ETV Bharat / sports

ମହିଳା ଟି-20 ବିଶ୍ବକପ ଫାଇନାଲ: ଭାରତୀୟ ଦଳ ପାଇଁ ଛୁଟିଲା ଶୁଭେଚ୍ଛାର ସୁଅ - ମହିଳା ଟି-20 ବିଶ୍ବକପ ଫାଇନାଲ

ପ୍ରଥମ ଫାଇନାଲିଷ୍ଟ ଭାରତୀୟ ମହିଳା ଦଳର ସାମ୍ନା 7ଥରର ଚମ୍ପିଆନ ଅଷ୍ଟ୍ରେଲିଆ ସହ ହେବ । ତେବେ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ଦଳ ପାଇଁ ବିଭିନ୍ନ ମହଲରୁ ‘ଇଟିଭି ଭାରତ’ ଯୋଗେ ଶୁଭେଚ୍ଛାର ସୁଅ ଛୁଟିଛି ।

womens-t20-wc-final-kuldeep-to-pullela-gopichand-sports-fraternity-extend-wishes-to-indian-eves
ମହିଳା ଟି-20 ବିଶ୍ବକପ ଫାଇନାଲ: ଭାରତୀୟ ଦଳ ପାଇଁ ଛୁଟିଲା ଶୁଭେଚ୍ଛାର ସୁଅ
author img

By

Published : Mar 8, 2020, 1:03 PM IST

ହାଇଦ୍ରାବାଦ: ଆଜି ବିଶ୍ବ ମହିଳା ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ମହିଳା ଟି-20 ବିଶ୍ବକପର ଫାଇନାଲ ଫାଇଟ । ପ୍ରଥମ ଫାଇନାଲିଷ୍ଟ ଭାରତୀୟ ମହିଳା ଦଳର ସାମ୍ନା 7ଥରର ଚମ୍ପିଆନ ଅଷ୍ଟ୍ରେଲିଆ ସହ ହେବ । ତେବେ ମ୍ୟାଚ ପୂର୍ବରୁ ଭାରତୀୟ ମହିଳା ଦଳ ପାଇଁ ବିଭିନ୍ନ ମହଲରୁ ‘ଇଟିଭି ଭାରତ’ ଯୋଗେ ଶୁଭେଚ୍ଛାର ସୁଅ ଛୁଟିଛି ।

ମହିଳା ଟି-20 ବିଶ୍ବକପ ଫାଇନାଲ: ଭାରତୀୟ ଦଳ ପାଇଁ ଛୁଟିଲା ଶୁଭେଚ୍ଛାର ସୁଅ

ତେବେ ଭାରତୀୟ ଦଳର ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ, ରେସଲର ସୁଶୀଲ କୁମାର, ଭାରତୀୟ ଦଳର ଅନ୍ୟତମ ସ୍ପିନର ଅମିତ୍‌ ମିଶ୍ରା ପ୍ରମୁଖ ‘ଇଟିଭି ଭାରତ’ ଯୋଗେ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ ମଧ୍ୟ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ମ୍ୟାଚ ପୂର୍ବରୁ ରବିବାର(ଆଜି) ଭାରତୀୟ ମହିଳା ଦଳକୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଟ୍ବିଟ କରି ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଥିଲେ ।

ସୂଚନାଯୋଗ୍ୟ ଯେ, ବିଶ୍ବକପ ଫାଇନାଲରେ ପ୍ରଥମଥର ପ୍ରବେଶ କରିଥିବା ଭାରତୀୟ ଦଳ ପ୍ରଥମ ବିଶ୍ବକପ ଟ୍ରଫି ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ ଆଜି ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କ ଜନ୍ମଦିନ ହୋଇଥିବାରୁ ସେ ନିଜର ଜନ୍ମଦିନ ଉପହାର ରୂପେ ନିଜକୁ ବିଶ୍ବକପ ଟ୍ରଫି ଭେଟି ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.