ETV Bharat / sports

ମହିଳା କ୍ରିକେଟ ବିଶ୍ବକପ 2022: ମାର୍ଚ୍ଚ 6ରେ ଅଭିଯାନ ଆରମ୍ଭ କରିବ ଭାରତ - କ୍ୟାପଟେନ ମିତାଲି ରାଜ

2022 ମହିଳା କ୍ରିକେଟ ବିଶ୍ବକପର ସୂଚୀ ଘୋଷଣା । 4 ମାର୍ଚ୍ଚରୁ ଏହି ସମ୍ମାନଜନକ ଇଭେଣ୍ଟ ଆରମ୍ଭ ନେଇ ମଙ୍ଗଳବାର ଘୋଷଣା କରିଛି ଆଇସିସି । ଅଧିକ ପଢନ୍ତୁ...

Women's WC 2022: India to begin campaign against Qualifier on March 6
ମହିଳା କ୍ରିକେଟ ବିଶ୍ବକପ 2022: ମାର୍ଚ୍ଚ 6ରେ ଅଭିଯାନ ଆରମ୍ଭ କରିବ ଭାରତ
author img

By

Published : Dec 15, 2020, 7:45 PM IST

ଦୁବାଇ: ଘୋଷଣା ହେଲା 2022 ମହିଳା କ୍ରିକେଟ ବିଶ୍ବକପର ସୂଚୀ । 4 ମାର୍ଚ୍ଚରୁ ଏହି ସମ୍ମାନଜନକ ଇଭେଣ୍ଟ ଆରମ୍ଭ ନେଇ ମଙ୍ଗଳବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) । ମାର୍ଚ୍ଚ 6ରେ ଏକ ଯୋଗ୍ୟତା ଅର୍ଜନକାରୀ ଟିମ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆମ୍ଭ କରିବ ଭାରତ ।

Women's WC 2022: India to begin campaign against Qualifier on March 6
ଆଇସିସି

ମାର୍ଚ୍ଚ 4ରୁ 3 ଏପ୍ରିଲ 2022 ମଧ୍ୟରେ 31 ଦିନ ଧରି ଖେଳାଯିବାକୁ ଥିବା ଏହି ବିଶ୍ବକପ ଇଭେଣ୍ଟରେ 31ଟି ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ଖେଳାଯାଇଥିବା 2020 ଟି-20 ବିଶ୍ବକପ ପରେ ପ୍ରଥମ ବିଶ୍ବସ୍ତରୀୟ ମହିଳା କ୍ରିକେଟ ଇଭେଣ୍ଟ ହେବ । ଏହି ଟୁର୍ଣ୍ଣାମେଣ୍ଟ ପ୍ରଥମରୁ 2021 ଫେବୃଆରୀ-ମାର୍ଚ୍ଚରେ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ କାରଣରୁ ଏହା ସ୍ଥଗିତ ହୋଇଥିଲା ।

ଗତ ସଂସ୍କରଣରେ ବିଶ୍ବ ଚମ୍ପିଆନ ଇଂଲଣ୍ଡ

ଉଦ୍ଘାଟନୀ ମ୍ୟାଚ 4 ମାର୍ଚ୍ଚରେ ଆୟୋଜକ ନ୍ୟୁଜିଲାଣ୍ଡ ଓ ଏକ ଯୋଗ୍ୟତା ଅର୍ଜନକାରୀ ଟିମ ମଧ୍ୟରେ ଖେଳାଯିବ । ଦୁଇଟି ସେମିଫାଇନାଲ ମ୍ୟାଚ ୱେଲିଂଟନର ବେଶିନ ରିଜର୍ଭ ଓ ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲରେ ଖେଳାଯିବ । 3 ଏପ୍ରିଲ 2021ରେ ଫାଇନାଲ ମ୍ୟାଚ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ ବୋଲି ଆଇସିସି ପକ୍ଷରୁ ସୂଚୀ ଜାରି ହୋଇଛି ।

ଗ୍ରୁପ ପର୍ଯ୍ୟାୟରେ ଭାରତୀୟ ଟିମ 7ଟି ମ୍ୟାଚ ଖେଳିବ । ସେଥିମଧ୍ୟରେ 4ଟି ନ୍ୟୁଜିଲାଣ୍ଡ ବିପକ୍ଷରେ( ମାର୍ଚ୍ଚ 10), ଇଂଲଣ୍ଡ(ମାର୍ଚ୍ଚ 16), ଅଷ୍ଟ୍ରେଲିଆ(ମାର୍ଚ୍ଚ 19) ଓ ଦକ୍ଷିଣ ଆଫ୍ରିକା(ମାର୍ଚ୍ଚ 27) ବିପକ୍ଷରେ ରହିଛି ।

ଭାରତର ଅନ୍ୟ 3ଟି ମ୍ୟାଚରେ ପ୍ରତିପକ୍ଷ ଟିମ ବିଶ୍ବକପ ପାଇଁ ଯୋଗ୍ୟତାଅର୍ଜନ କରିଥିବା ଟିମ ହେବେ । ଟିମ ଇଣ୍ଡିଆ କ୍ୟାପଟେନ ମିତାଲି ରାଜ ବିଶ୍ବକପ ବିଜୟ ଲକ୍ଷ୍ୟନେଇ ଟିମ ଖେଳିବ ବୋଲି କହିଛନ୍ତି ।

ଗତ ତିନିରୁ ଚାରିବର୍ଷ ମଧ୍ୟରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ ଦମଦାର ପ୍ରଦର୍ଶନ କରିଛି । ଦିନିକିଆ ବିଶ୍ବକପ କିମ୍ବା ସଦସ୍ୟ ସମାପ୍ତ ହୋଇଥିବା ଟି-20 ବିଶ୍ବକପରେ ପ୍ରଭାବୀ ପ୍ରଦର୍ଶନ ରହିଛି । 2022 ଟୁର୍ଣ୍ଣାମେଣ୍ଟରେ ଟାଇଟେଲ ବିଜୟ ପରବର୍ତ୍ତୀ ପିଢିର ମହିଳା ଖେଳାଳିଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି କ୍ୟାପଟେନ ମିତାଲି ରାଜ ।

  • 🔷 An opening match at the Bay Oval in Tauranga 👀
    🔷 A Trans-Tasman show at the Basin Reserve 🇳🇿 🇦🇺
    🔷 Final under lights at the Hagley Oval 🏟️

    The schedule for the 2022 ICC Women's World Cup has been announced 📢

    — ICC (@ICC) December 15, 2020 " class="align-text-top noRightClick twitterSection" data=" ">

ନ୍ୟୁଜିଲାଣ୍ଡ, ଅଷ୍ଟ୍ରଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଭାରତ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟ 3ଟି ଟିମ ଆଇସିସି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ସ୍ପଷ୍ଟ ହେବ । ଶ୍ରୀଲଙ୍କାରେ 2021 ଜୁନ 26ରୁ ଜୁଲାଇ 10 ପର୍ଯ୍ୟନ୍ତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ରାଉଣ୍ଡ ରବିନ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ଓ ସମସ୍ତ ଟିମ ପରସ୍ପରକୁ ଭେଟିବେ । ପରେ ଶ୍ରେଷ୍ଠ 4ଟି ଟିମ ସେମିଫାଇନାଲକୁ ଉନ୍ନୀତ ହେବେ । ମ୍ୟାଚ ଖେଳାଯିବାକୁ ଥିବା ସହର ମଧ୍ୟରେ ରହିଛନ୍ତି, ଅକଲାଣ୍ଡ, ତାଉରଙ୍ଗା, ହାମିଲଟନ, ୱେଲିଂଟନ ଖ୍ରୀଷ୍ଟଚର୍ଚ୍ଚ ଓ ଦୁନେଦିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.