ETV Bharat / sports

ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ, ସ୍ପଷ୍ଟକଲେ ଗାଙ୍ଗୁଲି - କୋରୋନା ଭାଇରସ

ଡିସେମ୍ବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ । ଏନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

We will be going there: BCCI chief Sourav Ganguly confirms Australia tour
ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ, ସ୍ପଷ୍ଟକଲେ ଗାଙ୍ଗୁଲି
author img

By

Published : Jul 12, 2020, 3:30 PM IST

ନୂଆଦିଲ୍ଲୀ: ଡିସେମ୍ବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ । ଏନେଇ ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ତେବେ ଏହାପୂର୍ବରୁ ଖେଳାଳିଙ୍କୁ ଅଳ୍ପଦିନ ପାଇଁ କ୍ବାରେଣ୍ଟିନରେ ରହିବାକୁ ହେବ ବୋଲି ସେ କହିଛନ୍ତି ।

"ଦୁଇ ସପ୍ତାହ ଧରି ଖେଳାଳି ହୋଟେଲ ରୁମରେ ରହିବା ସହଜ ନୁହେଁ । ଏହା ନକରାତ୍ମକ ମନୋଭାବ ଆଣିପାରେ । ସେଥିପାଇଁ କ୍ବାରେଣ୍ଟିନ ସମୟକୁ ସାମାନ୍ୟ କମ କରିବାକୁ ଅପେକ୍ଷା ରହିଥିବା ଗାଙ୍ଗୁଲି କହିଛନ୍ତି ।"

ଅଷ୍ଟ୍ରେଲିଆରେ କୋରୋନା ଭାଇରସ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଅଷ୍ଟ୍ରେଲିଆର ଦ୍ବିତୀୟ ବୃହତ ସହର ମେଲବୋର୍ଣ୍ଣରେ ସଂକ୍ରମଣର ସ୍ଥିତି ସାମାନ୍ୟ ବୃଦ୍ଧି ଯୋଗୁଁ ଲକଡାଉନରେ ରହିଛି । ମେଲବୋର୍ଣ୍ଣ ବ୍ୟତୀତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଲ ସ୍ଥିତିରେ ରହିଛନ୍ତି ।

ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ 3 ମ୍ୟାଚି ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତରେ ରହିଛି । ତେବେ କ୍ରିକେଟକୁ ଫେରିବା ପୂର୍ବରୁ ଖେଳାଳିଙ୍କୁ କ୍ବାରେଣ୍ଟିନରେ ରହିବାକୁ ପଡିଥିଲା ।

ଟିମ ଇଣ୍ଡିଆ ଡିସେମ୍ବର-ଜାନୁଆରୀରେ 4ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ । 2018-18 ଗସ୍ତରେ ବିରାଟ ବାହିନୀ ଅଷ୍ଟ୍ରେଲିଆକୁ 2-1ରେ ହରାଇ ଐତିହାସିକ ବର୍ଡର-ଗାଭାସ୍କର ଟ୍ରଫି ବିଜେତା ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.