କଟକ: ବାରବାଟୀରେ ଶେଷ ହେଲା ଆଉ ଏକ ମେଗା ଇଭେଣ୍ଟ। ଚଳିତ ବର୍ଷ ଆରମ୍ଭରୁ କଟକବାସୀ ଦେଖିଲେ ଆଉ ଏକ ଅନ୍ତଃର୍ଜାତୀୟ ଟୁର୍ଣ୍ଣାମେଣ୍ଟ। ସମାପ୍ତ ହେଲା 6 ଦିନ ଧରି ଚାଲିଥିବା ମହିଳା ଚାଲେଞ୍ଜର ଟ୍ରଫି। ଆଉ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଲା ଭାରତ-ସି।
ଶୁକ୍ରବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତ-ବି କୁ 8 ୱିକେଟରେ ପରାସ୍ତ କରିଛି ଭାରତ-ସି। 48 ବଲରୁ 89 ରନର ଧୂଆଁଦାର ପାଳି ଖେଲିଛନ୍ତି ଓପନର ଶେଫାଳି ବର୍ମା। ବାରବାଟୀ ବ୍ୟାଟିଂ ଟ୍ରାକରେ ଶେଫାଳିଙ୍କ ଏହି ଆକର୍ଷଣୀୟ ପାଳି ସର୍ବଦା ମନେରହିବ ବୋଲି କହିଛନ୍ତି ଦଳର ଅଧିନାୟିକା ଭେଦ କ୍ରୀଷ୍ଣମୂର୍ତ୍ତି।
ଟସ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ-ବି। ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ କରଥିଲା 131ରନ। ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର 2 ୱିକେଟ ହରାଇ ବିଜୟୀ ହୋଇଥିଲା ଭାରତ-ସି। ଅନ୍ୟପଟେ ମ୍ୟାଚ ପରାଜୟ ପାଇଁ ଦୁର୍ବଳ ଫିଲଡିଂକୁ ଦାୟୀ କରିଛନ୍ତି ଭାରତ-ବି ର କ୍ୟାପଟେନ ସ୍ମୃତି ମନ୍ଧନା।
ବାରବାଟୀକୁ ଫେରୁଛି ଗୋଟିଏ ପରେ ଗୋଟିଏ ଅନ୍ତଃର୍ଜାତୀୟ ମ୍ୟାଚ। ଆଗାମୀ ଦିନରେ ମଧ୍ୟ ଅଧିକ ମ୍ୟାଚ ଆୟୋଜନ ନେଇ ଦୃଢୋକ୍ତି ପ୍ରକାଶ କରିଛି ଓଡିଶା କ୍ରିକେଟ ଆସୋସିଏସନ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ