ETV Bharat / sports

ବିଶ୍ବକପ: ସେମିରେ ଭାରତ ସାମ୍ନାରେ କିଏ ?

ସେମିଫାଇନାଲରେ କାହାକୁ ଭେଟିବ ଭାରତ ? ଭାରତ ପାଇଁ କଣ ହେବ ସେମିଫାଇନାଲ ଲାଇନ ଅପ୍‌ ? ଭାରତ ବନାମ ନ୍ୟୁଜିଲାଣ୍ଡ  ନା ଭାରତ ବନାମ ଇଂଲଣ୍ଡ ।

ଡିଜାଇନ ଫଟୋ
author img

By

Published : Jul 5, 2019, 2:39 PM IST

ଲଣ୍ଡନ: ଶେଷ ପର୍ଯ୍ୟାୟରେ ବିଶ୍ବକପ ମହାସମରର ଲିଗ୍‌ ମ୍ୟାଚ । ସେମିଫାଇନାଲ ଲାଇନ ଅପ୍ ଏକ ପ୍ରକାର ଚୂଡାନ୍ତ ହୋଇସାରିଲାଛି । କେଉଁ 4ଟି ଦଳ ସେମିରେ ପହଞ୍ଚିଲେ ତା ଉପରୁ ଉଠିଯାଇଛି ପରଦା ! ତେବେ ଏହା ଭିତରେ ଏବେ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି ।

ଭିଡିଓ ସୌଜନ୍ୟ- ବ୍ୟୁରୋ ଇନପୁଟ
  • ସେମିଫାଇନାଲରେ କାହାକୁ ଭେଟିବ ଭାରତ ?
  • ଭାରତ ପାଇଁ କଣ ହେବ ସେମିଫାଇନାଲ ଲାଇନ ଅପ୍‌ ?
  • ଭାରତ ବନାମ ନ୍ୟୁଜିଲାଣ୍ଡ ନା ଭାରତ ବନାମ ଇଂଲଣ୍ଡ !
    world cup
    ଡିଜାଇନ ଫଟୋ

ତେବେ ପଏଣ୍ଟ ଟେବୁଲର ପ୍ରଥମ 3ଟି ଦଳ ଅର୍ଥାତ ଅଷ୍ଟ୍ରେଲିଆ, ଇଣ୍ଡିଆ ଓ ଇଂଲଣ୍ଡ ସେମିଟିକେଟ୍‌ ହାତେଇ ସାରିଛନ୍ତି । 4ର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଦଳ ସେମିଫାଇନାଲ ଖେଳିବା ଏକ ପ୍ରକାର ପକ୍କା ହୋଇସାରିଲାଣି । କାରଣ 5ମ ସ୍ଥାନରେ ଥିବା ପାକିସ୍ତାନ ପାଇଁ ସେମିଫାଇନାଲ ଖେଳିବା ଏକ ଅବାସ୍ତବାତା ହୋଇ ପଡିଛି । ପଏଣ୍ଟ ଟେବୁଲ ରନ ରେଟ ଗଣିତ କହୁଛି, ଯଦି ଶୁକ୍ରବାର ପାକିସ୍ତାନ ପ୍ରଥମ ବ୍ୟାଟିଂ କରି ବାଂଲାଦେଶ ଆଗରେ 350ରନ ବିଜୟ ଲକ୍ଷ୍ୟ ରଖୁଛି ଓ ବାଂଲାଦେଶକୁ 39ରନ ପୂର୍ବରୁ ଅଲଆଉଟ କରୁଛି, ତେବେ ଯାଇ ପାକିସ୍ତାନକୁ ସେମିଫାଇନାଲ ଟିକେଟ ମିଳିପାରିବ । ଆଉ ଟସ୍‌ ହାରିଲେ ପାକିସ୍ତାନର ସେମିରାସ୍ତା ବନ୍ଦ ହୋଇଯିବ । ତେଣୁ ଏପରି କ୍ଷେତ୍ରରେ 4ର୍ଥ ଦଳ ଭାବେ ନ୍ୟୁଜିଲାଣ୍ଡ ହିଁ ସେମିଫାଇନାଲକୁ ଉନ୍ନିତ ହେବ ।

ଅନ୍ୟପଟେ ରାଉଣ୍ଡ ରିବନ ଫର୍ମାଟରେ ଖେଳାଯାଉଥିବା ଏହି ବିଶ୍ବକପରେ ପଏଣ୍ଟ ଟେବୁଲର ପ୍ରଥମ ଦଳ 4ର୍ଥ ସ୍ଥାନରେ ଥିବା ଦଳକୁ ଭେଟିବ । ସେହିପରି 2ୟ ସ୍ଥାନରେ ଥିବା ଦଳ 3ୟ ଦଳକୁ ଭେଟିବ । ତେବେ ଭାରତ ଓ ଅଷ୍ଟ୍ରେଲିଆର ଆଉ ଗୋଟିଏ ଗୋଟିଏ ମ୍ୟାଚ ବାକି ଥିବାରୁ ପଏଣ୍ଟ ଟେବୁଲରେ ଅଦଳ ବଦଳ ହେବାର ସମ୍ଭାବନା ରହିଛି ।

ଶନିବାର ଅଷ୍ଟ୍ରେଲିଆ ତାର ଶେଷ ଲିଗ୍‌ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହେଲେ 16 ପଣ୍ଟ ସହ ଟେବୁଲ ଟପର ହେବ । ଫଳରେ ସେମିଫାଇନାଲରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଓ ଭାରତ-ଇଂଲଣ୍ଡ ମୁକାବିଲା ହେବ ।

ଅନ୍ୟପଟେ ସେହିଦିନ ଭାରତ ହେଡିଲିଂରେ ଶ୍ରୀଲାଙ୍କା ବିପକ୍ଷରେ ନିଜ ଶେଷ ଲିଗ୍‌ ମ୍ୟାଚ ଖେଲିବ । ଯଦି ଏହି ମ୍ୟାଚ୍‌ରେ ଭାରତ ବିଜୟ ହେଉଛି ଓ ଦକ୍ଷିଣ ଆଫ୍ରିକାଠାରୁ ଅଷ୍ଟ୍ରେଲିଆ ପରାସ୍ତ ହେଉଛି, ତେବେ 15 ଅଙ୍କ ସହ ଭାରତ ଟେବୁଲ ଟପର ହୋଇଯିବା । ଆଉ ଏମିତି ହେଲେ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡକୁ ଭେଟିବ ।

ତେଣୁ ଚୂଡାନ୍ତ ସେମିଫାଇନାଲ ଲାଇନ ଅପ ପାଇଁ ଶନିବାର ଫଳାଫଳକୁ ଅପେକ୍ଷା । କଣ ଭାରତ ସେମିଫାଇନାଲରେ ଇଂଲିସ ପରୀକ୍ଷା ଦେବ ଓ ବ୍ଲାକକ୍ୟାପ ଦଳ ସହ ଲଢେଇ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.