

ୱାର୍ଣ୍ଣରଙ୍କ ବ୍ୟାଟରେ ଲାଗିଛି ସେନସର, ବୁମରାଙ୍କୁ କରିବେ ଆଟାକ୍‌ ! - cricket

ୱାର୍ଣ୍ଣର ତାଙ୍କ ବ୍ୟାଟରେ ସେନସର ଲଗାଇଛନ୍ତି । ବ୍ୟାଟରେ ସେନସର ଲଗାଇବା ଅନୁମତି ତାଙ୍କୁ ଆଇସିସି ଦେଇଛି । ଏହି ସେନସର ଦ୍ବାରା ସେ ନିଜର ବ୍ୟାଟର ଗତି ଓ ବୋଲରଙ୍କ ବଲର ଗତି ମାପି ପାରିବେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 9, 2019, 7:50 PM IST

ଲଣ୍ଡନ: ଚଳିତ ବିଶ୍ବକପରେ ଦୁଇଟି ବିଜୟ ପାଇ ସାରିଛି ଅଷ୍ଟ୍ରେଲିଆ ଦଳ । ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଭାରତ ପାଇଁ ତୟାର କରିଛନ୍ତି ବ୍ରହ୍ମାସ୍ତ୍ର । ଭାରତୀୟ ପେସ ଷ୍ଟାର ବୁମରାଙ୍କୁ କରିବେ କାଉଣ୍ଟର ଆଟାକ୍‌ । ତେବେ ସୂଚନା ମିଳିଛି କି ୱାର୍ଣ୍ଣର ତାଙ୍କ ବ୍ୟାଟରେ ସେନସର ଲଗାଇଛନ୍ତି ।

ତେବେ ବ୍ୟାଟରେ ସେନସର ଲଗାଇବା ଅନୁମତି ତାଙ୍କୁ ଆଇସିସି ଦେଇଛି । ଏହି ସେନସର ଦ୍ବାରା ସେ ନିଜର ବ୍ୟାଟର ଗତି ଓ ବୋଲରଙ୍କ ବଲର ଗତି ମାପି ପାରିବେ । ସୂଚନା ଥାଉ କି, 2017ରୁ ଆଇସିସି ଏହି ଅନୁମତି ଦେଇ ସାରିଛି । ତେବେ କୌଣସି ବ୍ୟାଟ୍ସମ୍ୟାନ ଏହାର ବ୍ୟବହାର କରିନଥିବା ବେଳେ ୱାର୍ଣ୍ଣର ଏହାକୁ ପ୍ରଥମେ ବ୍ୟବହାର କରୁଛନ୍ତି ।

ବେଙ୍ଗାଲୁରୁର ଏକ ସଫ୍ଟୱେୟାର କମ୍ପାନୀ ଏହି ସେନସର ନିର୍ମାଣ କରିଛି । ସ୍ମାର୍ଟ କ୍ରିକେଟ ନାମକ କମ୍ପାନୀ ଏହି ଡିଭାଇସ୍‌ର ନାମ ରଖିଛି ବ୍ୟାଟ୍‌ସେନ୍ସ । ଏହି ଉପକରଣଟି ବ୍ୟାଟର ଅଗ୍ରରେ ଲାଗିଛି । ବ୍ୟାଟ୍ସମ୍ୟାନ ଜଣକ ବ୍ୟାଟିଂ କରୁଥିବା ସମୟରେ ଏହି ସେନସର ଦ୍ବାରା ସମସ୍ତ ଡାଟା ଏକ ମୋବାଇଲ ଆପରେ ଷ୍ଟୋର ହୋଇ ରହିବ । ପରେ ଏହାକୁ ଉକ୍ତ ବ୍ୟାଟ୍ସମ୍ୟାନ ଦେଖି ନିଜ ଭୁଲ ପରଖି ପାରିବେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.