ETV Bharat / sports

WI vs Ind ଦ୍ବିତୀୟ ଟେଷ୍ଟ: ବିହାରୀଙ୍କ ଦମଦାର ଶତକ, ବୁମରାଙ୍କ ହ୍ୟାଟ୍ରିକ

author img

By

Published : Sep 1, 2019, 1:48 AM IST

Updated : Sep 1, 2019, 5:37 AM IST

2ଟି ଡେବ୍ୟୁ ପାଳି ବଳରେ ଟିମ ଇଣ୍ଡିଆର ସ୍କୋର 400 ପାର ହୋଇଛି । ସେପଟେ ବୁମରାଙ୍କ ବୋଲିଂ ଆଗରେ କାରବିୟାନ ଟିମର ଆତ୍ମସମର୍ପଣ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

କିଙ୍ଗଷ୍ଟନ(ଜାମାଇକା): ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଭାରତ ଦୃଢ ସ୍ଥିତିରେ ପହଞ୍ଚିଛି । ତଳ ଅର୍ଡରରେ 2ଟି ଡେବ୍ୟୁ ପାଳି ଯୋଗୁଁ ଭାରତ ଦୃଢ ସ୍କୋର କରିଛି । ହନୁମା ବିହାରୀଙ୍କ ଶତକ ଓ ଇଶାନ୍ତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଇଂନିସରେ 416 ରନରେ ଅଲଆଉଟ ହୋଇଛି ।

ଜବାବରେ ପେସ ବୋଲର ଯଶପ୍ରୀତ ବୁମରାଙ୍କ ହ୍ୟାଟ୍ରିକ କାରବିୟାନ ଟିମର ଉପର ଅର୍ଡର ବ୍ୟାଟିଂକୁ ଧ୍ବସ୍ତ କରିଦେଇଛି । ହ୍ୟାଟ୍ରିକ ସହ ମୋଟ 6ଟି ୱିକେଟ ନେଇ ବୁମରା ଘରୋଇ ଦଳକୁ ସଙ୍କଟରେ ପକାଇଛନ୍ତି । ପ୍ରଥମ ଇଂନିସରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ 87 ରନରେ 7 ୱିକେଟ ହରାଇ ଫଲୋଅନର ଆଶଙ୍କାରେ ପଡିଛି ।

ପୂର୍ବରୁ 2ୟ ଦିନରେ 264/5ରୁ ଖେଳ ଆରମ୍ଭ କରିଥିଲା ଭାରତ । ତେବେ ପୂର୍ବ ଦିନର ଅପରାଜିତ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସମାନ ସ୍କୋର 27ରେ ପ୍ରଥମେ ଆଉଟ ହୋଇଥିଲେ । ମାତ୍ର ବିହାରୀ ଖେଳ ଜାରି ରଖିଥିଲେ । ଆଉ ତାଙ୍କୁ ଉପଯୁକ୍ତ ସହାୟତା ଯୋଗାଇଥିଲେ ତଳ ଅର୍ଡର ବ୍ୟାଟ୍ସମ୍ୟାନ ତଥା ପେସ ବୋଲର ଇଶାନ୍ତ ଶର୍ମା । ଉଭୟ ଅଷ୍ଟମ ୱିକେଟରେ 112 ରନ ଯୋଡିଥିଲେ ।

Hanuma Vihari
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

ଇଶାନ୍ତଙ୍କ ସହଯୋଗ ପାଇ ବିହାରୀ ଦମଦାର ଶତକ ହାସଲ କରିଥିଲେ । 225 ବଲରୁ 16 ଚୌକା ସହ 111 ରନରେ ନିଜର ଡେବ୍ୟୁ ଶତକ ହାସଲ କରିଥିଲେ ବିହାରୀ । ବିହାରୀଙ୍କ ଲଗାତାର ଉତ୍ତମ ବ୍ୟାଟିଂ ମିଡିଲ ଅର୍ଡରରେ ଭାରତ ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛି । ସେହିପରି ବିସ୍ଫୋରକ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ ଇଶାନ୍ତ ଶର୍ମା ।

80 ବଲରୁ 7 ଚୌକା ସହ 56 ରନ କରି ଆଉଟ ହୋଇଥିଲେ ଇଶାନ୍ତ । ତାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ ଟିମ ନିରାଶ ହୋଇଥିଲା । ତେବେ ଭାରତର ସ୍କୋର 400 ପାର ହେବା ପରେ ଉଭୟ ବଡ ସଟ ଖେଳିବା ପ୍ରୟାସରେ ଆଉଟ ହୋଇଯାଇଥିଲେ ।

ଭାରତ ପକ୍ଷରୁ ପ୍ରଥମ ଦନ କ୍ୟାପ୍ଟେନ ବିରାଟ କୋହଲି 76, ଓପନର ମୟଙ୍କ ଅଗ୍ରୱାଲ 55 ରନର ପାଳି ଖେଳିଥିଲେ । ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ରାହାଣେ 24 ରନ କରି ଆଉଟ ହୋଇଥିଲେ । ଜାଡେଜା 16 ରନ କରି ଆଉଟ ହୋଇଥିଲେ ।

ୱେଷ୍ଟଇଣ୍ଡିଜ ପକ୍ଷରୁ କ୍ୟାପ୍ଟେନ ଜାସନ ହୋଲ୍ଡର ସର୍ବାଧିକ 5ଟି ୱିକେଟ ଅକ୍ତିଆର କରିଥିଲେ । ରହକିମ କର୍ଣ୍ଣୱାଲ 3ଟି ୱିକେଟ ପାଇଥିଲେ ।

Last Updated : Sep 1, 2019, 5:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.