ETV Bharat / sports

ଏହି ଖେଳାଳି ଟି-20 ବିଶ୍ବକପରେ ବିରାଟଙ୍କ 'ସରପ୍ରାଇଜ ପ୍ୟାକେଜ' ! - କର୍ଣ୍ଣାଟକ ବୋଲର ପ୍ରସିଦ୍ଧ କ୍ରୀଷ୍ଣା

ଅଷ୍ଟ୍ରେଲିଆର ଫାଷ୍ଟ ଓ ବାଉନ୍ସିଂ ପିଚରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପେସ ଓ ବାଉନ୍ସରେ ଚକମା ଦେବ କ୍ୟାପଟେନ ବିରାଟ କୋହଲିଙ୍କ 'ସରପ୍ରାଇଜ ପ୍ୟାକେଜ' । ଟିମ ଇଣ୍ଡିଆ ଟି-20 ବିଶ୍ବକପରେ ଜଣେ ନବାଗତ ଖେଳାଳିଙ୍କ ସହ ଟିମ ଇଣ୍ଡିଆ, ବିଶ୍ବକପ ଅଭିଯାନରେ ବାହାରିବ ବୋଲି କହିଛନ୍ତି ବିରାଟ । ସେହି ବୋଲର କର୍ଣ୍ଣାଟକର 23 ବର୍ଷିୟ ଯୁବ ବୋଲର ପ୍ରସିଦ୍ଧ କ୍ରୀଷ୍ଣା ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

virat kohli's 'Surprise package'
ବିଶ୍ବକପରେ ବିରାଟଙ୍କ 'ସରପ୍ରାଇଜ ପ୍ୟାକେଜ'
author img

By

Published : Jan 9, 2020, 1:19 PM IST

ନୂଆଦିଲ୍ଲୀ: ଟି-20 ବିଶ୍ବକପରେ କିଏ ହେବ ଟିମ ଇଣ୍ଡିଆର ସିକ୍ରେଟ ସରପ୍ରାଇଜ ? ଅଷ୍ଟ୍ରେଲିଆର ଫାଷ୍ଟ ଓ ବାଉନ୍ସିଂ ପିଚରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପେସ ଓ ବାଉନ୍ସରେ କିଏ ଦେବ ଚକମା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କ୍ୟାପଟେନ ବିରାଟ କୋହଲିଙ୍କ ସରପ୍ରାଇଜ ପ୍ୟାକେଜ ବୟାନକୁ ନେଇ ଆରମ୍ଭ ହୋଇଛି ଆକଳନ ।

virat kohli's 'Surprise package'
ପ୍ରସିଦ୍ଧ କ୍ରୀଷ୍ଣା

ଶ୍ରୀଲଙ୍କା ବିପକ୍ଷ ଇନ୍ଦୋର ଟି-20 ରେ ସହଜସାଧ୍ୟ ବିଜୟ ହାସଲ କରିଥିଲା ଟିମ ଇଣ୍ଡିଆ । ଏଥିସହିତ 1-0ରେ ଆଗୁଆ ରହିଛି ବିରାଟ ବାହୀନି । ତେବେ ମ୍ୟାଚ ଶେଷରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି20 ବିଶ୍ବକପରେ ଭାରତ ଏକ ସରପ୍ରାଇଜ ସହ ଯାତ୍ରା କରିବ କହିଥିଲେ କ୍ୟାପଟେନ କୋହଲି । ତେବେ ବ୍ୟାଟ୍ସମ୍ୟାନ ନୁହଁନ୍ତି, ଜଣେ ନବାଗତ ବୋଲରଙ୍କ ଆଡକୁ ଥିଲା କିଙ୍ଗ କୋହଲିଙ୍କ ଇଙ୍ଗିତ । କୋହଲି କହିଥିଲେ ସେ ସରପ୍ରାଇଜ ପ୍ୟାକେଜ ପେସ ଓ ବାଉନ୍ସରେ ସମସ୍ତଙ୍କୁ ଚକମା ଦେବାର କ୍ଷମତା ରଖିଛନ୍ତି ।

virat kohli's 'Surprise package'
ପ୍ରସିଦ୍ଧ କ୍ରୀଷ୍ଣା

ତେବେ ଏହାପରେ ସେହି ସରପ୍ରାଇଜ ବୋଲର କର୍ଣ୍ଣାଟକର ପ୍ରସିଦ୍ଧ କ୍ରୀଷ୍ଣା ବୋଲି କୁହାଯାଉଛି । ଘରୋଇ କ୍ରିକେଟରେ ଏହି ବୋଲର ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । 23 ବର୍ଷିୟ ପ୍ରସିଦ୍ଧ ଜଣେ ଅନ୍ୟତମ ଫାଷ୍ଟ ଓ ସୁଇଂ ବୋଲର । ବିଜୟ ହଜାରେ ଟ୍ରଫିରେ ଘାତକ ବୋଲିଂ କରିଥିଲେ ଏହି ବୋଲର । 8 ମ୍ୟାଚରୁ 17 ୱିକେଟ ହାସଲ କରିଥିଲେ ଏହି କର୍ଣ୍ଣାଟକ ବୋଲର ।
ତେବେ ଆହତ କାରଣରୁ କିଛି ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ ପ୍ରସିଦ୍ଧ କ୍ରୀଷ୍ଣା । ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରସିଦ୍ଧ ମୋଟ 20 ୱିକେଟ ସହ ଶ୍ରେଷ୍ଠ ପ୍ରଦର୍ଶନ 49/5 ରହିଛି । ଲିଷ୍ଟ- ଏ ରେ 67 ୱିକେଟ ହାସଲ କରିସାରିଛନ୍ତି । ଏଥିସହିତ 33/6 ଲିଷ୍ଟ -ଏ କ୍ରିକେଟରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ । ଟି-20 ରେ ମୋଟ 24 ୱିକେଟ ସହ 30/4 ଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.