ETV Bharat / sports

ମହିଳା ଟି-20 ବିଶ୍ବକପ ଫାଇନାଲ: ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ - Naveen patnaik congratulates the Indian team

ଆଇସିସି ମହିଳା ଟି-20 ବିଶ୍ବକପର ଫାଇନାଲ ମ୍ୟାଚ ପୂର୍ବରୁ ରବିବାର(ଆଜି) ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

womens-t20-world-cup-final-the-chief-minister-naveen-patnaik-congratulates-the-indian-team
ମହିଳା ଟି-20 ବିଶ୍ବକପ ଫାଇନାଲ: ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
author img

By

Published : Mar 8, 2020, 11:25 AM IST

Updated : Mar 8, 2020, 12:01 PM IST

ଭୁବନେଶ୍ବର: ଆଜି ବିଶ୍ବ ମହିଳା ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ମହିଳା ଟି-20 ବିଶ୍ବକପର ଫାଇନାଲ ଫାଇଟ । ପ୍ରଥମ ଫାଇନାଲିଷ୍ଟ ଭାରତୀୟ ମହିଳା ଦଳର ସାମ୍ନା 7ଥରର ଚମ୍ପିଆନ ଅଷ୍ଟ୍ରେଲିଆ ସହ ହେବ । ତେବେ ମ୍ୟାଚ ପୂର୍ବରୁ ରବିବାର(ଆଜି) ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

womens-t20-world-cup-final-the-chief-minister-naveen-patnaik-congratulates-the-indian-team
ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନିଜ ଟ୍ବିଟର ହ୍ୟାଣ୍ଡଲରେ ଟ୍ବିଟ କରି ନବୀନ ଲେଖିଛନ୍ତି, ‘‘ପ୍ରଥମ ବିଶ୍ବକପ ଟ୍ରଫି ପାଇଁ ଭାରତୀୟ ମହିଳା ଦଳକୁ ମୋର ଶୁଭେଚ୍ଛା ଓ ଶୁଭକାମନା । ମେଲବୋର୍ଣ୍ଣ ପଡିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଏହି ଫାଇନାଲ ମ୍ୟାଚରେ ପ୍ରତ୍ୟେକ ଭାରତୀୟ ଆପଣମାନଙ୍କୁ ଉତ୍ସାହିତ କରିବାକୁ ପହଞ୍ଚିବେ ବୋଲି ମୋର ଆଶା ।’’

ସୂଚନାଯୋଗ୍ୟ ଯେ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟ୍ବିଟ କରି ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଥିଲେ । ବିଶ୍ବକପ ଫାଇନାଲରେ ପ୍ରଥମଥର ପ୍ରବେଶ କରିଥିବା ଭାରତୀୟ ଦଳ ପ୍ରଥମ ବିଶ୍ବକପ ଟ୍ରଫି ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 8, 2020, 12:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.