ବ୍ରିସବେନ: ଆଉ 5ଦିନ ପରେ ଆରମ୍ଭ ହେବ ଆଇସିସି ମହିଳା ଟି-20 ବିଶ୍ବକପ୍ । ରବିବାର ଦିନ ଭାରତର ଚୀରପ୍ରତିଦ୍ବନ୍ଦୀ ପାକିସ୍ତାନ ସହ ପ୍ରଥମ ଅଭ୍ୟାସ ଥିଲା । କିନ୍ତୁ ବର୍ଷା କାରଣରୁ ବିନା ଟସ୍ରେ ହିଁ ମ୍ୟାଚକୁ ରଦ୍ଦ କରିବାକୁ ପଡିଛି ।
ସୂଚନାଥାଉକି, ପ୍ରବଳ ବର୍ଷା କରାଣରୁ ଏଲେନ ବର୍ଡର ଫିଲ୍ଡରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲାକୁ ରଦ୍ଦ କରିବାକୁ ପଡିଛି । ତେବେ ଭାରତ ତା'ର 2ୟ ଅଭ୍ୟାସ ମ୍ୟାଚ କାରବିୟାନ ମହିଳା ବିପକ୍ଷରେ ଏହି ଗ୍ରାଉଣ୍ଡରେ ଓହ୍ଲାଇବ ।
ମହିଳା ଟି-20 ବିଶ୍ବକପ 21ଫେବୃଆରୀରେ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଭାରତ ଓ ଗତ ଚମ୍ପିଆନ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ସୋଗ୍ରାଉଣ୍ଡ ଷ୍ଟାଡିୟମରେ ଖେଳାଯିବ । ଫାଇନାଲ ମ୍ୟାଚ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ 8 ମାର୍ଚ୍ଚରେ ହେବ । ଏହି ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପଡୁଛି ।
ଟି-20 ମହିଳା ବିଶ୍ବ କପ୍ରେ ଭାରତ ଗ୍ରୁପ 'ଏ'ରେ ରହିଛି । ଭାରତ ସହ ଅଷ୍ଟ୍ରେଲିଆ, ବାଂଲାଦେଶ,ମ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଦଳ ସାମିଲ ଅଛନ୍ତି । ସେହିପରି ଗ୍ରୁପ 'ବି'ରେ ପାକିସ୍ତାନ,ଥାଇଲାଣ୍ଡ,ଓ୍ବେଷ୍ଟଇଣ୍ଡିଜ,ଇଂଲଣ୍ଡ ଓ ଦ.ଆଫ୍ରିକା ଦଳ ରହିଛନ୍ତି । ଭାରତୀୟ ଟିମ କିଛିଦିନ ଥଲେ ଏଠାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଟ୍ରାଇ ସିରିଜ ଖେଳିଛି । ଫଳରେ ଟିମକୁ ଏହା ଫଳରେ ଲାଭ ମିଳିବ ।