ହାଇଦ୍ରାବାଦ: ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ମୁହାଁ ହୋଇଛି ଭାରତୀୟ ଦଳ । ରାହାଣେଙ୍କ ଦମଦାର 102ରନର ଶତକୀୟ ପାଳି ଖେଳିଛନ୍ତି । ହନୁମା ବିହାରୀ ମାତ୍ର 7ରନ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ କ୍ୟାପଟେନ କୋହଲି 51 ରନର ଅର୍ଧଶତକୀୟ ପାଳି ଖେଳିଛନ୍ତି । 2ୟ ଇଂନିସରେ 343 ରନରେ ଭାରତର ପାଳି ଘୋଷଣା କରିଛି।
ଫଳରେ ଇଣ୍ଡିଜ ସାମ୍ନାରେ 419 ରନର ଟାର୍ଗେଟ ରହିଛି । ପ୍ରଥମ ଇଂନିସରେ ଭାରତ 297 ରନ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ 222ରନରେ ଅଲଆଉଟ ହୋଇଯାଇଥିଲା । ତେବେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଦମଦାର ରହିଚି । 2ୟ ପାଳିରେ ୱେଷ୍ଟଇଣ୍ଡିଜକୁ ଶୀଘ୍ର ଆଉଟ କରି 2ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ହେବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।
419 ରନର ବିଶାଳ ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ମାତ୍ର 11ରନରେ 3ଟି ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଛି ।