ETV Bharat / sports

WI vs IND: ଭାରତକୁ 96 ରନର ଟାର୍ଗେଟ ଦେଲା ଇଣ୍ଡିଜ

ଡେବ୍ୟୁ ମ୍ୟାଚରେ ନବଦୀପ ସାଇନି 3ଟି  ଓ୍ବିକେଟ ହାସଲ କରିଛନ୍ତି । ନିର୍ଦ୍ଧାରିତ ଓଭରରେ ମାତ୍ର 95ରନ୍‌ରେ ଅଲଆଉଟ ହୋଇଛି କାରବିୟାନ ଦଳ ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@BCCI
author img

By

Published : Aug 3, 2019, 10:19 PM IST

ଫ୍ଲୋରିଡା: ସେଣ୍ଟ୍ରାଲ ବ୍ରୋଡ ରିଜିଓନାଲ ପାର୍କ ଟ୍ରୁଫ୍‌ ଗ୍ରାଉଣ୍ଡରେ ପ୍ରଥମ ଟି-20 ମ୍ୟାଚର ଟସ୍‌ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ବୋଲରଙ୍କ ଦମ୍‌ଦାର ବୋଲିଂ ଫଳରେ ନିର୍ଦ୍ଧାରିତ ଓଭରରେ 95ରନ୍‌ କରି ଅଲଆଉଟ୍ ହୋଇଯାଇଛି କାରବିୟାନ ଟିମ୍‌ । ତେବେ ସର୍ବାଧିକ 3ଟି ଓ୍ବିକେଟ ନେଇଛନ୍ତି ନବଦୀପ ସାଇନି ।

WI vs IND
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@BCCI

ଟି-20 ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଏହା ତାଙ୍କର ଡେବ୍ୟୁ ମ୍ୟାଚ । ଶିମରନ୍ ହେଟମେୟର୍ ,ନିକୋଲାସ୍ ପୁରନ୍ ଓ କାଇରନ୍ ପୋଲାର୍ଡଙ୍କ ଓ୍ବିକେଟ ଅକ୍ତିଆର କରିଛନ୍ତି ସାଇନି ।

ସେହିପରି ଭୁବନେଶ୍ବର କୁମାର 2ଟି ଓ୍ବିକେଟ, ୱାଶିଂଟନ୍ ସୁନ୍ଦର, କେ ଖଲୀଲ ଅହମ୍ମଦ, ରବୀନ୍ଦ୍ର ଜାଡେଜା, କୃଣାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି ।

ଇଣ୍ଡିଜ ଦଳ ପକ୍ଷରୁ ପୋଲାର୍ଡ ସର୍ବାଧିକ 49ରନ୍‌ ସ୍କୋର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.