ବିଶାଖାପାଟନମ: ପ୍ରଥମ ଟେଷ୍ଟରେ ଭାରତକୁ ମିଳିଛି ବିରାଟ ବିଜୟ । ମହାଷ୍ଟମୀରେ ଭାରତୀୟ ବୋଲର ଦେଇଛନ୍ତି ମହାବିଜୟ । 395 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା 191 ରନରେ ଅଲଆଉଟ ହୋଇଯାଇଥିଲା ।
ବିଶାଖାପାଟନମ ଟେଷ୍ଟର ଶେଷ ଦିନରେ ବିଜୟ ଠାରୁ ଭାରତ 9 ୱିକେଟ ଦୂରରେ ଥିଲା । ସ୍ପିନକୁ ସୁହାଉଥିବା ପିଚରେ ଦମଦାର ବୋଲିଂ କରିଥିଲେ ପେସର ମହମ୍ମଦ ସାମି । ଭାରତ ବିଜୟର ପ୍ରମୁଖ ଭୁମିକା ନିଭାଇ ସର୍ବାଧିକ 5 ୱିକେଟ ହାତେଇଥିଲେ । ଅଧିକାଂଶ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ ଷ୍ଟମ୍ପ ଉଡାଇ ଦେଇଥିଲେ ଟିମ ଇଣ୍ଡିଆର ଏହି ଷ୍ଟାର ପେସର । ସ୍ଥିତି ଏପରି ହୋଇଥିଲା ଷ୍ଟମ୍ପ ମଧ୍ୟ ଭାଙ୍ଗିଯାଇଥିଲା । ବିଜୟର ଶ୍ରେୟ ପ୍ଳେଆର ଅଫ ଦି ମ୍ୟାଚ ରୋହିତ ଶର୍ମା ବିରିୟାନିକୁ ଦେଇଛନ୍ତି ।
ରୋହିତ କହିଛନ୍ତି ପେସ ବୋଲରକଙ୍କୁ ଛୋଟ ସ୍ପେଲ ବୋଲିଂ କରାଇବାର ପ୍ଳାନ ଥିଲା । ଉଦ୍ଦେଶ୍ୟ ଥିଲା ପେସ ବୋଲରଙ୍କୁ ଫ୍ରେସ ରଖିବା । ସାମି ଫ୍ରେସ ଥିଲେ ଅଧିତ ଘାତକ ହୋଇଥାନ୍ତି ସମସ୍ତେ ଜାଣନ୍ତି । ତେବେ ସାମି ଖାଦ୍ୟରେ ବିରିୟାନି ଖାଇଥିଲେ । ଯାହା ସାମିଙ୍କୁ ଫ୍ରେସ ରଖିବା ସହ ଅଧିକ ଆକ୍ରମଣାତ୍ମକ ବୋଲିଂ ପାଇଁ ସହାୟକ ହୋଇଥିଲା କହିଛନ୍ତି ହିଟମ୍ୟାନ ରୋହିତ ।