ମେଲବର୍ଣ୍ଣ: ଆଇସିସି ମହିଳା ଟି20 ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ତେବେ ସେମିଫାଇନାଲ ମୁକାବିଲା ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ବଡ ଝଟକା ।
![Women's T20 World Cup](https://etvbharatimages.akamaized.net/etvbharat/prod-images/6267603_dfrg.jpg)
ଦଳର ଷ୍ଟାର ଖେଳାଳି ଏଲେସ ପେରୀ ନ୍ୟୁଜିଲାଣ୍ଡ ବିପକ୍ଷ କ୍ବାର୍ଟର ମୁକାବିଲାରେ ଆହତ ହୋଇଥିବା ଜଣାପଡିଛି । ଫିଲ୍ଡିଂ କରୁଥିବା ସମୟରେ ପେରୀ ଆଘାତପ୍ରାପ୍ତ ହୋଇଛନ୍ତି । ମ୍ୟାଚପରେ ଅଷ୍ଟ୍ରେଲିଆ କ୍ୟାପଟେନ ପେରୀଙ୍କ ଆହତ ବିଷୟରେ ସ୍ପଷ୍ଟ କରିପାରିନାହାଁନ୍ତି ।
![Women's T20 World Cup](https://etvbharatimages.akamaized.net/etvbharat/prod-images/6267603_ttt.jpg)
ତେବେ ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ପେରୀଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା କୁହାଯାଉଛି ।
ଅଷ୍ଟ୍ରେଲିଆ ସେମିଫାଇନାରେ ଇଂଲଣ୍ଡ କିମ୍ବା ଦକ୍ଷିଣ ଆଫ୍ରିକାକୁ ଭେଟିପାରେ । ତେବେ ଗ୍ରୁପ ବିରେ ଉଭୟ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ସମାନ ପଏଣ୍ଟରେ ହାସଲ କରିବା ସହ ଶୀର୍ଷରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ